ETV Bharat / state

ୟୁନିୟନ ଓ ବ୍ୟାଙ୍କ ଅଫ ବରୋଦାରେ ରହିବ ମହାପ୍ରଭୁଙ୍କ ଟଙ୍କା

ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ । ଅଧିକ ପଢନ୍ତୁ...

author img

By

Published : Mar 26, 2020, 4:32 PM IST

ୟୁନିୟନ ଓ ବ୍ୟାଙ୍କ ଅଫ ବରୋଦାରେ ରହିବ ମହାପ୍ରଭୁଙ୍କ ଟଙ୍କା
ୟୁନିୟନ ଓ ବ୍ୟାଙ୍କ ଅଫ ବରୋଦାରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ: ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା । ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି । ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ ଏ ନେଇ ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ତେବେ ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍ ଫଣ୍ଡ SBIରେ ରହିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ୟେସ୍‌ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ଏବଂ ଆରବିଆଇ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଉକ୍ତ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବା ନେଇ ପ୍ରଶ୍ନ ଉଠିଥିଲା ।

ଏହାପରେ ସରକାରଙ୍କ ପକ୍ଷରୁ ଏହାକୁ ଫେରାଇ ଅଣାଯିବା ପାଇଁ ପ୍ରୟାସ କରାଯାଇଥିଲା । ଏନେଇ ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରାଯାଇଥିଲା । ୟେସ୍‌ ବ୍ୟାଙ୍କ ପକ୍ଷରୁ ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ମଧ୍ୟରୁ ମୂଳଧନ ୩୮୯ କୋଟି ଟଙ୍କା ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ବୋଲି ଜଣାଯାଇଛି ।

ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି । ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.