ETV Bharat / state

ଶ୍ରୀମନ୍ଦିରର 4 ଦ୍ବାର: କ’ଣ କୁହେ ଇତିହାସ, ପଢନ୍ତୁ..

author img

By

Published : Feb 28, 2020, 11:10 AM IST

Updated : Feb 28, 2020, 2:44 PM IST

ଶ୍ରୀମନ୍ଦିରର 4 ଦ୍ବାରକୁ ନେଇ କଣ କହେ ଇତିହାସ । ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାରର କଣ ରହିଛି ପୌରାଣିକ ମହତ୍ତ୍ବ । କାହିଁକି ଶ୍ରଦ୍ଧାଳୁ ମାନେ 4 ଦ୍ବାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି । ଚାରି ଦ୍ବାରର ବିଶେଷ୍ବତକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ।

jagannath temple gate
ଶ୍ରୀମନ୍ଦିରର 4 ଦ୍ବାର: କ’ଣ କୁହେ ଇତିହାସ, ପଢନ୍ତୁ..

ପୁରୀ: ଶ୍ରୀଜଗନ୍ନାଥ ଏହା କେବଳ ଶବ୍ଦ ନୁହେଁ ସାଢେ ଚାରି କୋଟି ଓଡିଆଙ୍କ ହୃଦସ୍ପନ୍ଦନ । ମୋହମାୟା ସଂସାରକୁ ମୋକ୍ଷ ପାଇଁ ସଭିଁଏ ଧାଇଁ ଆସନ୍ତି ସେହି କାଳିଆ ସାଆନ୍ତଙ୍କ ପାଖକୁ । କିଛି ମାଗିବାରୁ ମନକଥା ବୁଝି ଅଜାଡି ଦିଅନ୍ତି ସେହି ପରବ୍ରହ୍ମ । ସେଥିପାଇଁ ତ କାଳିଆ ଠାକୁରର ସାନିଧ୍ୟ ପାଇବା ପାଇଁ ସଭିଏଁ ଚାହିଁ ରହିଥାନ୍ତି । ପୁରୀରେ ନିଜ ଭାଇଭଉଣୀଙ୍କୁ ନେଇ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁ ଜଗନ୍ନାଥଙ୍କ ରହିଛି ଅନେକ ଅଲୌକିକ ମହିମା ।

ଚାରିଧାମରୁ ଶ୍ରେଷ୍ଠ ଧାମ ଶ୍ରୀଜଗନ୍ନାଥ ଧାମ । ଶ୍ରୀମନ୍ଦିରର ପ୍ରତ୍ୟେକ କୋଣ ଅନୁକୋଣର ରହିଛି ବହୁ ଆଧ୍ୟାତ୍ମିକ ଦିଗ । ଯାହାକୁ ଭେଦିବା ସାଧାରଣ ପକ୍ଷେ ସମ୍ଭବପର ନୁହେଁ । ଏଠିକାର ମାଟି ପବନ ସବୁଠି ବିଦ୍ୟମାନ ସେଇ କାଳିଆ ଠାକୁର । ମହାପ୍ରଭୁଙ୍କୁ ସୁରକ୍ଷା ଦେଉଥିବା ସେହି ଚାରି ଦ୍ବାରକୁ ନେଇ କଣ କହେ ଇତିହାସ ? ଏହି ଦ୍ବାରର କଣ ରହିଛି ସ୍ବତନ୍ତ୍ରତା ? ଜାଣନ୍ତୁ ବିସ୍ତୃତ ଭାବରେ....

ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାରର ଅଲୌକିକ ମହିମା

ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ରହିଛି ଚାରିଟି ଦ୍ବାର । ଏହା ସାଧାରଣ ଦ୍ବାର ନୁହେଁ । ଏହି ଅଲୌକିକ 4 ଦ୍ବାରର ରହିଛି ପୌରାଣିକ ମହତ୍ବ ।

  • ପୂର୍ବ ଅର୍ଥାତ ସିଂହ ଦ୍ବାର ହେଉଛି ଧର୍ମର ଦ୍ବାର
  • ପଶ୍ଚିମ ଅର୍ଥାତ ବ୍ୟାଘ୍ର ଦ୍ବାର ହେଉଛି ଅର୍ଥର ଦ୍ବାର
  • ଦକ୍ଷିଣ ଅର୍ଥାତ ଅଶ୍ବ ଦ୍ବାର ଯାହାକୁ କାମର ଦ୍ବାର କୁହାଯାଏ
  • ଉତ୍ତର ଅର୍ଥାତ ହସ୍ତୀ ଦ୍ବାରକୁ ମୋକ୍ଷର ଦ୍ବାର ବୋଲି କୁହାଯାଏ

ଇତିହାସ କହେ, ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଇ ଦେବା ପାଇଁ 1452 ଖ୍ରୀଷ୍ଟାଦ୍ଦରେ ତତ୍କାଳୀନ ରାଜା ଗଜପତି କପିଳେନ୍ଦ୍ରଦେବ ମେଘନାଦ ପାଚେରୀ ନିର୍ମାଣ କରିଥିଲେ । ସେହି ସମୟରେ 4 ଦ୍ବାର ନିର୍ମାଣ ହୋଇଥିଲା । ଯାହାର ଦ୍ବାରପାଳ ହେଉଛନ୍ତି ପ୍ରଭୁ ହନୁମାନ । ସେହିପରି ରାଜା ପୂର୍ବ ଦ୍ବାରରେ ଦୁଇଟି ସିଂହ, ପଶ୍ଚିମ ଦ୍ବାରରେ ଦୁଇଟି ବ୍ୟାଘ୍ର, ଦକ୍ଷିଣ ଦ୍ବାରରେ ଦୁଇଟି ଅଶ୍ବ ଓ ଉତ୍ତର ଦ୍ବାରରେ ଦୁଇଟି ହସ୍ତୀ ମୂର୍ତ୍ତି ନିର୍ମାଣ କରିଥିଲେ । ସେହି ଅନୁସାରେ ଦ୍ବାରର ନାମକରଣ ମଧ୍ୟ କରିଥିଲେ । ଆଉ ଏହି ଦ୍ବାର ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ବିଶ୍ବାସ ରହିଛି ।

ସାଢେ 4 କୋଟି ଓଡିଆଙ୍କ ମଉଡମଣି ଶ୍ରୀ ଜଗନ୍ନାଥ । ସିଏ କର୍ତ୍ତା, ଧରତା ଆଉ ସିଏ ହିଁ ବିଧାତା । ପାପପୁଣ୍ୟ ସଂସାରରୁ ମୋକ୍ଷ ପାଇବା ଆଶାରେ ସଭିଁଏ ଧାଇଁ ଆସନ୍ତି କାଳିଆ ସାଆନ୍ତଙ୍କ ପାଖକୁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 28, 2020, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.