ପୁରୀ: ଜାନୁୟାରୀ 8 ତାରିଖରୁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁ ସ୍କୁଲ ଗୁଡିକରେ ହଷ୍ଟେଲ ରହିଛି ତାହା ଖୋଲିବ କି ନ ଖୋଲିବ ସେ ନେଇ ରହିଥିବା ଦ୍ବନ୍ଦ୍ବ ଦୂୂର ହୋଇଛି । ଦଶମ ଓ ଦ୍ଵାଦଶ ଶ୍ରେଣୀର ହଷ୍ଟେଲ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି। ସ୍କୁଲ ସହିତ ଥିବା ହଷ୍ଟେଲ ନ ଖୋଲିଲେ ଛାତ୍ରଛାତ୍ରୀ ରହି ପାଠ ପଢିବା ସମ୍ଭବ ହେବ ନାହିଁ। ଏଣୁ ହଷ୍ଟେଲ ବ୍ୟବ୍ୟସ୍ଥା ଥିବା ସ୍କୁଲରେ ହଷ୍ଟେଲ ମଧ୍ୟ ଖୋଲିବ । କିନ୍ତୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ଜାରି କରିବେ ସରକାର । ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ