ETV Bharat / state

ପୁରୀରେ ଜନତା କର୍ଫ୍ୟୁ କଡାକଡି କରିବ ଜିଲ୍ଲା ପ୍ରଶାସନ - ପୁରୀରେ ଜନତା କର୍ଫ୍ୟୁ

ରବିବାର ଦିନ ଜନତା କର୍ଫ୍ୟୁକୁ କଡାକଡି ପାଳନ କରାଯିବା ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପୁରୀ ସହର ସମେତ ସମସ୍ତ ବିଜ୍ଞାପିତ ଅଞ୍ଚଳ, ପଞ୍ଚାୟତରେ ଲୋକଙ୍କୁ ଘରୁ ନ ବାହାରିବାକୁ କରାଯିବ ସଚେତନ । ଅଧିକ ପଢନ୍ତୁ...

The district administration will tighten public curfew in Puri
ପୁରୀରେ ଜନତା କର୍ଫ୍ୟୁ କଡାକଡି କରିବ ଜିଲ୍ଲା ପ୍ରଶାସନ
author img

By

Published : Mar 21, 2020, 11:04 AM IST

Updated : Mar 21, 2020, 12:04 PM IST

ପୁରୀ: କୋରୋନା ସତର୍କତାକୁ ନେଇ ସମସ୍ତ ସରକାରୀ କଟକଣାକୁ କଡାକଡି କଲା ପୁରୀ ଜିଲ୍ଲା ପ୍ରଶାସନ । ରବିବାର ଦିନ ଜନତା କର୍ଫ୍ୟୁକୁ କଡାକଡି ପାଳନ କରାଯିବା ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପୁରୀ ସହର ସମେତ ସମସ୍ତ ବିଜ୍ଞାପିତ ଅଞ୍ଚଳ, ପଂଚାୟତରେ ସେହିଦିନ ଗାଡିରେ ସାଇରନ ଲଗାଇ ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରାଯିବ । ସେହିପରି ଆଜି ଠାରୁ ପୁରୀ ଜିଲ୍ଲାରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛାଡି, ଅନ୍ୟ ସବୁ ଦୋକାନ ବନ୍ଦ କରାଯିବ।

ପୁରୀରେ ଜନତା କର୍ଫ୍ୟୁ କଡାକଡି କରିବ ଜିଲ୍ଲା ପ୍ରଶାସନ

ଅନ୍ୟପଟେ ଯାନ ବହନ ଚଳାଚଳ କମ କରିବା ପାଇଁ ଦିଲ୍ଲୀ ଭଳି ଯୁଗ୍ମ ଅଯୁଗ୍ମ ନିୟମ ଗାଡିରେ ଲାଗୁ ହେବ । ଯୁଗ୍ମ ନମ୍ବର ଥିବା ଗାଡି ଯୁଗ୍ମ ଦିନ ଓ ଅଯୁଗ୍ମ ନମ୍ବର ଥିବା ଗାଡି ଅଯୁଗ୍ମ ଦିନ ରାସ୍ତାରେ ଚାଲିବ । ଏ ନେଇ ପୁରୀ ଆର ଟି ଓ ପକ୍ଷରୁ ଖୁବ ଶୀଘ୍ର ନିର୍ଦ୍ଦେଶ ନାମା ଜାରି କରାଯିବ । ସେହିପରି କିଛି ସ୍ବେଚ୍ଛାସେବୀ ସଂଗଠନ କୋରୋନା ସତର୍କତା ନେଇ ସଚେତନ କାର୍ଯ୍ୟକ୍ରମ ବେଳେ ଲିଫଲେଟ ଓ ମାସ୍କ ଲୋକଙ୍କୁ ପ୍ରଦାନ କରୁଛନ୍ତି । ଯାହାକୁ ନେଇ କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ। ପ୍ରଶାସନ ଠାରୁ ଅନୁମତି ନେଇ ସବୁ କାର୍ଯ୍ୟ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲୀ ପୁରୀ ଜିଲ୍ଲାପାଳ ବଲ ବନ୍ତ ସିଂ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 21, 2020, 12:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.