ETV Bharat / state

କୋଣାର୍କ ମହୋତ୍ସବ 3ୟ ସଂନ୍ଧ୍ୟା, କୁଚିପୁଡି-ଓଡିଶୀ ନୃତ୍ୟରେ ଦୁଲୁକିଲା ମଞ୍ଚ

author img

By

Published : Dec 3, 2020, 10:16 PM IST

କୋଣାର୍କ ଉତ୍ସବର ତୃତୀୟ ସଂନ୍ଧ୍ୟାରେ କୁଚୁପୁଡି ଓ ଓଡିଶୀ ନୃତ୍ୟରେ ଦୁଲୁକିଛି କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ।

3rd evening of the Konark Festival
କୁଚିପୁଡି ଓ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପୁରୀ: 5ଦିନ ବ୍ୟାପି ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବର ଆଜି (ଗୁରୁବାର) ତୃତୀୟ ସଂନ୍ଧ୍ୟା । ଆଉ ଏହି ତୃତୀୟ ସଂନ୍ଧ୍ୟାରେ କୁଚୁପୁଡି ଓ ଓଡିଶୀ ନୃତ୍ୟରେ ଦୁଲୁକିଛି କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ।

କୁଚିପୁଡି ଓ ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପ୍ରଥମେ ମଞ୍ଚରେ ପ୍ରସିଦ୍ଧ ଓଡିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବୋଙ୍ଗାଲୁରୁରୁ ଆସିଥିବା ନିର୍ତ୍ୟାନ୍ତର ଗ୍ରୁପ ପକ୍ଷରୁ ଓଡିଶୀନୃତ୍ୟ ପରିବେଷଣ ହୋଇଛି । ଯାହାକି ଦର୍ଶକଙ୍କୁ ବେଶ ମନୋରଞ୍ଜନ କରାଇଥିଲା । ପରେ କୁଚିପୁଡି ନୃତ୍ୟ ପରିବେଷଣ ହୋଇଥିଲା । ଯାହା ଦେଖି ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ଚେନ୍ନାଇର କଳା ସମର୍ପଣ ଫାଉଣ୍ଡେସନ ଗ୍ରୁପ ପକ୍ଷରୁ ଏହି କୁଚିପୁଡି ନୃତ୍ୟ କରିଥିଲେ।

କୋଭିଡ କଟକଣା ଭିତ୍ତିରେ ସୀମିତ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂନ୍ଧ୍ୟା ସମୟରେ ରଙ୍ଗୀନ ଆଲୋକ ମାଳାରେ କୋଣାର୍କ ରଙ୍ଗମଞ୍ଚ ସଜେଇ ହୋଇଥିଲା। ଡିସେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା କୋଣାର୍କ ନୃତ୍ୟ ଉତ୍ସବ ଅସନ୍ତା 5 ତାରିଖରେ ଉଦଯାପିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.