ETV Bharat / state

5 ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର, ଚୋର ଗିରଫ - Temple idols rescued

ପିପିଲିରୁ ମୂର୍ତ୍ତି ଚୋରକୁ ଧରିଲା ପୋଲିସ । ଅଭିଯୁକ୍ତ ନିକଟରୁ 5 ଟି ବିରଳ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି ।

5 ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର , ଚୋର ଗିରଫ

author img

By

Published : Mar 3, 2021, 9:17 PM IST

ପୁରୀ: ଶ୍ରୀ ଗୋପୀନାଥ ଦେବଙ୍କ ମନ୍ଦିରରୁ 5 ଟି ପ୍ରାଚୀନ ମୂର୍ତ୍ତି ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ଏହି ଘଟଣାରେ ଜଣେ ମୂର୍ତ୍ତି ଚୋରକୁ ଧରିଲା ପୋଲିସ । ଅଭିଯୁକ୍ତ ନିକଟରୁ 5 ଟି ବିରଳ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ନାଁ ବାପୁନି ପାଢ଼ୀ । ସେ କେନ୍ଦୁଝର ଆନନ୍ଦପୁର ଥାନା ଛେନାପଦୀର ବାସିନ୍ଦା ।

5 ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର , ଚୋର ଗିରଫ
5 ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର , ଚୋର ଗିରଫ

ପୋଲିସ ସୂଚନା ଅନୁଯାୟୀ ଗତ ଜାନୁଆରୀ 31 ତାରିଖ ରାତିରେ ପିପିଲି ଥାନା ଅନ୍ତର୍ଗତ କାକୁଡ଼ିଆ ଗ୍ରାମର ଶ୍ରୀଗୋପୀନାଥ ମନ୍ଦିର ରୁ 5 ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ଭୁବନେଶ୍ବରର ଏସଟିଏଫ ସହିତ ମିଳିତ ଭାବେ ଘଟଣାର ତଦନ୍ତ କରି ଅଭିଯୁକ୍ତ ବାପୁନି ପାଢ଼ୀ କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଠାରୁ ପ୍ରଭୁ ଵିଷ୍ଣୁ , ମା ଲକ୍ଷ୍ମୀ , କୃଷ୍ନ , ରାଧା ଓ ଗରୁଡ଼ ଦେବ ଙ୍କ ବିରଳ ଅଷ୍ଟଧାତୁ ମୂର୍ତ୍ତି ପୋଲିସ ଉଦ୍ଧାର କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.