ETV Bharat / state

ବେଆଇନ ପଥର ଚାଲାଣ, ଟ୍ରାକ୍ଟର ଜବତ ବେଳେ ତହସିଲଦାରଙ୍କୁ ଆକ୍ରମଣ

ବେଆଇନ ପଥର ଚାଲାଣ ଟ୍ରାକ୍ଟରକୁ ଜବତ ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ଏନେଇ ତହସିଲଦାରଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ ଏଥିସହ ପରେ 5 ଟ୍ରାକ୍ଟର ଜବତ କରାଯାଇଛି । ଅଧିକ ପଢନ୍ତୁ

trucks were seized during the smuggling of stone
ବେଆଇନ ପଥର ଚାଲାଣବେଳେ ତହସିଲଦାରଙ୍କୁ ଆକ୍ରମଣ
author img

By

Published : Aug 26, 2022, 9:28 PM IST

ପୁରୀ: ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ ( Tehsildar Injured In Attack By Stone Mining Mafia) । ପଥର ଚୋରା ଚାଲାଣ ହେଉଥିବା ଗାଡିକୁ ଚଢ଼ାଉ ବେଳେ ହୋଇଛି ଆକ୍ରମଣ । ଜବତ କରିଥିବା ଟ୍ରାକ୍ଟରକୁ ଜୋର ଜବରଦସ୍ତ ଛଡାଇ ନେଇ ଦୁର୍ବୃତ୍ତ । ଏନେଇ ତହସିଲଦାରଙ୍କ ଡେଲାଙ୍ଗ ଥାନାରେ ଅଭିଯୋଗ ପରେ 5 ଟ୍ରାକ୍ଟର ଜବତ କରାଯାଇଛି ।

ବେଆଇନ ପଥର ଚାଲାଣବେଳେ ତହସିଲଦାରଙ୍କୁ ଆକ୍ରମଣ

ସୂଚନା ଅନୁସାରେ, ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ପଥର ନେଇ ଯାଇଥିବା ଗାଡିକୁ ଜବତ କରିଥିଲେ । କିନ୍ତୁ ପଥର ମାଫିଆମାନେ ପଥର ବୋଝେଇ ଟ୍ରାକ୍ଟରର ଜବତ ହୋଇଥିଲେ ମଧ୍ୟ ତହସିଲଦାରଙ୍କୁ ଆକ୍ରମଣ କରି ଟ୍ରାକ୍ଟରକୁ ଛଡ଼ାଇ ନେଇଥିଲେ । ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ ତହସିଲଦାର । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 5 ଟି ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.