ETV Bharat / state

୧୬ ପରଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ସ୍ବର୍ଗଦ୍ବାର

author img

By

Published : Aug 14, 2021, 1:58 PM IST

Updated : Aug 14, 2021, 5:56 PM IST

ଆସନ୍ତା ୧୬ ପରଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ସ୍ବର୍ଗଦ୍ବାର । ମୃତକଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ କରିପାରିବେ ଅନ୍ତିମ ସତ୍କାର । ଅଧିକ ପଢନ୍ତୁ...

୧୬ ପରଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ସ୍ବର୍ଗଦ୍ବାର ଖୋଲିଲା

ପୁରୀ: ଆସନ୍ତା ୧୬ ପରଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ସ୍ବର୍ଗଦ୍ବାରକୁ ମିଳିଲା ଅନୁମତି । 16 ତାରିଖ ପରଠୁ ପୁରୀ ଜିଲ୍ଲା ବାହାର ଓ ରାଜ୍ୟ ବାହାର ଲୋକଙ୍କ ଅନ୍ତିମ ସତ୍କାର ପାଇଁ ଖୋଲିଲା ସ୍ୱର୍ଗଦ୍ବାର ।

ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣ କୋଭିଡରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମୃତଦେହ ସତ୍କାର ନିମନ୍ତେ ଅନୁମତି ମିଳିବ । ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର କାଉଣ୍ଟରରେ ଦାଖଲ କରିବାକୁ ପଡିବ । ପ୍ରତି ମୃତଦେହ ସତ୍କାର ବେଳେ ସର୍ବାଧିକ ୧୦ ଜଣ ଆତ୍ମୀୟ ସ୍ବଜନଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ ।

୧୬ ପରଠୁ ଅନ୍ୟ ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ସ୍ବର୍ଗଦ୍ବାର

ପୁରୀ ଜିଲ୍ଲା ଏବଂ ପୁରୀ ପୌରସଂସ୍ଥା ଅଞ୍ଚଳରେ କୋରୋନା ସଂକ୍ରମିତ ହ୍ରାସ ପାଇବାରୁ ପୂର୍ବରୁ ଜାରି କଟକଣା ପ୍ରତ୍ୟାହାର କରାଯାଇଛି । ଏଥିସହ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା ଓ ଅନ୍ୟାନ୍ୟ କୋଭିଡ ନିୟମ ଅନୁପାଳନ କଡାକଡି କରାଯାଇଛି । ଉପ- ଜିଲ୍ଲାପାଳ ତଥା ସ୍ବର୍ଗଦ୍ବାର ସେବା ସମିତିର ଆବାହକ ଭବତାରଣ ସାହୁଙ୍କୁ ଉକ୍ତ ଆଦେଶର ତଦାରଖ ନିମନ୍ତେ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଥିପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ମୃତକଙ୍କ ନେଗେଟିଭ୍ ରିପୋର୍ଟ ଦେଖାଇ ସତ୍କାର କରାଯିବା ନେଇ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ମହୋଦଧୀରେ ମଧ୍ୟ ମୃତକଙ୍କ ଅସ୍ଥି ବିସର୍ଜନ କରିବାକୁ ଅନୁମତି ମିଳିଛି । ତେବେ କୋରୋନା ପାଇଁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ତଥା ସ୍ବର୍ଗଦ୍ବାରା ଆସନ୍ତା ୧୬ରୁ ଖୋଲିବ । ୧୬ରୁ ପୁରୀ ଜିଲ୍ଲାବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୨୩ରୁ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରର ଭକ୍ତଙ୍କୁ ଅନୁମତି ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 14, 2021, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.