ETV Bharat / state

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ - ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ସୂର୍ଯ୍ୟପରାଗରେ ହେତୁବାଦୀଙ୍କ ପକ୍ଷରୁ ଚିକେନ ବିରିୟାନୀ ବଣ୍ଟନ ଓ ଖାଇବା ପ୍ରସଙ୍ଗ । ସେମାନଙ୍କର ଶାସ୍ତ୍ରର ଜ୍ଞାନ ନାହିଁ, ତାଙ୍କୁ ବି ଭୋଜନ କେତେବେଳେ ଖାଇବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଅଧିକ ପଢନ୍ତୁ

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

author img

By

Published : Oct 27, 2022, 10:31 PM IST

ପୁରୀ: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗରେ ହେତୁବାଦୀଙ୍କ ପକ୍ଷରୁ ଚିକେନ ବିରିୟାନୀ ବଣ୍ଟନ ଓ ଖାଇବା ପ୍ରସଙ୍ଗ । ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ (Shankaracharya Swami Sri Nischalananda Saraswati) । ଯେଉଁମାନେ ପରାଗରେ ଭୋଜନ କଲେ ସେମାନଙ୍କୁ ଶାସ୍ତ୍ରର ଜ୍ଞାନ ନାହିଁ, ତାଙ୍କୁ ବି ଭୋଜନ କେତେବେଳେ ଖାଇବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ଗତ ମଙ୍ଗଳବାର ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିଲା । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ (Odisha Hetubadi Samaj) । ଫଳରେ ସେମାନେ ପରାଗ ସମୟରେ ଚିକେନ ବିରିୟାନୀ ଖାଇଥିଲେ । ହେତୁବାଦୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିବା ବେଳେ ଏ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଏହା ବି ପଢନ୍ତୁ- ସୂର୍ଯ୍ୟପରାଗରେ ଖାଦ୍ୟ ଖାଇଲେ କୌଣସି ପ୍ରଭାବ ପଡିବ ନାହିଁ: ହେତୁବାଦୀ

ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, "ଯେଉଁ ହେତୁବାଦି ସମାଜ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କର ଧର୍ମ ଜ୍ଞାନ ନାହିଁ। ସେମାନେ ବିରିୟାନୀ ଖାଇଲେ କ'ଣ ହେବ ? ବିରିୟାନୀ ତାଙ୍କୁ ଖାଇବ । ଆମରେ ଯେଉଁ ଶାସ୍ତ୍ରୀୟ ବିଜ୍ଞାନ ରହିଛି ତାହାର ମହତ୍ତ୍ବ ରହିଛି । ଉଦାହରଣ ସ୍ବରୂପ ଯେପରି ଆମେ ଦିନବେଳେ ଦହି ଖାଇଲେ ଶରୀର ଉପରେ କୌଣସି ପ୍ରଭାବ ପଡ଼େ ନାହିଁ । ମାତ୍ର ସୂର୍ଯ୍ୟାସ୍ତ ପରେ ଏହାକୁ ଖାଇଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ତେବେ ଏହା ବିରୋଧରେ ଏହା ମାନି ନେବା ଉଚିତ ଯେ ସେମାନଙ୍କ ଦର୍ଶନ କିମ୍ବା ଶାସ୍ତ୍ରୀୟ ଜ୍ଞାନ ନାହିଁ ।"

ଏହା ବି ପଢନ୍ତୁ- ସୂର୍ଯ୍ୟପରାଗରେ ବିରିୟାନୀ ଖାଇବା ଘଟଣା, ହେତୁବାଦୀ ସମାଜ ବିରୋଧରେ ଏତଲା

ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଥିବା ବେଳେ ସେମାନେ ଏହାକୁ ଅନ୍ଧବିଶ୍ବାସ କହିଥିଲେ । କିନ୍ତୁ ଏହି ନିୟମକୁ ଅବମାନନା କରିଥିଲା ଓଡି଼ଶା ହେତୁବାଦୀ ସମାଜ। ପରାଗରେ ଖାଦ୍ୟ ନିଷେଧ ଏକ କୁ-ସଂସ୍କାର। ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର । ଏନେଇ ସୂର୍ଯ୍ୟପରାଗ ଦିନ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଥିଲା ।

ଏହା ବି ପଢନ୍ତୁ- ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ

ହେତୁବାଦୀଙ୍କ କହିବାନୁସାରେ ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ବାସ । ଏହାକୁ ବଦଳାଇବା ଦରକାର । କାରଣ ସୂ୍ର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା । ଏହା ଦ୍ବାରା କୌଣସି କୁପ୍ରଭାବ ପଡ଼େ ନାହିଁ । ଯେପରି ସୂର୍ଯ୍ୟ ଚାରିପାଖରେ ପୃଥିବୀ ଘୁରୁଥିବା ଆମେ ବିଶ୍ବାସ କଲେ ସେହିପରି ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି ମଧ୍ୟ ଲୋକେ ବିଶ୍ବାସ କରିବେ । ଲୋକମାନେ ବୁଝିବା ଉଚିତ ଯେ ରାତିରେ ସୂର୍ଯ୍ୟ ନଥିଲେ ମଧ୍ୟ ଆମର ହଜମ ହୋଇଥାଏ । ତେବେ ସୂର୍ଯ୍ୟପରାଗ ସମୟରେ ମଧ୍ୟ ଏହା ସମ୍ଭବ ବୋଲି କହିଥିଲା ହେତୁବାଦୀ ସଙ୍ଗଠନ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.