ପୁରୀ: ପିପିଲି ଉପନିର୍ବାଚନ ନେଇ ୨ ଦିନ ଆଉ କ୍ୟାମ୍ପେନିଂ ଥିବାବେଳେ କଂଗ୍ରେସ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ପ୍ରଚାର ଚାଲିଛି। ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ, ସୁର ରାଉତରାୟ, ରୁଦ୍ର ରାଜୁ ବିଭିନ୍ନ ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି । କେନ୍ଦ୍ର ବିଜେପି ସରକାରଙ୍କ ଜନ ବିରୋଧୀ ନୀତି, ବିଜେଡି ସରକାରର ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରି ଭୋଟରଙ୍କ ପାଖକୁ କଂଗ୍ରେସ ଯାଉଥିବା ଦେଖିବାକୁ ମିଳିଛି ।
ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ପିପିଲି ଡେଲାଙ୍ଗବାସୀ ସ୍ୱାଭିମାନି । ସେମାନେ ବିଜେଡିର ଅର୍ଥବଳକୁ ଖାତିର କରିବେ ନାହିଁ । ସେହିପରି କୃଷକଙ୍କ ଉନ୍ନତି ପାଇଁ ଜଳସେଚନ ବ୍ୟବସ୍ଥା କଂଗ୍ରେସ ସରକାରରେ ହୋଇଥିଲା। ବିଜେଡି ସରକାର ସମୟରେ ପିପିଲି ଡେଲାଙ୍ଗବାସୀଙ୍କ ବିକାଶ ହେବା ପରିବର୍ତ୍ତେ ବିନାଶ ହୋଇଛି। ଏଥର ଉପନିର୍ବାଚନରେ ଭୋଟର ବିଜେପି ଓ ବିଜେଡିକୁ ଉପଯୁକ୍ତ ଜବାବ ଦେଇ କଂଗ୍ରେସକୁ ଜିତାଇବେ ବୋଲି ସୁରେଶ ରାଉତରାୟ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ