ETV Bharat / state

ଆନନ୍ଦବଜାରରେ ବଢ଼ୁଛି ଅଣସେବାୟତଙ୍କ ଦୌରାତ୍ମ୍ୟ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସୁଆର ମହାସୁଆର ନିଯୋଗ

ଶ୍ରୀମନ୍ଦିରରେ ଅଣସେବାୟତଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସୁଆର ମହାସୁଆର ନିଯୋଗ କ୍ଷୋଭ ପ୍ରକାଶ କରିଛି । ତୁରନ୍ତ ଶୃଙ୍ଖଳା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ନିଯୋଗ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପ୍ରଶାସନକୁ ସୁଆର ମହାସୁଆର ନିଯୋଗର ଚିଠି

author img

By

Published : Jul 12, 2023, 10:18 PM IST

ଶ୍ରୀମନ୍ଦିର ପ୍ରଶାସନକୁ ସୁଆର ମହାସୁଆର ନିଯୋଗର ଚିଠି

ପୁରୀ: ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଅଣସେବାୟତଙ୍କ ଦୌରାତ୍ମ୍ୟ । ଆନନ୍ଦବଜାରରେ ଅଣସୁପକାର କରୁଛନ୍ତି ମହାପ୍ରସାଦ ବିକ୍ରି । ଚଢା ଦରରେ ଭକ୍ତଙ୍କୁ ଅବଢ଼ା ବିକୁଛନ୍ତି । ବିରୋଧ କଲେ ଭକ୍ତଙ୍କୁ ଗୋଡାଇ ଗୋଡାଇ ପିଟୁଛନ୍ତି । ଏପରିକି ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଗତ ୧୦ ତାରିଖରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ରଣକ୍ଷେତ୍ର ପାଲଟିଥିଲା ଆନନ୍ଦବଜାର । ଘଟଣାରେ ଜଣେ ଅଣସେବକ ଗିରଫ ହୋଇ ଜେଲ ଯାଇଥିବାବେଳେ ଏବେ ବି ଅନେକ ଅଣସେବକ ପତିଆରା ଦେଖାଇ ଆତଙ୍କିତ କରୁଛନ୍ତି । ନିର୍ଦ୍ଧାରିତ ଦର ଠାରୁ ଚଢା ଦରରେ ମହାପ୍ରସାଦ ବିକ୍ରି ହେଉଛି । ଆବଶ୍ୟକତାଠାରୁ ଅଧିକ ମହାପ୍ରସାଦ କିଣିବାକୁ ଭକ୍ତମାନଙ୍କୁ ବାଧ୍ୟ କରୁଛନ୍ତି । ନନେଲେ ଖରାପ ଭାଷାରେ ଗାଳି କରିବା ସହ ଧମକାଉଥିବା ଅଭିଯୋଗ ଆସୁଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସୁଆର ମହାସୁଆର ନିଯୋଗ କ୍ଷୋଭ ପ୍ରକାଶ କରିଛି ।

ଆନନ୍ଦବଜାରରେ ଭକ୍ତଙ୍କ ସହ ଦୁର୍ବ୍ୟବହାର ଏବେ ସୀମା ଲଙ୍ଘିଲାଣି । ଭକ୍ତଙ୍କ କହିବା କଥା ଚଢା ଦରରେ ଅବଢ଼ାର ଦଲାଲୀ ବିକ୍ରି ଯୋଗୁଁ ପେଟପୁରା ମହାପ୍ରସାଦ ଟିକିଏ କିଣିବା ସମ୍ଭବ ହେଉନାହିଁ । ଧାର୍ମିକସ୍ଥଳକୁ ବ୍ୟବସାୟସ୍ଥଳୀରେ ପରିଣତ ନକରାଯାଉ ବୋଲି ଏବେ ଭକ୍ତମାନେ ଦାବି କରିଛନ୍ତି । ସେପଟେ ବିଳମ୍ବରେ ହେଲେ ବି ଗତ ୧୦ ତାରିଖ ଆନନ୍ଦବଜାର ବିଶୃଙ୍ଖଳା ପରେ ସୁଆର ମହାସୁଆର ନିଯୋଗର ଚେତା ପସିଛି । ଆନନ୍ଦବଜାରରେ କେହି ଅଣସେବାୟତ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ, କିମ୍ବା କୌଣସି ସୁପକାର ଅଣସେବକଙ୍କୁ ମହାପ୍ରସାଦ ବିକ୍ରୟ କାର୍ଯ୍ୟରେ ନିୟୋଜିତ କରିପାରିବେ ନାହିଁ । ଯଦି ଏହାର ଉଲ୍ଲଙ୍ଘନ ହୁଏ, ସଂପୃକ୍ତ ସୁପକାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି । ସେପଟେ ଅରୁଣସ୍ତମ୍ଭଠାରୁ ଆରମ୍ଭ କରି ଭିତରକାଠ ସବୁଠାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଆନନ୍ଦବଜାରରେ କାହିଁକି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁଆର ମହାସୁଆର ନିଯୋଗ ସଂପାଦକ । କୌଣସି ଅବଢ଼ା ମହାପ୍ରସାଦ କିମ୍ବା ଶୁଖିଲା ପ୍ରସାଦ ବିକ୍ରେତା ଦୋକାନରେ ଅଣ ସେବାୟତଙ୍କୁ ନରଖିବାକୁ ବିଜ୍ଞପ୍ତି ଜାରି କରାଯାଇଛି । ଯିଏ ଏଥିରେ ଖିଲାପ କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ଓ ସୁପର ଭାଇଜରଙ୍କୁ ଚିଠି କରିଛି ନିଯୋଗ ।

ସେବାୟତ ହେଉ ଅବା ଅଣସେବାୟତ, ବିଶୃଙ୍ଖଳାକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ ବୋଲି ଚିଠିରେ ଅପିଲ କରିଛି ନିଯୋଗ । ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ନଲାଗିବା ଯୋଗୁଁ ଭକ୍ତ ଦଲାଲଙ୍କ ପାଲରେ ପଡୁଛନ୍ତି । ତେଣୁ ତୁରନ୍ତ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଲଗେଇବାକୁ ଦାବି କରାଯାଇଛି । ତେବେ ସୁଆରମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବାରମ୍ବାର ଦାବି ପରେ ମଧ୍ୟ କାହିଁକି ଆନନ୍ଦ ବଜାରରେ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି । ସୁଆର ମହାସୁଆର ନିଯୋଗର ସମ୍ପାଦକ କହିଛନ୍ତି, "କେବଳ କିଛି ଗଣ୍ଡଗୋଳ ହେଲେ ଥାନାରେ କେସ୍‌ ଦେଇ ଚୁପ୍ ବସୁଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ମାଳ ମାଳ ପୋଲିସ୍ କର୍ମଚାରୀ ମୁତୟନ ହୋଇଥିବା ବେଳେ ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ କାହିଁକି ପୋଲିସ୍ ମୁତୟନ କରାଯାଉନାହିଁ । ଭକ୍ତମାନେ ଆକ୍ରମଣର ଶିକାର ହେଲେ ଶ୍ରୀମନ୍ଦିର ବଦନାମ ହେଉଛି । ହେଲେ ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ମୋଟା ଅଙ୍କର ଦରମା ପାଇ ଗାଦିରେ ବସିଥିବା ବରିଷ୍ଠ ଅଧିକାରୀ କଣ କରୁଛନ୍ତି ?"

ଇଟିଭି ଭାରତ, ପୁରୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.