ETV Bharat / state

ନୂଆରୂପରେ ଝଲସିଲା ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋ, ଉଜ୍ଜୀବିତ ହେଲା ଅତୀତର ମହାନ ଗାଥା

author img

By

Published : Feb 23, 2023, 8:43 PM IST

Updated : Feb 23, 2023, 9:11 PM IST

ସେବା, ତ୍ୟାଗର ପ୍ରତୀକ ତଥା ଗରିବର ବନ୍ଧୁ ଥିଲେ ଗୋପବନ୍ଧୁ ଦାସ । ନିଜ ମହାନ କାର୍ଯ୍ୟ ଲାଗି ଯୁଗେ ଯୁଗେ ପୂଜ୍ୟ ଏହି ମହାନ ଆତ୍ମାଙ୍କ ସୁଆଣ୍ଡୋ ସ୍ଥିତ ଜନ୍ମପୀଠ ପାଇଛି ନୂଆ ରୂପ । ଏହି ସ୍ଥାନର କୋଣ ଅନୁକୋଣ କହୁଛି ଅତୀତର ମହାନ ଗାଥା । ଦେଖନ୍ତୁ ଏହି ରିପୋର୍ଟ

Suando Project
Suando Project

ନୂଆରୂପରେ ଝଲସିଲା ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋ

ପୁରୀ: ନୂଆରୂପରେ ଝଲସୁଛି ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ । ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଯେଉଁଥିରେ ସାଇତି ରହିଛି ଅତୀତର ମହାନ ଗାଥା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋରେ ଏହି ବିକାଶମୂଳକ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ଗୋପବନ୍ଧୁଙ୍କ ୧୫ଫୁଟ ଉଚ୍ଚର ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଛନ୍ତି । ଏହାସହ ସୁଆଣ୍ଡୋରୁ ଆରମ୍ଭ ହୋଇଛି ମହାପୁରୁଷଙ୍କ ଜନ୍ମପୀଠର ବିକାଶମୂଳକ କାର୍ଯ୍ୟ ।

ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠିଘର କାର୍ଯ୍ୟ ପୁନଃନିର୍ମାଣ କରାଯାଇଛି । ଯାହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଗୁରୁବାର ସୁଆଣ୍ଡୋରେ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ, ପୁରୀ ଏମପି ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତେ ଏହି ପ୍ରକଳ୍ପର ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, " ଓଡ଼ିଆ ଜାତିର ପରିଚୟ, ଗର୍ବ, ଗୌରବ ହେଉଛନ୍ତି ଗୋପବନ୍ଧୁ ଦାସ । ତାଙ୍କର ସେବା, ତ୍ୟାଗ ଅଦ୍ବିତୀୟ । ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନୀକୁ ଅନୁପ୍ରାଣିତ ହୋଇ ସେବା କାର୍ଯ୍ୟ କରିବା ଉଚିତ । କେବଳ ଉତ୍କଳ ମଣି ଗୋପବନ୍ଧୁ ଦାସ ନୁହେଁ ଓଡ଼ିଶାର ଅନେକ ବର ପୁତ୍ର ସ୍ଵାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେମାନଙ୍କ ସ୍ମୃତି ରକ୍ଷା ପାଇଁ ସୁଆଣ୍ଡୋ ଭଳି ଅନ୍ୟ ବରପୁତ୍ର ମାନଙ୍କ ଜନ୍ମସ୍ଥଳୀକୁ ମଧ୍ୟ ବିକାଶ କରାଯିବ। ଓଡି଼ଆର ବରପୁତ୍ର ମାନଙ୍କ ସ୍ମୃତିରେ ଯେତେ କଲେ ବି କମ ହେବ। ତେବେ ଭବିଷ୍ୟତ ପୀଢ଼ି ପାଇଁ ଅତୀତର ମହାନ ଗାଥା ସାଇତି ରଖିବା ପାଇଁ ସ୍ମୃତି ପୀଠଗୁଡିକର ବିକାଶ କାର୍ଯ୍ୟ କରାଯିବ।"

ଏହା ବି ପଢନ୍ତୁ- ଉତ୍କଳମଣିଙ୍କ ଜନ୍ମପୀଠର ନବକଳେବର, ୧୫ଫୁଟର ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ତେବେ ସୁଆଣ୍ଡୋ ଗ୍ରାମର ଉନ୍ନତିକରଣକୁ ନେଇ ଭୂରି ଭୂରି ପ୍ରଶଂସା କରିଛନ୍ତି ଗୋପବନ୍ଧୁ ଦାସଙ୍କ ଅଣନାତି । ଏନେଇ ସେ କହିଛନ୍ତି, "ଯେଭଳି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରଯାଇଛି ଆଗାମୀ ପୀଢି ପାଇଁ ଏହା ଏକ ନୂଆ ବାର୍ତ୍ତା ଦେବ। ଗୋପବନ୍ଧୁଙ୍କ ଜୀବନୀ, ଆଦର୍ଶ ବିଷୟରେ ଲୋକମାନେ ଅବଗତ ହୋଇପାରିବେ ।" ବିଶେଷ କରି ସୁଆଣ୍ଡୋର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପଣ୍ଡିଆନ ପ୍ରୟାସକୁ ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାସ ଉଚ୍ଚ ପ୍ରଶଂସା କରିଛନ୍ତି ।

ଓଡ଼ିଆ ଜାତିର ଗର୍ବ ଗୌରବ ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି ତଥା କର୍ମଭୂମିର କାୟାକଳ୍ପ ଯେଭଳି ବିଶ୍ଵସ୍ତରୀୟ କରାଯାଇଛି ତାହା ଏକ ଉଦାହରଣ । ସୁଆଣ୍ଡୋକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ଉତ୍କଳମଣି ଜୀବନୀ ପୁଙ୍ଖାନୁପଙ୍ଖ ଭାବେ ଅବଗତ ହୋଇପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ଆଦର୍ଶକୁ ବେଶ ଅନୁସରଣ କରନ୍ତି । ତାଙ୍କରି କର୍ମଭୂମିକୁ ନୂଆ ରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପୁରୀ ଏମପି ପିନାକୀ ମିଶ୍ର ପ୍ରଶଂସା କରିଛନ୍ତି । ସେହିପରି ସୁଆଣ୍ଡୋ ଭଳି ଅନ୍ୟ ବରପୁତ୍ରଙ୍କ ଜନ୍ମଭୂମିର ଅନୁରୂପ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପୁରୀ ଏମପି ପିନାକୀ ମିଶ୍ର ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Feb 23, 2023, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.