ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - ପୁରୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ପୁରୀ ଠାରେ ଯୁବ ଛାତ୍ର ସଂଘ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଭିଆଇପି ରୋଡ଼ ମୁଖ୍ୟ ରାସ୍ତା ଅବରୋଧ କରିବା ସହ କାକଟପୁରର ମଙ୍ଗଳା ମହାବିଦ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଥିଲା l ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Apr 26, 2021, 6:02 PM IST

ପୁରୀ : କୋଭିଡ ମହାମାରୀ ଭୟାବହତାକୁ ଦେଖି ରାଜ୍ୟ ସରକାର ଦଶମ ଶ୍ରେଣୀ ତଥା ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି। ଏବେ ବିଭିନ୍ନ କଲେଜରେ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ ନେଇ ଦାବି ଜୋର ଧରିଛି। ଅଫଲାଇନ ଠାରୁ ଆରମ୍ଭ କରି ଅନଲାଇନରେ ମଧ୍ୟ ପାଠ ପଢା ହୋଇପାରୁ ନଥିବା ବେଳେ କୋର୍ସ ମଧ୍ୟ ସରିନାହିଁ। ଏଣୁ, କିଭଳି ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ପୁରୀ ଠାରେ ଯୁବ ଛାତ୍ର ସଂଘ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବୀରେ ଭିଆଇପି ରୋଡ଼ ମୁଖ୍ୟ ରାସ୍ତା ଅବରୋଧ କରିବା ସହ କାକଟପୁରର ମଙ୍ଗଳା ମହାବିଦ୍ୟାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଥିଲା l ଯୁକ୍ତ ଦୁଇ ଶେଷ ବର୍ଷର ପଠାପଢା ପୂରଣ ହୋଇନଥିବାରୁ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରି ପରୀକ୍ଷାକୁ ବିରୋଧ କରିଛନ୍ତି l ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ସୁରଜ ମଲ ମହାବିଦ୍ୟାଳୟ ଓ ସରକାରୀ ବାଳିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକାଠି ହୋଇ ଏହି ବିରୋଧ ପଦର୍ଶନ କରିଥିଲେ l ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବୀରେ ସମସ୍ତ ଛାତ୍ରଛାତ୍ରୀ ଅଡି ବସିଛନ୍ତି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.