ETV Bharat / state

ଭକ୍ତଙ୍କ ଭାବ ବୁଝିଲେ ସରକାର; ଶ୍ରୀକ୍ଷେତ୍ରରେ ଶହେ ଟଙ୍କାରେ ଯାତ୍ରୀ ନିବାସ - srimandira development work review

ସର୍ବ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଓ 5ଟି ସଚିବ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ

author img

By

Published : Dec 20, 2020, 11:11 AM IST

ପୁରୀ: ସର୍ବ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଓ ‘5ଟି’ ସଚିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିବା ସହ ହେରିଟେଜ କରିଡୋର ଉନ୍ନୟନ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି । ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀରେ ଅବଢା ଯୋଜନାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସ଼ହ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟର ଧର୍ମଶାଳା ନିର୍ମାଣ ଉପରେ ଆଲୋଚନା କରିଛନ୍ତି । ନିର୍ମାଣଧୀନ ୨ ଟି ମାର୍କେଟ କମ୍ପ୍ଲେକ୍ସ, ବହୁତଳ ପାର୍କିଂ ଓ ସ୍ବର୍ଗଦ୍ବାର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି ।

ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ୨୦ ମିଟର ବାହାର ରାସ୍ତା ନିର୍ମାଣ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି 5ଟି ସଚିବଙ୍କ ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀରେ ଚାଲିଥିବା ଉନ୍ନୟନଭିତ୍ତିକ କାର୍ଯ୍ୟଗୁଡିକର ମଧ୍ୟ ସମୀକ୍ଷା କରିଛନ୍ତି ।

ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ
ସାଧାରଣ ଭକ୍ତଙ୍କ ସୁବିଧା ପାଇଁ ପୁରୀରେ ନିର୍ମାଣ ହେବାକୁ ଯାଉଛି ସୁଲଭ ମୂଲ୍ୟର ଧର୍ମଶାଳା । ୧୦୦ ରୁ ୧୫୦ ଟଙ୍କା ସର୍ବନିମ୍ନ ଦେୟରେ ପ୍ରାୟ ୩ ରୁ ୪ ହଜାର ଭକ୍ତଙ୍କ ରହଣୀ ପାଇଁ କରାଯିବ ବ୍ୟଵସ୍ଥା । ଏଥିପାଇଁ ବାସେଳୀ ସାହି ଥାନା ନିକଟରେ ପ୍ରାୟ ୧୦ ଏକର ପରିମିତ ଅଞ୍ଚଳରେ ଏହି ଧର୍ମଶାଳା ନିର୍ମାଣ ହେବ । ସହରର ଉଚ୍ଛେଦ ହୋଇଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ ଓ ସ୍ବର୍ଗଦ୍ବାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବା ପାଇଁ ଆଜି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଜେଲ ରୋଡରେ ନିର୍ମାଣଧୀନ ବହୁତଳ ବିଶିଷ୍ଟ ପାର୍କିଂ କାର୍ଯ୍ୟ ଓ ଅବଢା ଯୋଜନାରେ ଉନ୍ନୟନ କାର୍ଯ୍ୟଗୁଡିକର ମଧ୍ୟ ସମୀକ୍ଷା କରାଯାଇଛି । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟ ନେଇ ଦର୍ଶନାର୍ଥୀ ଭକ୍ତମାନେ ମଧ୍ୟ ବେଶ୍ ଆଶାବାଦୀ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.