ETV Bharat / state

Puri Market Complex Fire: ଘଟଣାସ୍ଥଳରେ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଅଗ୍ନିଶମ ଡିଜି

author img

By

Published : Mar 9, 2023, 4:49 PM IST

Updated : Mar 9, 2023, 6:14 PM IST

ପୁରୀ ବଡ଼ଦାଣ୍ଡ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟଣା । ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଅଗ୍ନିଶମ ଡିଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ

Puri Market Complex Fire Incident
Puri Market Complex Fire Incident
Puri Market Complex Fire: ଘଟଣାସ୍ଥଳ ବୁଲି ଦେଖିଲେ ମନ୍ତ୍ରୀ ଓ ଅଗ୍ନିଶମ ଡିଜି

ପୁରୀ: ବଡ଼ଦାଣ୍ଡ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା । ଦୀର୍ଘ ୧୯ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ବିଫଳ ରହିଛି ଅଗ୍ନିଶମ ବିଭାଗ । ତଳ ମହଲାରୁ ନିଆଁ ଦ୍ବିତୀୟ ମହଲାକୁ ବ୍ୟାପୁଥିବା ବେଳେ ଚାରିଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣାର ସ୍ଥିତି ଅନୁଧ୍ୟାନ ଲାଗି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟ । ଖୁବଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ଅଗ୍ନିଶମ ବିଭାଗ ଡିଜି କହିଥିବା ବେଳେ ଆଇନର ବିରୋଧରେ ଯାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଦ୍ବିତୀୟ ମହଲାରେ ଏକ ବ୍ୟାଙ୍କ ଓ ବିଭିନ୍ନ ଦୋକାନ ରହିଛି । ଅଣଓସାରିଆ ରାସ୍ତା ଓ ମାର୍କେଟ କମ୍ପ୍ଲେକ୍ସ ଭିତରକୁ ଯିବା ପାଇଁ ବିକଳ୍ପ ରାସ୍ତା ନ ଥିବାରୁ ନିଆଁକୁ ଆୟତ୍ତ କରିବାରେ ବାଧା ଉପୁଜିଥିବା ଅଗ୍ନିଶମ ଡିଜି କହିଛନ୍ତି । ତେବେ ୧୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ଅତ୍ୟାଧୁନିକ ମେସିନ ବ୍ୟବହାର ହେଉଥିବାରୁ ନିଆଁକୁ ଆୟତ୍ତ କରିବାରେ ବେଶୀ ସମସ୍ୟା ଆଉ ଉପୁଜିବ ନାହିଁ ବୋଲି କହିଛନ୍ତି ଅଗ୍ନିଶମ ଡିଜି । ସେପଟେ ଗୃହ ମନ୍ତ୍ରୀ କହିଛନ୍ତି, "ଘଟଣାର ତଦନ୍ତ ହେବ । ଆଇନ ଖିଲାପ ହୋଇଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ତେବେ ପ୍ରାଥମିକ କାର୍ଯ୍ୟ ହେଉଛି ଅଗ୍ନିକାଣ୍ଡକୁ ଆୟତ୍ତ କରିବା ଓ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଥାଇଥାନ କରିବା ଉପରେ କାର୍ଯ୍ୟ କରାଯିବ ।"

ସୂଚନା ଥାଉ କି ଗତକାଲି ରାତି ୮ଟାରୁ ଏହି ଅଗ୍ନିକାଣ୍ଡ ଘଟିଛି। ୧୦୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଫଳରେ ଭୁବନେଶ୍ଵରରୁ ଅଗ୍ନିଶମ ବାହିନୀର ଏକ୍ସପର୍ଟ ଟିମ ଆସି ପହଞ୍ଚିଛି । ଏହା ଦ୍ବାରା ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରାଯାଉଛି। ତେବେ ଅଗ୍ନିକାଣ୍ଡକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ବିଫଳ ହେବା ମୁଖ୍ୟ କାରଣ ହେଉଛି ଅଣଓସାରିଆ ରାସ୍ତା ଯୋଗୁଁ ମାର୍କେଟ କମ୍ପ୍ଲେକ୍ସ ଭିତରେ ପଶି ପାରୁନି ଅଗ୍ନିଶମ ବାହିନୀ । ଫଳରେ ନିଆଁ ଲାଗିଥିବା ସ୍ଥାନକୁ ଯାଇ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି ।

ଏହା ବି ପଢନ୍ତୁ- ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ: ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ, ନାକେଦମ୍ ଅଗ୍ନିଶମ ବାହିନୀ

ଏଥିଲାଗି ନିଆଁ ତଳ ମହଲାରୁ ଉପର ମହଲାକୁ ବ୍ୟାପି ଚାଲିଛି । ପ୍ରଥମେ ତଳ ମହଲାରେ ଏକ ଡ୍ରେସ ଦୋକାନରେ ନିଆଁ ଲାଗିଥିଲା । ପରେ ବିଭିନ୍ନ ସାମଗ୍ରୀ ଦୋକାନ, ଚପଲ ଦୋକାନ, ପ୍ଲାଷ୍ଟିକ ଦୋକାନକୁ ନିଆଁ ବ୍ୟାପିଥିଲା । ପ୍ରଚୁର ଧୂଆଁ ବାହାରୁଥିବାରୁ ଏହା ଭିତରକୁ ପ୍ରବେଶ ମଧ୍ୟ କରିହେଉ ନାହିଁ । ପୁରୀ ଏସପି ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଉ ୩ରୁ ୪ ଘଣ୍ଟା ଭିତରେ ନିଆଁ ଆୟତ୍ତକୁ ଆସିବ ବୋଲି ସେ ଅନୁମାନ କରିଥିବା କହିଛନ୍ତି । ଅନ୍ୟପଟେ ବଡ଼ଦାଣ୍ଡରେ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ଯେଭଳି କୌଣସି ଅସୁବିଧା ନ ଭୋଗନ୍ତି ସେ ନେଇ ସ୍ଵତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ତେବେ ଗତକାଲି ହୋଲିରେ ଦୋକାନ ସବୁ ବନ୍ଦ ଥିବାରୁ ଏକ ବଡ଼ ଅଘଟଣ ଟଳି ଯାଇଥିବା କୁହାଯାଉଛି। ସାଧାରଣ ଦିନରେ ଅଗ୍ନିକାଣ୍ଡ ଘଟିଥିଲେ ବ୍ୟାପକ ଧନ ଜୀବନ ହାନି ହେବାର ଆଶଙ୍କା ରହିଥିଲା । ସବୁଠୁ ବଡ କଥା ହେଉଛି ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଶୈଳୀ ସଠିକ ନଥିବାରୁ ଏଠାରେ ବ୍ୟବସାୟ ଲାଗି ପୁରୀ ଜିଲ୍ଲା ପ୍ରଶାସନ କିପରି ଅନୁମତି ଦେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହି ମାର୍କେଟ କମ୍ପ୍ଲେକ୍ସରେ ଗୋଟିଏ ପ୍ରଵେଶ ଦ୍ଵାର ଓ ସେହିପଟେ ହିଁ ପ୍ରସ୍ଥାନ ଦ୍ବାର ରହିଛି। ଯାହାକି ଅତି ସଙ୍କୀର୍ଣ୍ଣ । ମାର୍କେଟ କମ୍ପ୍ଲେକ୍ସର ଚାରି ପଟେ ଖାଲି ଜାଗା ନାହିଁ । ନିଜର ପାର୍କିଂ ବ୍ୟବସ୍ଥା ମଧ୍ୟ ନାହିଁ । ଯେତେବଳେକି ନିୟମ ରହିଚି ସବୁ ମାର୍କେଟ କମ୍ପ୍ଲେକ୍ସର ଏକାଧିକ ପ୍ରବେଶ ଦ୍ଵାର, ପ୍ରସ୍ଥାନ ଦ୍ଵାର ସହ ଚାରିପଟେ ଖୋଲା ଜାଗା, ନିଜସ୍ଵ ପାର୍କିଂ ବ୍ୟବସ୍ଥା ଥିବା ଆବଶ୍ୟକ। ମାତ୍ର ଏଠାରେ କୌଣସି ନିୟମ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

Last Updated : Mar 9, 2023, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.