ETV Bharat / state

ଆସନ୍ତାକାଲିଠୁ ଖୋଲୁଛି ଶ୍ରୀମନ୍ଦିର: ସକାଳ ୬ରୁ ରାତି ୯ଟା ଯାଏଁ ଦର୍ଶନ ଜାରି, ରବିବାର ବନ୍ଦ

author img

By

Published : Jan 31, 2022, 6:44 PM IST

ଆସନ୍ତାକାଲିଠାରୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର । ସକାଳ 6ଟାରୁ ରାତି 9ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ । ପ୍ରତି ରବିବାର ମନ୍ଦିର ସାନିଟାଇଜ ନିମନ୍ତେ ବନ୍ଦ ରହିବ । ଅଧିକ ପଢନ୍ତୁ

କାଲିଠୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ

ପୁରୀ: ଆସନ୍ତାକାଲି(ମଙ୍ଗଳବାର)ଠାରୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର । 20 ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ 10 ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ ଛତିଶା ନିଯୋଗ ବୈଠକରେ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆସନ୍ତାକାଲି ମନ୍ଦିର ଖୋଲୁଥିବାରୁ ଆଜି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଶ୍ରୀମନ୍ଦିର ଯାଇ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଦର୍ଶନ ଓ ନୀତିକୁ ଶୃଙ୍ଖଳାର ସହ କରିବା ପାଇଁ ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କୋଭିଡ କଟକଣା ମଧ୍ୟରେ ଦର୍ଶନର ସୁବିଧା କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବପରି ଭକ୍ତମାନେ ଦୁଇଟି ଡୋଜ ଟିକା କିମ୍ବା RTPCR ଟେଷ୍ଟ ସାର୍ଟିଫିକେଟ ଦେଖାଇ ମନ୍ଦିର ପ୍ରବେଶ କରିପାରିବେ । ସକାଳ 6ଟାରୁ ରାତି 9ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ । ପ୍ରତି ରବିବାର ମନ୍ଦିର ସାନିଟାଇଜ ନିମନ୍ତେ ବନ୍ଦ ରହିବ । ଭକ୍ତଙ୍କ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ପୁରୀର ସ୍ଥାନୀୟ ବାସିନ୍ଦାମlନେ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିପାରିବେ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.