ETV Bharat / state

ଜାନୁଆରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜୋରସୋରରେ ଚାଲିଛି ପ୍ରସ୍ତୁତି

author img

By ETV Bharat Odisha Team

Published : Dec 19, 2023, 10:46 PM IST

Srimandir Parikrama Project: ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୀକୁ ସାରା ବିଶ୍ବରେ ଏକ ପ୍ରମୁଖ ଐତିହ୍ୟ ନଗରୀ ଭାବେ ପରିଚୟ ଦେବାକୁ ପ୍ରୟାସ । ଅଧିକ ପଢନ୍ତୁ

ଆସନ୍ତା ଜାନୁୟାରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜୋରସୋରରେ ଚାଲିଛି ପ୍ରସ୍ତୁତି

ପୁରୀ: ଆସନ୍ତା ୨୦୨୪ ନୂଆବର୍ଷରେ ଶ୍ରୀକ୍ଷେତ୍ରର କଳେବର ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ଜାନୁଆରୀ ୧୭ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ମାର୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ପ୍ରକଳ୍ପ କାର୍ଯ୍ୟକୁ ଉଦଘାଟନ କରିବେ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ବିଶେଷ କରି ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡ଼ିକୁ ଫିକା ଗୋଲାପୀ ରଙ୍ଗ କରାଯିବା ଫଳରେ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି । ସେହିପରି ବଡ଼ଦାଣ୍ଡରେ ଭକ୍ତଙ୍କ ଯାତାୟତରେ କୌଣସି ଅସୁବିଧା ଯେଭଳି ସୃଷ୍ଟି ନହୁଏ ସେଥିପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ମାର୍କେଟ ଛକ ଯାଏଁ ଉଠାଦୋକାନୀଙ୍କୁ ଉଛେଦ କରାଯାଇ ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯାଇଛି ।

ପ୍ରସ୍ତୁତ ହେଉଛି ଏସି ସେଡ୍ ପାଥ୍ ୱେ

ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ମାନେ ଆଉ ଗହଳିରେ କଲବଲ ହେବେ ନାହିଁ । ନିଜେ ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇ ନେଉଛନ୍ତି। ବଡ଼ଦାଣ୍ଡ ଅବରୋଧ ମୁକ୍ତ ହେବା ପରେ ଭକ୍ତଙ୍କ ସୁବିଧା ପାଇଁ ସମ୍ପର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ଏହି ଏସି ସେଡ୍ ପାଥ୍ ୱେ ରେ କିଛି ସମୟ ବିଶ୍ରାମ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇପାରିବେ । ଏଥିସହ ଶ୍ରୀମନ୍ଦିର କାର୍ଯ୍ୟାଳୟର ଗ୍ରାଉଣ୍ଡ ଫ୍ଲୋର ସହ ଶ୍ରୀକୃଷ୍ଣ ସିନେମା ହଲ୍ ଓ ଭାଟିଆ ଧର୍ମଶାଳାର ଉଛେଦ ଜାଗାକୁ ମିଶାଯାଇ ଏକ ବିଶାଳ ଅଭ୍ୟର୍ଥନା କକ୍ଷ ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି ।

ଏହା ମଧ୍ୟ ପଢନ୍ତୁ ... ନୂଆବର୍ଷକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆଇଜି

ଶୋଭା ବଢାଇବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନିଜର ଜିନିଷପତ୍ର ରଖିବା ପାଇଁ ଷ୍ଟାଣ୍ଡର ବ୍ୟବସ୍ଥା ସହ ପାନୀୟ ଜଳ, ଶୌଚାଳୟ, ସିସିଟିଭି ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ନୂଆବର୍ଷ ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖା ଯାଇଛି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକିଛି ଅଳ୍ପ କାର୍ଯ୍ୟ ବାକି ରହିଛି ତାହା ଖୁବଶୀଘ୍ର ଶେଷ କରାଯାଇ ଉଦଘାଟନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ପ୍ରଶାସନର ଏଭଳି ପଦକ୍ଷେପକୁ ସେବାୟତ ମାନେ ସ୍ବାଗତ କରିଛନ୍ତି । ପୁରୀକୁ ସାରା ବିଶ୍ବରେ ଏକ ପ୍ରମୁଖ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନେକ ବିକାଶମୂଳକ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କରାଯାଉଛି। ପୁରୀ କୁ ଆସୁଥିବା ଭକ୍ତ ଏକ ନୂଆ ଅନୁଭୂତି ପାଇବେ ବୋଲି ସରକାର ଆଶା ରଖିଛନ୍ତି। ସେପଟେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଏକ ବିରାଟ ଭବ୍ୟ କାର୍ଯ୍ୟକ୍ରମ ଦ୍ବାରା ଉଦଘାଟନ କରାଯିବା ନେଇ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.