ETV Bharat / state

ଆସନ୍ତା ବର୍ଷରୁ ଗୁରୁକୁଳ ଆଶ୍ରମରେ ଆରମ୍ଭ ହେବ ପାଠପଢା - ଆସନ୍ତା ବର୍ଷରୁ ଗୁରୁକୁଳ ଆଶ୍ରମରେ ଆରମ୍ଭ ହେବ ପାଠପଢା

ପୁରୀରେ ଗୁରୁକୁଳ ଆଶ୍ରମ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ । ୨୦୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠ୍ୟକ୍ରମ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
author img

By

Published : Mar 14, 2023, 8:02 AM IST

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ୨୦୨୪ ଶିକ୍ଷାବର୍ଷରୁ ଗୁରୁକୁଳ ଆଶ୍ରମରେ ଆରମ୍ଭ ହେବ ପାଠ୍ୟକ୍ରମ । ସେବାୟତ ପରିବାରର ପିଲାଙ୍କ ପାଠପଢା ପାଇଁ ଆଦର୍ଶ ଗୁରୁକୂଳ ଆଶ୍ରମ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ଚୂଡାନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ବୈଠକ ବସିଥିଲା । ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି ।

ଏହି ପ୍ରକଳ୍ପ ନେଇ ପୂର୍ବରୁ ବିର୍ଲା ଫାଉଣ୍ଡେସନ ସହ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୨୦୨୪ ବର୍ଷ ଠାରୁ ଆଶ୍ରମରେ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଟେଣ୍ଡର ଡକାଯିବା ପରେ ଭୂମି ପୂଜନ କରାଯାଇ ଗୁରୁକୂଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜାଙ୍କ କରକମଳରେ ଏହି ପ୍ରକଳ୍ପର ଭୂମି ପୂଜନ କାର୍ଯ୍ଯ ହେବ । ସମୁଦାୟ ୩୨ ଏକର ଜମିରେ ଏକାଡେମିକ ଭବନ, ଯଜ୍ଞ ସାଳା, ଖେଳ ପଡ଼ିଆ, ହଷ୍ଟେଲ ଆଦି ନିର୍ମାଣ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ତ, ସ୍କୁଲରେ କଟୁରୀ ଧରି ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଏସପି ଡ. କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକ, ବିର୍ଲା ଫାଉଣ୍ଡେସନର ସଦସ୍ୟଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଗୁରୁକୁଳ ଆଶ୍ରମ ସଂକ୍ରାନ୍ତରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ତେବେ ଏହି ଆଦର୍ଶ ଗୁରୁକୁଳରେ ମହାପ୍ରଭୁଙ୍କ ନୀତିକନ୍ତି, ପୂଜା ପଦ୍ଧତି ଆଦି ସେବାୟତ ପିଲାଙ୍କୁ ଶିକ୍ଷା ଦିଆଯିବ । ସ୍କୁଲରେ ୫୦ ପ୍ରତିଶତ ସେବାୟତ ଘର ପିଲା ଏବଂ ବାକି ୫୦ ପ୍ରତିଶତ ସବୁ ସାଧାରଣ ପିଲା ପଢ଼ିପାରିବେ ।

ଏହାମଧ୍ୟ ପଢନ୍ତୁ: weather Update: ୧୫ରୁ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼, ୧୬ ଓ ୧୭ରେ ବିଜୁଳି ଘଡଘଡି ସହ ବର୍ଷା !

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.