ETV Bharat / state

ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ପୁରୀରେ ପହଞ୍ଚିଲା ଅକ୍ଷତ କଳସ

author img

By ETV Bharat Odisha Team

Published : Dec 9, 2023, 10:12 PM IST

sri ram mandir pratistha akhyata kalasa: ଅଯୋଧ୍ୟାରୁ ଅକ୍ଷତ କଳସ ଆସି ପହଞ୍ଚିଲା ଓଡ଼ିଶା । ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଅଯୋଧ୍ୟା ରାମ ମନ୍ଦିର । ଏନେଇ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅକ୍ଷତ କଳସ ଦେଇ ନିମନ୍ତ୍ରଣ କରାଯାଇଛି । ଅଧିକ ପଢ଼ନ୍ତୁ

ଅକ୍ଷତ କଳସ
ଅକ୍ଷତ କଳସ
ଅକ୍ଷତ କଳସ

ପୁରୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଆସନ୍ତା ଜାନୁଆରୀ 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଉଦଘାଟନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ଏନେଇ ପ୍ରସ୍ତୁତି ଜୋର୍ ସୋରରେ ଆଗେଇ ଚାଲିଛି । ଇତି ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଅକ୍ଷତ କଳସ ଶୋଭାଯାତ୍ରା । ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦିଆଯାଇ କାର୍ଯକ୍ରମକୁ ସଫଳ କରିବା ପାଇଁ ପ୍ରାର୍ଥନା କରାଯାଇଛି ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ବିରାଜମାନ କରିଥିବା ସ୍ଥାନରୁ ଏକ କଲସରେ ଅକ୍ଷତ ଅଣାଯାଇ ଭାରତର ପ୍ରତି ଗ୍ରାମ ପଞ୍ଚାୟତରେ ଏହାକୁ ପହଞ୍ଚାଇ ଲୋକଙ୍କୁ ଅଯୋଧ୍ୟା ଯିବା ନେଇ ନିମନ୍ତ୍ରଣ କରାଯାଉଛି । ଅଯୋଧ୍ୟାରୁ ଶ୍ରୀରାମଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ସାମିଲ ହେବା ସହ ରାମଲାଲାଙ୍କ ଦର୍ଶନ କରିବା ପାଇଁ ନିମନ୍ତ୍ରଣ ଦେଇ ଅକ୍ଷତ କଳସ ପଠାଯାଇଛି । ତେବେ ଜାନୁଆରୀ 22 ତାରିଖ ପରେ ଯିବାକୁ କୁହାଯାଇଛି । ସେଠାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ କୁହାଯାଉଛି । ଭକ୍ତଙ୍କ ରହିବା ପାଇଁ ଵ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି । ତେଣୁ ଭକ୍ତମାନେ ଜାନୁଆରୀ 22 ତାରିଖ ପରେ ଅଯୋଧ୍ୟା ଯାଇ ପ୍ରଭୁ ରାମଙ୍କୁ ଦର୍ଶନ କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ରାଜଧାନୀରେ ପହଞ୍ଚିଲା ଅକ୍ଷତ କଳସ

ଅଯୋଧ୍ୟାରୁ ଆରମ୍ଭ ହୋଇଥିବା ଅକ୍ଷତ କଳସ ଶୋଭାଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିବା ପରେ ପୁରୀ ବଡଦାଣ୍ଡରେ ଏକ ଶୋଭାଯାତ୍ରା ପୁରୀ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା । ଶ୍ରୀମନ୍ଦିର ଯାଇ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି । ଓଡ଼ିଶାର ପରମ୍ପରା ଅନୁଯାୟୀ ପ୍ରଥମେ କୌଣସି ଶୁଭ କାର୍ଯ୍ୟ ହେଲେ ମହାପ୍ରଭୁଙ୍କୁ ଆରାଧନା କରି ପ୍ରଥମେ ନିମନ୍ତ୍ରଣ କରାଯାଏ । ପରେ ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତକୁ ଅକ୍ଷତ କଳସ ଶୋଭାଯାତ୍ରା ଯିବ । ଲୋକଙ୍କୁ ଅଯୋଧ୍ୟା ଯିବା ପାଇଁ ନିମନ୍ତ୍ରଣ କରାଯିବ । ତେବେ ଆଗାମୀ ଦିନରେ ହେବାକୁ ଥିବା ରାମ ମନ୍ଦିର ଉଦଘାଟନ ଉତ୍ସବରେ ସମସ୍ତେ ସାମିଲ ହୋଇ ସନ୍ଧ୍ୟାରୁ ନିଜ ଘରେ ଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କୁ ପୂଜା କରିବାକୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଓଡ଼ିଶାବାସୀଙ୍କୁ ଆହ୍ଵାନ ଦିଆଯାଇଛି । ତେବେ ଆସନ୍ତା ଜାନୁଆରି 1 ତାରିଖ ରୁ 15 ତାରିଖ ପର୍ଯ୍ୟନ୍ତ ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.