ETV Bharat / state

ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀ, କାଲିଠୁ କାର୍ଯ୍ୟାନୁଷ୍ଠାନ

author img

By

Published : May 21, 2023, 6:12 PM IST

ଆସନ୍ତାକାଲି ସୁଦ୍ଧା ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସ ପ୍ରାପ୍ତ ଦୋକାନୀ । ତୁରନ୍ତ ଜାଗା ଖାଲି କରିବାକୁ ନୋଟିସ ଜାରି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଅଧିକ ପଢନ୍ତୁ

Etv Bharat
Etv Bharat
ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଏବେ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଅଣ ଲାଇସେନ୍ସ ପ୍ରାପ୍ତ ଦୋକାନୀମାନେ ଏକାଧିକ ସ୍ଥାନରେ ଦୋକାନ ଖୋଲିଥିବା ବେଳେ ଆସନ୍ତାକାଲି (ମେ 22) ସୁଦ୍ଧା ସ୍ଥାନ ଖାଲି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନୋଟିସ ଜାରି କରିଛନ୍ତି । ଶ୍ରୀମନ୍ଦିର ସୁପରଭାଇଜରଙ୍କ ଅଧୀନରେ 3 ଜଣ ଜେଟିପି ଚେକିଂ ପାଇଁ ଗଠନ କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ରକ୍ଷା ପାଇଁ ପୁରୀ ସିଂହଦ୍ଵାର ଥାନା ପୋଲିସ ଅଧିକାରୀଙ୍କୁ ମୁତୟନ କରିବା ପାଇଁ ପୁରୀ ଏସ୍‌ପିଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ତେବେ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ସବୁଦିନ କିଭଳି ଏହି ନିୟମ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଅଧିକ ଯତ୍ନବାନ ହେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ ଦାବି କରିଛନ୍ତି । ତେବେ ଆନନ୍ଦ ବଜାରରେ ଦର ତାଲିକା ଲାଗିଲେ ହିଁ ଭକ୍ତ ଶୋଷଣରୁ ମୁକ୍ତ ହେବେ ଏବଂ ଆନନ୍ଦ ବଜାରରେ ଶୃଙ୍ଖଳା ଆସିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି । ଏ ନେଇ ସେ ବାରମ୍ବାର ଦାବି କରି ଆସୁଛନ୍ତି । ଏଣୁ ପ୍ରଶାସନ ତୁରନ୍ତ ଆନନ୍ଦ ବଜାରରେ ଦର ତାଲିକା ଲଗାଇବା ସହ ଅଣ ସେବାୟତଙ୍କ ପ୍ରଵେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।

ଏହା ବି ପଢନ୍ତୁ- RathaKhala Halchal: ତିନିରଥର ପାଞ୍ଚ ଦଣ୍ଡା ହଣା ଅନୁକୂଳ ପୂଜା ସମ୍ପନ୍ନ

ସେହିପରି ବରିଷ୍ଠ ସେବାୟତ ହଜୁରୀ କୃଷ୍ନ ଚନ୍ଦ୍ର ଖୁଣ୍ଟିଆ ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି । ଏହାଦ୍ବାରା ଭକ୍ତମାନେ ମହାପ୍ରସାଦ କିଣିବାରେ ଶୋଷଣର ଶିକାର ହେବେ ନାହିଁ । ସେହିପରି ଅଣ ସେବାୟତଙ୍କୁ ବାହାର କରିବା ସହ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ବରିଷ୍ଠ ସେବାୟତ କୃଷ୍ଣ ଚନ୍ଦ୍ର ଖୁଣ୍ଟିଆ ଦାବି କରିଛନ୍ତି । ସେପଟେ ପୁରୀ ପ୍ରଶାସନର ମନୋମୁଖୀ କାର୍ଯ୍ୟ ଯୋଗୁଁ ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ଅଗଣିତ ଭକ୍ତ । ଆଉ ଯେଉଁମାନେ ମହାପ୍ରସାଦ ପାଇଲେ ସେମାନେ ଦଲାଲଙ୍କ ଶୋଷଣର ଶିକାର ହେଲେ। ଅବଢ଼ା ମୂଲ୍ୟର ଦୁଇଗୁଣ ଦର ଭକ୍ତଙ୍କୁ ଦେବାକୁ ପଡିଲା ।

କେବଳ ସେତିକି ନୁହେଁ ଉତ୍ତର ଦ୍ଵାର ପଟେ ଭକ୍ତଙ୍କୁ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ କିଣିବା ପାଇଁ ଅନୁମତି ଦିଆଯାଇନଥିବାରୁ ଲକ୍ଷଲକ୍ଷ ଟଙ୍କା କ୍ଷତି ସହିଛି ସୁଆର ମହାସୁଆର ନିଯୋଗ । ‌ ୧୫୦ ବାଇ ହାଣ୍ଡି, 200 ଦାସିଆ ଡାଲି, ୭୦ ଦାସିଆ ତରକାରି ସହ ୫୦ ହଜାରରୁ ଊର୍ଦ୍ଧ୍ବ ଛୋଟ କୁଡିଆ ଏଭଳି ଭାବେ ୭ଲକ୍ଷ ୬୦ ହଜାର ଟଙ୍କାର ବିପୁଳ କ୍ଷତି ସହିଲା ସୁଆର ମହାସୁଆର ନିଯୋଗ। ନିଯୋଗର ଅଭିଯୋଗ ଅନୁସାରେ ପୁରୀ ବାସିନ୍ଦା ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାର ଯାଇ ମହାପ୍ରସାଦ ଆଣିଥାଆନ୍ତି । ଫଳରେ ଉଚିତ ଦରରେ ଭକ୍ତମାନେ ମହାପ୍ରସାଦ ପାଇବା ସହ ସୁଆର ମହାସୁଆର ନିଯୋଗ ମଧ୍ୟ ମହାପ୍ରସାଦ ବିକ୍ରି କରି ଉପକୃତ ହୋଇଥାନ୍ତି । ହେଲେ ଉତ୍ତର ଦ୍ବାରରେ ପ୍ରବେଶ କଟକଣା ଥିବାରୁ କିଛି ଦଲାଲ ଉତ୍ତର ଦ୍ଵାର ନିକଟରେ ଅବଢ଼ା ମୂଲ୍ୟର ଦୁଇଗୁଣ ଦର ନେଇ ଭକ୍ତଙ୍କୁ ଲୁଟିଥିବା ସୁଆର ମହାସୁଆର ନିଯୋଗ ଅଭିଯୋଗ କରିଛି ।

ଉତ୍ତର ଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଥିଲେ ହେଁ ପ୍ରଶାସନ କାହା ଚାପରେ ପଡ଼ି ଏ ଦଲାଲଙ୍କୁ ପ୍ରସୟ ଦେଉଛି ଏବଂ ଭକ୍ତଙ୍କୁ ଚଢ଼ା ଦରରେ ଅବଢ଼ା ବିକ୍ରି ହେଉଛି ସେନେଇ ପ୍ରଶ୍ନ ଉଠାଇଛି ସୁଆର ମହାସୁଆର ନିଯୋଗ । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ପଟେ କେବଳ ପ୍ରବେଶ ଅନୁମତି ରହିଛି । ତେବେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ପରେ ଶ୍ରୀମନ୍ଦିର ଅନ୍ୟ ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ନେଇ ବିଚାର ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.