ପୁରୀ: ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ଚିକେନ ବିରିୟାନୀ ଖାଇବା ପ୍ରସଙ୍ଗ (Chicken Biryani eating during Solar Eclipse) । ହେତୁବାଦୀ (Hetubadi)ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ନେଇ ଥିବା ବିଧି ବିଧାନ ଅନ୍ଧବିଶ୍ବାସ କହିବା, ସାମୁହିକ ଚିକେନ ବିରିୟାନୀ ଭୋଜନ କରିବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚିକେନ ଭୋଗ ଲଗାଇବା, ପ୍ରଭୁ ରାମ ଲକ୍ଷ୍ମଣଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେବା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।
ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ହେତୁବାଦୀ ମାନେ ତାଙ୍କ ଚିନ୍ତାଧାରାରେ ବଞ୍ଚିବା ନେଇ କାହାରି ଆପତ୍ତି ନାହିଁ । ହେଲେ ବିଜ୍ଞାନର ଦ୍ବାହି ଦେଇ କୋଟି କୋଟି ହିନ୍ଦୁଙ୍କ ଆସ୍ଥା, ବିଶ୍ବାସକୁ କୁଠାରଘାତ କରିବା ହେତୁବାଦୀଙ୍କର ଅଧିକାର ନାହିଁ । ହିନ୍ଦୁଙ୍କ ପରମ୍ପରା ହଜାର ହଜାର ବର୍ଷର ହୋଇଥିବା ବେଳେ ଏହାକୁ ଆକ୍ଷେପ କରିବା ହେତୁବାଦୀଙ୍କ ଅହଙ୍କାର ବଢ଼ି ଯାଇଛି । ଏହାକୁ ନେଇ କୋଟି କୋଟି ହିନ୍ଦୁଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି ।
ଆଗାମୀ ଦିନରେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । କିନ୍ତୁ ଏହି ନିୟମକୁ ଅବମାନନା କରିଛି ଓଡିଶା ହେତୁବାଦୀ ସମାଜ । ପରାଗରେ ଖାଦ୍ୟ ନିଷେଧ ଏକ କୁସଂସ୍କାର । ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର ବୋଲି କହିଛନ୍ତି ହେତୁବାଦୀ । ଏନେଇ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଛନ୍ତି ।
ଏହା ବି ପଢନ୍ତୁ- ସ୍ଥାୟୀ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଦାବିପତ୍ର
''ସେମାନଙ୍କ କହିବା କଥା ହେଉଛି ସୂର୍ଯ୍ୟ ପରାଗ ସମସୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ବାସ । ଏହାକୁ ବଦଳାଇବା ଦରକାର । କାରଣ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା । ଏହା ଦ୍ବାରା କୌଣସିକୁ ପ୍ରଭାବ ସମାଜରେ ଉପରେ ପଡ଼େନି । ଆମେ ଭଗବାନଙ୍କୁ ମାନୁ ନାହୁଁ କି ଧର୍ମ ନାରେ ଲୋକଙ୍କ ତଣ୍ଟି ଚିପୁ ନାହୁଁ । କିନ୍ତୁ ସମୟ ଆସିଛି ପରିବର୍ତ୍ତନର । ସଚେତନ ହୁଅନ୍ତୁ ଆଉ ଧର୍ମ ବା ପରମ୍ପରା ନାରେ ହେଉଥିବା କୁ ସଂସ୍କାରକୁ ବଦଳାନ୍ତୁ, ଏହାକୁ ପରିବର୍ତ୍ତନ କରିବା ପାଇଁ ଚିକେନ ବିରିୟାନୀ ଲୋକଙ୍କୁ ଦିଆଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ହେତୁବାଦୀ ସମାଜର ସଦସ୍ୟ ।''
ଇଟିଭି ଭାରତ, ପୁରୀ