ETV Bharat / state

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ସେନାର ସ୍ମାରକପତ୍ର - sri jagannath sena gives memorandum to sankaracharya

ଶ୍ରୀମନ୍ଦିର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ଶ୍ରୀ ଜଗନ୍ନାଥ ସେନା । ଅଧିକ ପଢନ୍ତୁ:

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ସେନାର ସ୍ମାରକପତ୍ର

author img

By

Published : Oct 19, 2020, 5:36 PM IST

ପୁରୀ: କୋଭିଡ କଟକଣା ହେତୁ ଶ୍ରୀମନ୍ଦିରରେ ଦୀର୍ଘ 7 ମାସ ଧରି ମହାପ୍ରଭୁଙ୍କୁ ସ୍ବଚକ୍ଷୁରେ ନଦେଖି ଭକ୍ତ ବ୍ୟାକୁଳ । ଅନ୍ୟପଟେ ଅସନ୍ତା ମାସ 27 ତାରିଖରେ ଅନୁଷ୍ଟିତ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ। ତେବେ ଏହି ପରିପ୍ରେକ୍ଷୀରେ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ସୌଭାଗ୍ୟ ପାଇବେ କି ନାହିଁ ତାକୁ ନେଇ ଏପର୍ଯ୍ୟନ୍ତ ଦ୍ବନ୍ଦ ଲାଗିରହିଛି । ତେବେ ଭକ୍ତମାନେ କିପରି ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ସୌଭାଗ୍ୟ ପାଇପାରିବା ତାକୁ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ଶ୍ରୀ ଜଗନ୍ନାଥ ସେନା ।

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ସେନାର ସ୍ମାରକପତ୍ର

ସ୍ମାରକପତ୍ରରେ ଶ୍ରୀମନ୍ଦିର ଖୋଲିବା ସହ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଶଙ୍କରାଚାର୍ଯ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ନିବେଦନ କରାଯାଇଛି । ସେହିଭଳି ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ନଖୋଲିବା ପର୍ଯ୍ୟନ୍ତ ଭକ୍ତଙ୍କୁ ପତିତପାବନ ଦର୍ଶନ ପାଇଁ ଅରୁଣସ୍ତମ୍ଭ ନିକଟକୁ ଯିବାକୁ ଅନୁମତି ଦିଆଯାଉ ବୋଲି ସେନା ପକ୍ଷରୁ ଦାବି କରାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.