ETV Bharat / state

ମା’ ଆଲାମ ଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା, ଭୋଗହୁଏ ପୋଡ଼ାମାଛ

author img

By

Published : Sep 27, 2022, 7:08 AM IST

ଶ୍ରୀକ୍ଷେତ୍ର ପୁରୀରେ ଦେବୀ ପୀଠ ଗୁଡିକରେ ଚାଲିଛି ଷୋଳପୂଜା । ମା’ଙ୍କ ପୀଠରୁ ଗୁଞ୍ଜରିତ ହେଉଛି ଚଣ୍ଡୀ ପାଠ । ବିଭିନ୍ନ ଦୁର୍ଲଭ ବେଶରେ ମା’ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ

ମା’ ଅଲାମ ଚଣ୍ଡୀଙ୍କ ପୀଠରେ ଷୋଳପୂଜା ଅନୁଷ୍ଠିତ
ମା’ ଆଲାମ ଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା, ଭୋଗ ହୁଏ ପୋଡ଼ାମାଛ

ପୁରୀ: ରାଜ୍ୟର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଯାଇଛି ଷୋଡ଼ଶ ଉପଚାର ପୂଜା । ଷୋଡ଼ଶ ଉପଚାର ପୂଜା ହେଉଛି ଏକ ନିଆରା ପରମ୍ପରା । ଏନେଇ ଚଳଚଞ୍ଚଳ ଦେବୀ ପୀଠ । ଏହିକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଥିବା ଦେବୀପୀଠ ଗୁଡିକରେ ମଧ୍ୟ ଚାଲିଛି ଷୋଳପୂଜା । ମା’ଙ୍କ ପୀଠରୁ ଗୁଞ୍ଜରିତ ହେଉଛି ଚଣ୍ଡୀ ପାଠ । ଏନେଇ ବିଭିନ୍ନ ଦେବୀ ପୀଠରେ ମା’ଙ୍କ ଷୋଳପୂଜାର ସ୍ବତନ୍ତ୍ରତା ରହିଛି ।

ତେବେ ପୁରୀରେ ଅଧିଷ୍ଠିତ ଅଷ୍ଟଚଣ୍ଡୀ ଶ୍ରୀକ୍ଷେତ୍ରର ବିଭିନ୍ନ କୋଣରେ ଅବସ୍ଥାନ କରିଛନ୍ତି । ରାମଚଣ୍ଡୀ, ହରଚଣ୍ଡୀ, ବାସେଳି, ବରାହୀ, ଦକ୍ଷିଣ ଚଣ୍ଡୀ ଓ ଝାଡ଼େଶ୍ଵରୀଙ୍କ ସମେତ ଅଲାମ ଚଣ୍ଡୀଙ୍କ ପୀଠରେ ଷୋଳପୂଜା ଅନୁଷ୍ଠିତ ହୋଇଛି । ପୁରୀର ପ୍ରବେଶ ପଥ ଭାବେ ପରିଗଣିତ ଅଠରନଳାରୁ ମାତ୍ର କିଛି ବାଟ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିବା ବାଟରେ ପଡ଼େ ମା’ ଆଲାମ ଚଣ୍ଡୀ ପୀଠ । ସେଠାରେ ଷୋଡ଼ଶ ପୂଜାରେ ହୁଏ ମାଛପୋଡ଼ା ଭୋଗ ।

ତେବେ ଏନେଇ ମା’ ଆଲାମ ଚଣ୍ଡୀଙ୍କ ପୂଜକ କୁହନ୍ତି, "ଗଜପତି ମହାରାଜାଙ୍କ ଦ୍ଵାରା ବହୁ ପୁରାତନ ସମୟରୁ ମା’ଙ୍କ ମନ୍ଦିର ପ୍ରତିଷ୍ଠିତ ହୋଇଛି । ଦୁର୍ଗାଷ୍ଟମୀ ପ୍ରମୁଖ ପର୍ବ ଭାବେ ପାଳନ ହେଉଥିବାବେଳେ, ଷୋଳପୂଜାରେ ମା’ ମାତଙ୍ଗୀ, ଭୈରବୀ ଓ ଦୁର୍ଗା ବେଶରେ ପୂଜାପାଆନ୍ତି । ମା’ଙ୍କ ଷୋଳପୂଜା ନୀତିକାନ୍ତି ମଧ୍ୟରେ ମାଜଣା, ବାଳଭୋଗ, ଆଳତି, ଦ୍ବିପ୍ରହର ଶଙ୍ଖୁଡ଼ି ଭୋଗ ଓ ସନ୍ଧ୍ୟା ଧୂପ ଆଦି କରାଯାଉଛି । ଷୋଳ ପୂଜାରେ ମା’ଙ୍କ ଉଦ୍ଦେଶ୍ୟରେ ଖେଚୁଡ଼ି, ଡାଲମା, ମାଛ ବେସର, ସାଧା ବେସର ସହ ମାଛ ପୋଡ଼ା ଭୋଗ ହେଉଛି । ଏହା ବ୍ୟତୀତ ଖିରି ଓ କାକରା ଭୋଗ କରାଯାଉଛି । ଗଜପତି ମହାରାଜାଙ୍କ ଦ୍ବାରା ବରଣ କରାଯାଇଥିବା ବ୍ରାହ୍ମଣ ସନ୍ଧ୍ୟାରେ ଚଣ୍ଡୀପାଠ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଧରାବତରଣ କରିବେ ଗୋଷାଣୀ ଦେବୀ, ଶ୍ରୀକ୍ଷେତ୍ରରେ ଚାଲିଛି ପ୍ରସ୍ତୁତି

ମା’ ଆଲାମ ଚଣ୍ଡୀଙ୍କ ମନ୍ଦିର ସହ ଶ୍ରୀଜଗନ୍ନାଥ ମନ୍ଦିରର କିଛି ନୀତିକାନ୍ତି ଜଡ଼ିତ ଅଛି । ଏହା ଶ୍ରୀକ୍ଷେତ୍ରର ପ୍ରବେଶ ପଥ ହୋଇଥିବାରୁ ନବକଳେବର ସମୟରେ ଦାରୁ ଶଗଡ଼ି ଆସିଲେ ଏହି ମନ୍ଦିର ନିକଟରେ ଅଟକି ଥାଏ । ଆଜ୍ଞାମାଳ ବିଜେ ହେବା ପରେ ଦାରୁ ଶଗଡ଼ି ଶ୍ରୀକ୍ଷେତ୍ରକୁ ମୁହାଁଇଥାଏ । ଏହା ବ୍ୟତୀତ ସପ୍ତପୁରୀ ଅମାବାସ୍ୟାରେ ସାତଟି ତାଡ଼ ଶ୍ରୀମନ୍ଦିରକୁ ଯାଏ । ସେହିପରି ମକର ସଂକ୍ରାନ୍ତିରେ ମକର ତାଡ଼ ଶ୍ରୀମନ୍ଦିରକୁ ଯିବାପରେ ସେଠାରେ ମକର ଚାଉଳ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.