ETV Bharat / state

ଗ୍ରହଣ ଲାଗି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି - ପୁରୀ

ଆଜି ଦୃଶ୍ୟମାନେ ହେବ ବିରଳ ଚନ୍ଦ୍ରଗ୍ରହଣ । ସେନେଇ ପୁରୀରେ ଚାଲିଛି ସଅଳ ନୀତିକାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 16, 2019, 11:56 AM IST

ପୁରୀ: ନବଦିନାତ୍ମକ ଯାତ୍ରା ପରେ ବିଶ୍ବନିୟନ୍ତା ନୀଳକନ୍ଦରକୁ ଫେରିଛନ୍ତି । ବହୁ ଦିନର ଅପେକ୍ଷା ପରେ ରତ୍ନ ସିଂହାସନରେ ଭକ୍ତଙ୍କୁ ଆଜି ଦର୍ଶନ ଦେଉଛନ୍ତି ପ୍ରଭୁ। ଘୋଷଯାତ୍ରା ପରେ ଶ୍ରୀକ୍ଷେତ୍ରରେ ମିଳିବ ନୀଳାଚଳ ଅବଢା । ସେନେଇ ଶ୍ରୀମନ୍ଦିରକୁ ଛୁଟିଛନ୍ତି ଶ୍ରଦ୍ଧାଳୁ । ସେପଟେ ଆଜି ଗ୍ରହଣ ଲାଗୁଥିବାରୁ ନୀତିକାନ୍ତିକୁ ସଅଳ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଦଶନ୍ଧିର ବଡ଼ ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ସକାଳ 6ଟାରେ ଦ୍ବାରା ଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି । 10ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହୋଇଛି । 10ଟା 30ରୁ 11ଟା 30 ମଧ୍ୟରେ ସକାଳ ଧୂପ କରାଯିବ । ଏହା ପରେ ଦିନ 12ଟାରୁ 1ଟା ମଧ୍ୟରେ ହେବ ମଇଲମ ଓ ବେଶ ।

10ଟା 45ରୁ 1ଟା 30 ମଧ୍ୟରେ ଭୋଗ ମଣ୍ଡପ ହେବ । ଅପରାହ୍ନ 2ଟାରୁ 3ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଓ 2ଟା 15ରୁ 4ଟା ମଧ୍ୟରେ ଦ୍ବିତୀୟ ଭୋଗମଣ୍ଡପ ନୀତିହେବ । ଏଥିରେ ନୀଳାଚଳ ଅବଢା ଭକ୍ତମାନେ ପାଇବେ ।

ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗନୀତି ହେବ । ଏହା ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.