ETV Bharat / state

ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

author img

By

Published : Oct 26, 2019, 4:56 PM IST

ରାତି ପାହିଲେ ଦୀପାବଳି ଅମାବାସ୍ୟା । ଆଉ ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ଭକ୍ତଙ୍କ ଭିଡ ଲାଗିଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଆଉ ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବାର ବିଧି ରହିଛି । ପୟା ଶ୍ରାଦ୍ଧ ଓ ବଡବଡୁଆ ଡାକ ପାଇଁ ପୁରୀରେ ଜମିବ ଲୋକଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ଏମାର ମଠ ଚକଡ଼ା ତଥା ଅରୁଣ ସ୍ତମ୍ଭ ଡାହାଣ ପଟ ଖୋଲା ସ୍ଥାନରେ ବଡ଼ ବଡୁଆ ଡାକିବା ଓ ଶ୍ରାଦ୍ଧ କାର୍ଯ୍ୟ ନିମନ୍ତେ ସ୍ଥାନ ରଖାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି କୌଣସି ଅଘଟଣ ଯେପରି ନ ଘଟେ ସେ ନେଇ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ମୂତୟନ ରହିବେ ।

ଭକ୍ତଙ୍କ ଶୃଙ୍ଖଳିତ ପ୍ରବେଶ ପାଇଁ ସିଂହଦ୍ବାର ଠାରୁ ବଡ଼ ଅଖଡା ମଠ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି । ପରମ୍ପରା ଅନୁଯାୟୀ, ପବିତ୍ର ମହାଳୟା ତିଥିରେ ପିତୃପୁରୁଷଙ୍କ ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ । ସେଥିପାଇଁ କାର୍ତ୍ତିକ ମାସର ଦୀପାବଳିରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି ଲୋକେ ।

ଅନ୍ୟପଟେ ଦୀପାବଳିରେ ବାଣ ଫୁଟାକୁ ନେଇ ପୁରୀ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଉଚ୍ଚଶକ୍ତି ସମ୍ପନ୍ନ ବାଣ ନ ଫୁଟାଇବାକୁ ଲୋକଙ୍କୁ ପୋଲିସ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦୀପାବଳି କୁ ନେଇ ପୁରୀ ଉତ୍ସବ ମୁଖରBody:ରାତି ପହିଲେ ଦୀପାବଳି ଅମାବାସ୍ୟା । ଆଉ ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ଭକ୍ତଙ୍କ ଭିଡ ହୋଇ ଥାଏ। । ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡ ବଡୁଆ ଡକାଯିବାର ପରମ୍ପରା ରହିଛି ।
ପିତୃପୁରୁଷଙ୍କୁ ସ୍ୱାର୍ଗଲୋକଙ୍କୁ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ । ଏହା ଏକ ସାମୂହିକ ଶ୍ରାଦ୍ଧ ଉତ୍ସବ । ଏଣୁ ପୁରୀ ବଡଦେଉଳ ସମ୍ମୁଖରେ ଶ୍ରଦ୍ଧାଳୁ ମାନେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଅର୍ପଣ କରିଥାନ୍ତି । ଦୀପାବଳି ଓ ପୟା ଶ୍ରାଦ୍ଧପାଇଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇସିପାହଚରେ ପିଣ୍ଡଦାନ କରିଥାନ୍ତି। ଶ୍ରୀମନ୍ଦିର ବାଇସିପାହଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ଜନ୍ମମୃତ୍ୟୁରୁ ମୁକ୍ତି ମିଳେ ବୋଲି ପୟାଶ୍ରାଦ୍ଧ କରିବାପାଇଁ ଶ୍ରୀମନ୍ଦିରକୁ ବହୁ ଭକ୍ତ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମାର ମଠ ଚକଡ଼ା ତଥା ଅରୁଣ ସ୍ତମ୍ଭ ଡାହାଣ ପଟ ଖୋଲା ସ୍ଥାନରେ ବଡ଼ ବଡୁଆ ଡାକିବା ଓ ଶ୍ରାଦ୍ଧ କାର୍ୟ୍ଯ ନିମନ୍ତେ ସ୍ଥାନ ରଖାଯାଇଛି। ସେହିପରି ଶାନ୍ତି ଶୃଙ୍ଖଳା ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିପରି କୌଣସି ଅଘଟଣ ଯେପରି ନ ଘଟେ ସେ ନେଇ ଅଗ୍ନିଶମ ବିଭାଗ ର କର୍ମ ଚାରି ମୁତୟନ ରହିବେ। ସେହିପରି ଶ୍ରୀମନ୍ଦିର କୁ ଭକ୍ତ ଙ୍କ ଶୃଙ୍ଖଳିତ ପ୍ରବେଶ ନେଇ ସିଂହ ଦ୍ୱାର ଠାରୁ ବଡ଼ ଅଖଡା ମଠ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ବଡ଼ ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟେ ସିସିଟିଭି ମାଧ୍ୟମ ରେ ନଜର ରଖାଯାଇଛି। ପରମ୍ପରା ଅନୁଯାୟୀ ପବିତ୍ର ମହାଳୟା ତିଥିରେ ପିତୃପୁରୁଷଙ୍କ ଆବହ୍ନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳୀ ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ । ସେଥିପାଇଁ କାର୍ତିକ ମାସର ଦୀପାବଳୀରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି ଲୋକ ମାନେ। ଅନ୍ୟପଟେ ଦୀପାବଳି ରେ ବାଣ ଫୁଟା କୁ ନେଇ ପୁରୀ ପୋଲିସ ପକ୍ଷରୁ ଲୋକ ଙ୍କୁ ସଚେତନ କରାଯାଉଛି। ଉଚ୍ଚ ଶକ୍ତି ତଥା ଶବ୍ଦ ସମ୍ପନ୍ନ ବାଣ ନ ଫୁଟାଇ ବାକୁ ଲୋକ ଙ୍କୁ ପୋଲିସ ପରାମର୍ଶ ଦିଆଯାଇଛି। ସେହିପରି ସୁରକ୍ଷିତ ଭାବେ ରହି ବାଣ ଫୁଟାଇ ଆନନ୍ଦ ରେ ଦୀପାବଳି କୁ ପାଳନ କରିବାକୁ ପୁରୀ ଏସପି ଉମାସଙ୍କର ଦାଶ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ଙ୍କୁ ପରାମର୍ଶ ଦେଇଛନ୍ତି।

ବାଇଟ,, 1,,ମୁକ୍ତିକାନ୍ତ ପ୍ରତିହାରୀ, ବରିଷ୍ଠ ସେବୟତ
ବାଇଟ2,, ଉମାସଙ୍କର ଦାଶ, ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.