ETV Bharat / state

ଠାକୁର ଅନୁକୂଳଚନ୍ଦ୍ରଙ୍କ ଓଡ଼ିଶା ଆଗମନକୁ ୧୦୦ବର୍ଷ, ସ୍ବତନ୍ତ୍ର ସମାରୋହରେ ଯୋଗଦେଲେ ନବୀନ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଠାକୁର ଅନୁକୂଳଚନ୍ଦ୍ରଙ୍କ ଓଡ଼ିଶା ଆଗମନକୁ ଆଜି(ରବିବାର) ପୁରିଛି ୧୦୦ବର୍ଷ (100 years visit of Thakur Anukulchandra to Puri ) । ଏହି ଅବସରରେ ପୁରୀ ତାଳବଣିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

Thakur Anukulchandra
Thakur Anukulchandra
author img

By

Published : Jan 8, 2023, 4:14 PM IST

ଠାକୁର ଅନୁକୂଳଚନ୍ଦ୍ରଙ୍କ ଓଡ଼ିଶା ଆଗମନକୁ ୧୦୦ବର୍ଷ

ପୁରୀ: ଆଜିର ଦିନରେ ଠାକୁର ଅନୁକୂଳ ଚନ୍ଦ୍ର ଓଡ଼ିଶା ଆଗମନ କରିଥିଲେ(Anukulchandra Chakravarty) । ଏହି ଦିନକୁ ଆଜି ୧୦୦ ବର୍ଷ ପୁରିଥିବା ବେଳେ ଜିଲ୍ଲାରେ ଏକ ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଛି(100 years visit of Thakur Anukulchandra to Puri ) । ଏହି କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ସତସଙ୍ଗ ଆଧ୍ୟାତ୍ମିକ ଜ୍ଞାନ ଦ୍ବାରା ସମାଜର ଉନ୍ନତି ହୋଇ ପାରିବ । ପ୍ରତ୍ୟେକ ବ୍ୟକ୍ତି ଏକାଠି ହୋଇ ସଶକ୍ତ ଓଡ଼ିଶା ଓ ଭାରତ ଗଠନରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତା ମାଧ୍ୟମରେ ଆହ୍ଵାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର । ଏହି ଅବସରରେ ସେ କହିଥିଲେ ଯେ ପ୍ରତେକ ବ୍ୟକ୍ତି ସମାଜର ଉନ୍ନତି ଦିଗରେ ସବୁବେଳେ ସହଯୋଗ କରିବା ଦରକାର। ଏହାଦ୍ଵାରା ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ । ସେ କହିଥିଲେ,"ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇସାରିଛି ।

ଏହା ବି ପଢନ୍ତୁ- ସରିଲା ଧନୁଯାତ୍ରା, ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀମାନେ ସମାଜ ସେବାରେ ସବୁବେଳେ ରହି ଆସିଛନ୍ତି । ଯାହାକି ବେଶ ପ୍ରଶଂସନୀୟ । ସମସ୍ତେ ଏକତ୍ର ହୋଇ ସମାଜ ପାଇଁ କାର୍ଯ୍ୟ କଲେ ଦେଶ, ରାଜ୍ୟର ଉନ୍ନତି ହୋଇପାରିବ । ସ୍ନେହ, ପ୍ରେମ, ଭାତୃଭାବ ଦ୍ବାରା ସବୁ କିଛି କାର୍ଯ୍ୟ କରିହେବ।" ପୁରୀ ତାଳବଣିଆ ପଡିଆରେ ଅନୁଷ୍ଠିତ ହୋଇଥିବା ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଏହି ମହୋତ୍ସବରେ ଦେଶ ବିଦେଶରୁ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଓଡ଼ିଶାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରାୟ ୪୫ ଲକ୍ଷ ଅନୁଗାମୀ ରହିଛନ୍ତି ।

ସୂଚନା ଥାଉ କି ଠାକୁର ଅନୁକୂଳ ଚନ୍ଦ୍ର ଥିଲେ ଜଣେ ଆଧ୍ୟାତ୍ମିକ ଗୁରୁ । ସେ ୧୮୮୮ ସେପ୍ଟେମ୍ବର ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ବେଳେ ୧୯୬୯ ଜାନୁଆରୀ ୨୬ ତାରିଖରେ ସେ ଦେହତ୍ୟାଗ କରିଥିଲେ । ଏବେ ବାଂଲାଦେଶରେ ଥିବା ପାବନାଠାରେ ତାଙ୍କର ଜନ୍ମସ୍ଥାନ, ଯାହାକି ସେତେବେଳେ ଭାରତ ସହ ମିଶି ରହିଥିଲା । ସେ ବିଂଶ ଶତାବ୍ଦୀରେ ସମାଜ ସଂସ୍କାରକ ଭାବେ ବେଶ ପରିଚିତ ଥିବା ବେଳେ ଦେଓଘରଠାରେ ଥିବା ସତସଙ୍ଗର ପ୍ରତିଷ୍ଠାତା ଥିଲେ । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଓଡ଼ିଶା ଆଗମନକୁ ଆଜି ୧୦୦ବର୍ଷ ପୁରୁଥିବାରୁ ତାଙ୍କର ଅନୁଗାମୀମାନେ ଏହି ଦିବସକୁ ବେଶ ଧୁମଧାମର ସହିତ ପାଳନ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.