ETV Bharat / state

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୋଢୁଆଁ ନୀତି, ଜନସମୁଦ୍ର ବଡ଼ଦାଣ୍ଡ

author img

By ETV Bharat Odisha Team

Published : Dec 5, 2023, 3:47 PM IST

ଶ୍ରୀମନ୍ଦିରରେ ପୋଢୁଆଁ ନୀତିକାନ୍ତି ପାଳନ ହୋଇଯାଇଛି । ମାମୁଁ ଘରୁ ଆସିଥିବା ନୂଆ ପୋଷାକ ଶ୍ରୀଜିଉଙ୍କୁ ପାଖରେ ଲାଗି ହୋଇଛି । ମହାପ୍ରଭୁଙ୍କ ପୋଢୁଆଁ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡଦାଣ୍ଡ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୋଢୁଆଁ ନୀତି
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୋଢୁଆଁ ନୀତି

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୋଢୁଆଁ ନୀତି

ପୁରୀ: ପୋଢୁଆଁ ହେଲେ ମହାପ୍ରଭୁ । ଆଜି(ମଙ୍ଗଳବାର) ପୁରୀ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ମାମୁଁଘରୁ ପୋଢୁଆଁ ଭାର ଆସିଥିବା ବେଳେ ମହାପ୍ରଭୁଙ୍କ ପାଖରେ ଆଜି ନୂଆ ଲୁଗା ଲାଗି ହୋଇଥାଏ । ପତିତପାବନଙ୍କୁ ପୋଢୁଆଁ ବେଶରେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପ୍ରଥମାଷ୍ଟମୀ ନୀତି ନେଇ ଉତ୍ସବ ମୁଖର ଶ୍ରୀମନ୍ଦିର । ମାର୍ଗଶିର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ଆଜି ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି ।

ଏହାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି । ଏହି ପୂଜା ପରେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠିସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ । ଏହିପରି ଭାବେ ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ନୀତି: ଆଜି ପୋଢୁଆଁ ହେବେ ବଡଠାକୁର

ତେବେ ଗତକାଲି(ସୋମବାର) ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି ।

ଗତକାଲି ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଗୁଣ୍ତିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଆସି ପୋଢୁଆଁ ଭାର ଦେଇଥିଲେ । ବଡଦାଣ୍ଡରେ ସେବକ ଓ ଭକ୍ତମାନେ ପତାକା ଓ ପାରମ୍ପରିକ ବାଦ୍ୟ ବଜାଇ, ପାଇକ ଆଖଡା, ରାମତାଳି, ଲଉଡି ଖେଳିଥିଲେ । ଏଥିସହ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଲେଖ ରହିଛି । ପୂର୍ବରୁ ପୋଢୁଆଁ ଭାର ଆସୁଥିବା ବେଳେ କିଛି ବର୍ଷ ଏହି ରୀତି ବନ୍ଦ ରହିଥିଲା । ତେବେ 2019 ମସିହାରୁ ପୁଣି ଏହି ସ୍ବତନ୍ତ୍ର ପରମ୍ପରା ଆରମ୍ଭ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.