ପୁରୀ: ପୁରୀ ପିପିଲି ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଏସପି । ପିପିଲି SDPOଙ୍କ ଅଧୀନରେ ଥିବା ସମସ୍ତ ଥାନା ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ପେସାଦାର ଅପରାଧୀ, ମଦ ଏବଂ ଗଞ୍ଜେଇ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବା ପଞ୍ଚାୟତ ଉପରେ ପୋଲିସ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଉଛି ।
ପୋଲିସ ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ରହିଛି । ପିପିଲିରେ ୧୫ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଥିବା ବେଳେ ସେଗୁଡିକ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହିତ ଅତିରିକ୍ତ SP ଓ DSP ପାହ୍ୟାର ଅଧିକାରୀ ମାନେ ସେହି ସବୁ ବୁଥ ଗୁଡିକର ତଦାରଖ କରି ଭୟମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ବ୍ୟବସ୍ଥା ହେଉଥିବା ପୁରୀ ଏସପି କେ.ବିଶାଲ ସିଂ ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ