ETV Bharat / state

ଦକ୍ଷିଣ ମୋଡ଼ ହେଲା ତିନି ରଥ

ଆଜ୍ଞାମାଳ ବିଜେ ପରେ ଅପରାହ୍ନରେ ସୁଭଦ୍ରା ଓ ବଳଭଦ୍ରଙ୍କ ରଥକୁ ଦକ୍ଷିଣ ମୋଡ କରାଯାଇଛି । ଆସନ୍ତାକାଲି ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ନେବ ଦକ୍ଷିଣ ମୋଡ ।

author img

By

Published : Jul 9, 2019, 10:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ଶ୍ରୀକ୍ଷେତ୍ର ଶରଧାବାଲିରେ ତିନି ରଥ ନେଇଛି ଦକ୍ଷିଣ ମୋଡ । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ବଳଭଦ୍ରଙ୍କ ରଥକୁ ଆଜ୍ଞାମାଳ ବିଜେ ପରେ ଅପରାହ୍ନରେ ଦକ୍ଷିଣ ମୋଡ କରାଯାଇଛି । ତେବେ ଆସନ୍ତାକାଲି ସକାଳେ ଶ୍ରୀଜଗନ୍ନାଥଙ୍କ ରଥକୁ ଦକ୍ଷିଣ ମୋଡ କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପବିତ୍ର ହେରାପଞ୍ଚମୀ ତିଥି ପରଦିନ ତିନି ରଥ ନିଏ ଦକ୍ଷିଣ ମୋଡ଼ । ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରିଯିବାକୁ ଅନୁରୋଧ କରିଥିଲେ କିନ୍ତୁ ମହାଲକ୍ଷ୍ମୀଙ୍କ ପ୍ରସ୍ତାବକୁ ପ୍ରଭୁ ଜଗନ୍ନାଥ ଅସ୍ବୀକାର କରିଥିଲେ । ଆଉ ତାପରେ ରାଗରେ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷର କାଠ ଭାଙ୍ଗି ଦେଇଥିଲେ । ଯାହାଫଳରେ ପରେ ଜଗନ୍ନାଥ ଶ୍ରୀମନ୍ଦିର ବାହୁଡିବାକୁ ଚିନ୍ତା କରି ରଥ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତାପରେ ଆରମ୍ଭ ହୁଏ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପ୍ରସ୍ତୁତି । ତିନିରଥଙ୍କୁ ଗୁଣ୍ଡିଚା ମନ୍ଦିର ସିଂହଦ୍ବାରରୁ ଟାଣି ଅପର ଦ୍ବାରକୁ ନିଆଯାଏ, ଯାହାକୁ ନାକଚଣା କୁହାଯାଏ । ଏହି ସମୟରେ ଭକ୍ତ ମାନେ ହରିବୋଲ ପକାଇବା ସହ ସେବକମାନେ ରଥ ଉପରେ ଘଣ୍ଟ,କାହାଳି ବଜାଇ ରଥ ଆଗେଇବାକୁ ଭକ୍ତ ଗଣଙ୍କୁ ଉତ୍ସାହିତ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରଥ ଦକ୍ଷିଣ ମୋଡ଼

Body:ପବିତ୍ର ହେରାପଞ୍ଚମୀ ତିଥି ପର ଦିନ ତିନି ରଥର ଦକ୍ଷିଣ ମୋଡ଼ ହେବା ସହ ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହି କ୍ରମରେ ଆଜି ଶରଧା ବାଲିରେ ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ଅପରାହ୍ନ ରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ କୁ ଦକ୍ଷିଣ ମୋଡ଼ କରାଯାଇଛି। ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି ।ତେବେ ଆସନ୍ତା କାଲି ସକାଳେ ଶ୍ରୀଜଗନ୍ନାଥ ଙ୍କ ରଥ ନନ୍ଦି ଘୋଷ କୁ ଦକ୍ଷିଣ ମୋଡ଼ କରାଯିବ। ପୋଲିସ , ଭକ୍ତ ମାନେ ମିଶି ଦର୍ପଦଳନ , ତାଳଧ୍ୱଜ ରଥ କୁ ଗୁଣ୍ଡିଚା ମନ୍ଦିର ସିଂହ ଦ୍ୱାର ରୁ ଟାଣି ନାକଚଣା ଦ୍ଵାର ରେ ଲଗାଇ ଥିଲେ। ଏହି ସମୟରେ ଭକ୍ତ ମାନେ ହରିବୋଲ ପକାଇବା ସହ ସେବକମାନେ ରଥ ଉପରେ ଘଣ୍ଟ , କାହାଳି ବଜାଇ ରଥ ଆଗେଇବାକୁ ଭକ୍ତ ଙ୍କୁ ଉତ୍ସା ହିତ କରିଥିଲେ।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.