ETV Bharat / state

ରାତିରେ ସପ୍ତାହକୁ ଦୁଇଥର ସାନିଟାଇଜ ହେବ ଶ୍ରୀମନ୍ଦିର - ଶ୍ରୀମନ୍ଦିର ପ୍ରଶାସନ

କୋରୋନା ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ଜାରି ହେଲା ଏସଓପି । ରାତିରେ ସାଧାରଣ ଦର୍ଶନ ବନ୍ଦ ପରେ ସପ୍ତାହକୁ ଦୁଇଥର ଶ୍ରୀମନ୍ଦିର ହେବ ସାନିଟାଇଜ । ଅଧିକ ପଢନ୍ତୁ...

ରାତିରେ ସପ୍ତାହକୁ ଦୁଇଥର ସାନିଟାଇଜ ହେବ ଶ୍ରୀମନ୍ଦିର
ରାତିରେ ସପ୍ତାହକୁ ଦୁଇଥର ଶ୍ରୀମନ୍ଦିର ହେବ ସାନିଟାଇଜ
author img

By

Published : Apr 3, 2021, 6:16 PM IST

Updated : Apr 3, 2021, 8:49 PM IST

ପୁରୀ: କୋରୋନା ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପାଇଁ ଜାରି ହେଲା ଏସଓପି । ଆସନ୍ତାକାଲିଠୁ( ରବିବାର) ସପ୍ତାହର ପ୍ରତି ରବିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପୂର୍ବ ଭଳି ପ୍ରତି ରବିବାର ସମେତ ରାତିରେ ସାଧାରଣ ଦର୍ଶନ ବନ୍ଦ ହେବା ପରେ ସପ୍ତାହକୁ ଦୁଇ ଥର ମନ୍ଦିର ପରିସର ସାନିଟାଇଜ କରାଯିବ ।

ରାତିରେ ସପ୍ତାହକୁ ଦୁଇଥର ସାନିଟାଇଜ ହେବ ଶ୍ରୀମନ୍ଦିର

ସକାଳ 6 ଟାରୁ ଦର୍ଶନ ଆରମ୍ଭ ହେବ । ଶ୍ରୀମନ୍ଦିର ପରିସରରେ କୋଭିଡ ନିୟମ ପାଳନକୁ କଡାକଡି କରାଯିବ । ସେହିପରି ଅନ୍ୟ ରାଜ୍ୟରୁ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଲୋକ ଯେପରି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ପାଳନ କରିବେ ସେନେଇ ତୀକ୍ଷ୍ଣ ଦୃଷ୍ଟି ଦିଆଯିବ । ଏହାସହ ସମୟ ସମୟରେ ଏସଓପିକୁ ସମୀକ୍ଷା କରାଯିବ । ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2021, 8:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.