ETV Bharat / state

ଲାଗିଲା କାଳିଆ ଡୋରି; ନାକରେ ଅକ୍ସିଜେନ ଲଗାଇ ଦର୍ଶନ ପାଇଁ ଆସିଲେ ମହିଳା

author img

By

Published : Jun 27, 2023, 2:19 PM IST

Updated : Jun 27, 2023, 2:38 PM IST

ଅକ୍ସିଜେନ ସପୋର୍ଟରେ ଆଡପ ମଣ୍ଡପରେ ଜଣେ ମହିଳା ଶ୍ରଦ୍ଧାଳୁ କାଳିଆ ସାଆନ୍ତେଙ୍କୁ ଦର୍ଶନ କରିଛନ୍ତି । ଯାହାର ଏକ ଫଟୋ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି । ଅକ୍ସିଜେନ ସପୋର୍ଟରେ ଜଗା ଦର୍ଶନ ଫଟୋଟି ସମସ୍ତଙ୍କ ହୃଦୟକୁ ଛୁଇଁଛି । ଅଧି ପଢନ୍ତୁ

women devotee visited shrigunicha with oxygen
ଅକ୍ସିଜେନ ଲଗାଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ

ପୁରୀ: ଭାବର ଠାକୁର ସେ ଭାବ ବିନୋଦିଆ । ତାକୁ ଦେଖିବାକୁ ଆତୁର ହେଉଥାଏ ଭକ୍ତର ନୟନ । ତା' ପ୍ରେମରେ ଯିଏ ପଡିଛି ସେ ସାତ ଦରିଆ ପାରି ହୋଇ ଧାଇଁ ଆସିଥାଏ ଶ୍ରୀକ୍ଷେତ୍ର ପୁରୀକୁ । କି ରୋଗ କି ବୟସ, ତାକୁ ଟିକେ ଦେଖିବାକୁ ପାଦରେ ବଳ ମାଡିଆସେ । ଏ ଜୀବନ ତ ସେହି ଜଗାର । ତାଙ୍କରି ହାତରେ ଆୟୁଷର ତାରିଖ ବନ୍ଧା । ତାଙ୍କ ଲୀଳା ଅପାର । କଳା ଶ୍ରୀମୁଖର ଦର୍ଶନ ପାଇଁ ଭକ୍ତ ରୋଗଶଯ୍ୟାରୁ ବି ଦୌଡି ଆସିଥାଏ । ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନାକରେ ଅକ୍ସିଜେନ ଲଗାଇ ଆଡପ ମଣ୍ଡପରେ ଜଣେ ମହିଳା ଭକ୍ତ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରି ଫେରୁଥିବା ସମୟରେ କ୍ୟାମେରାରେ ଦୃଶ୍ୟଟି କଏଦ ହୋଇଛି । ସମସ୍ତଙ୍କ ହୃହୟକୁ ଛୁଇଁଛି ଫଟୋଟି ।

ଫଟୋରେ ଦେଖିବାକୁ ମିଳିଛି ଯେ, ପୁଅ କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରିଛି । ମାଆ ନାକରେ ଅକ୍ସିଜେନ ସିଲିଣ୍ଡରରୁ ଆସିଥିବା ପାଇପ ଲାଗିଛି । ଏହି ଫଟୋ ହିଁ ବୟାନ କରୁଛି କାଳିଆ ପ୍ରେମରେ ଯିଏ ପଡିଛି ତାକୁ କିଛି କଷ୍ଟ ଲାଗେ ନାହିଁ । ଫଟୋଟି ଖାଲି ଭକ୍ତି ଭଗବାନଙ୍କ ସେ ଅପୂର୍ବ ମିଳନର ବାର୍ତ୍ତା ଦେଇନାହିଁ, ବରଂ ଜଣେ ମାଆ ପୁଅର ଅନାବିଳ ସ୍ନେହର ଛବି ହୋଇଛି । ଅକ୍ସିଜେନ ସପୋର୍ଟରେ ମାଆକୁ କାଳିଆ ଦର୍ଶନ ଲାଗି ଆଣିଛି ପୁଅ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିବା ସମୟରେ କ୍ୟାମେରାରେ ଦୃଶ୍ୟଟି କଏଦ ହୋଇଛି ଯାହା ଅଗଣିତ ଲୋକଙ୍କ ହୃହୟକୁ ଛୁଇଁଛି । ଆଡପ ମଣ୍ଡପରେ ମହାବାହୁଙ୍କୁ ଦେଖି ମହିଳା ଭକ୍ତ ଜଣଙ୍କ ଯେପରି ଧନ୍ୟ ଧନ୍ୟ ହୋଇଥିବା ଫଟୋରୁ ବାରି ହୋଇ ପଡୁଛି । କାଳିଆ ପ୍ରତି ତାଙ୍କ ଭଲ ପାଇବା ଯେ କେତେ ସେହି ଫଟୋରୁ ଜଣାପଡୁଛି ।

ଏହା ବି ପଢନ୍ତୁ...ଦକ୍ଷିଣ ମୋଡ଼ ନେବାପରେ ନାକଚଣା ଦ୍ଵାରରେ ତିନି ରଥ, ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

ଓଡ଼ିଶା ପୋଲିସର ସିଆଇଡି କ୍ରାଇମବ୍ରାଞ୍ଚର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଯଶୱନ୍ତ ଏହି ଫୋଟୋଟି ଉଠାଇ ନିଜ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି । ଯାହାକି ବେଶ୍ ଭାଇରାଲ ହେବାରେ ଲାଗିଛି । ମହାପ୍ରଭୁଙ୍କ ପ୍ରତି ଜଣେ ଭକ୍ତଙ୍କ କେତେ ପ୍ରଗାଢ ଭକ୍ତି ଏହି ଫୋଟୋ ପ୍ରମାଣିତ କରୁଛି । ଜଣେ ଅସୁସ୍ଥ ଥାଇ ଅକ୍ସିଜେନ ସପୋର୍ଟରେ କାଳିଆର ଶ୍ରୀମୁଖ ଦର୍ଶନ କରିବାକୁ ଶ୍ରୀଗୁଣ୍ଡିଚା ଧାଇଁ ଆସିଛି । ଅସୁସ୍ଥତା ଖାତିର ନ କରି ଅକ୍ସିଜେନ ସପୋର୍ଟରେ ଜଗା ଦର୍ଶନ କରିଛନ୍ତି ମହିଳା ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଡୋରି ଲାଗିଲେ କେହି ଅଟକାଇ ପାରିବେନି ତାହା ହିଁ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Jun 27, 2023, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.