ETV Bharat / state

Srimandir Rituals: ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି - ଶ୍ରୀମନ୍ଦିର ନୀତିକାନ୍ତି

ଆଜି ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି
ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି
author img

By ETV Bharat Odisha Team

Published : Oct 6, 2023, 9:44 AM IST

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି । ଶ୍ରୀକ୍ଷେତ୍ରାଧୂରୀ ମା’ ବିମଳାଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିସହ ଶ୍ରୀମନ୍ଦିରରେ ପାଳିତ ହେବ ଦୁର୍ଗାମାଧବ ଉପାସନା । ଶ୍ରୀଜଗନ୍ନାଥଙ୍କ ସ୍ଵରୂପ ହେଉଛନ୍ତି ମାଧବ । ସବୁଠି ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନା ପ୍ରଚଳନ ରହିଛି । ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ । ଏହି ଷୋଳ ଦିନ ମହିଳାମାନଙ୍କୁ ମା’ ବିମଳାଙ୍କ ମନ୍ଦିର ଭିତରକୁ ଯିବା ବାରଣ ଥାଏ ।

ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି
ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି

ଆଶ୍ବିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ପୂଜାର୍ଚ୍ଚନା ଚାଲେ । ଏହି ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାରରୁ ମା' ଦୁର୍ଗାଙ୍କ ସ୍ଵର୍ଣ୍ଣ ପ୍ରତିମା ଅଣାଯାଇ ରତ୍ନ ସିଂହାସନରେ ବିଜେ କରାଯିବ । ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯିବ । ଦେବୀ ମାଜଣା ମଣ୍ଡପକୁ ବିଜେ ହେବା ପରେ ସେଠାରେ କୁମ୍ଭାଭିଷେକ ହେବ । ମାଧବଙ୍କ ପ୍ରତିମୂର୍ତ୍ତିକୁ ବିଜେ କରାଯାଇ ଦୁର୍ଗାଙ୍କ ସହିତ ରୁନ୍ଧା ହୋଇ ଏକତ୍ର ଇନ୍ଦ୍ର ଆସନରେ ବିଜେ ହେବେ । ପରେ ସୁସଜ୍ଜିତ ବିମାନରେ ଯାଇ ମା’ ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ । ଏହାପରେ ଆଳତୀ ଓ ବନ୍ଦାପନା ନୀତି ବଢ଼ିବ । ଶୀତଳ ଭୋଗ ଅର୍ପଣ ହୋଇ ବନ୍ଦାପନା କରାଯିବ ।

ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି
ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ ନୀତି

ଠାକୁରଙ୍କୁ ଚନ୍ଦନ ଲାଗି ନୀତି ପରେ ସେବାୟତମାନେ ଦୁର୍ଗାମାଧବଙ୍କୁ ଭଣ୍ଡାର ଘରକୁ ବିଜେ କରାଇବେ । ଏନେଇ ଆଜି ଶ୍ରୀନହର ଚଳଚଞ୍ଚଳ ହୋଇପଡିଛି । ଷୋଳପୂଜାର ଏହି ବିଧି ଶ୍ରୀ ନହରରୁ ଆରମ୍ଭ ହେବ । ଗଜପତି ଆଜି ୨୧ ଜଣ ବ୍ରାହ୍ମଣଙ୍କୁ ଡାକି ସେମାନଙ୍କୁ ବରଣ କରିବା ସହିତ ବସ୍ତ୍ର ଦାନ ସହ ଗୁଆ ନଡ଼ିଆ ପ୍ରଦାନ କରି ବିଭିନ୍ନ ପୀଠରେ ନିଯୁକ୍ତ କରିବେ । ଏହି ଆଚାର୍ଯ୍ୟମାନେ ପୁରୀରେ ଥିବା ବିଭିନ୍ନ ପୀଠଗୁଡ଼ିକରେ ଚଣ୍ଡୀପାଠ ଦୁର୍ଗା ଆରାଧନା ପ୍ରଭୃତି କରିବେ । ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା' ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡ଼ଶ ଦିନାତ୍ମକ ପୂଜା ।

ଏହାମଧ୍ୟ ପଢନ୍ତୁ: ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ, ଆଜିଠୁ ପଞ୍ଜୀକରଣ ଆରମ୍ଭ

ମା' ବିମଳାଙ୍କ ପୀଠ ପାଇଁ ପୂଜକ, ଜଣେ ପରୀଚ୍ଛା, ଚଣ୍ଡୀପାଠକ, ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯିବ । ଏଥିସହ ଶ୍ରୀମନ୍ଦିର ଭିତର ବେଢ଼ା ପରିସରରେ ମା' ଭୁବନେଶ୍ବରୀ, ମା' ବାଟମଙ୍ଗଳା ଓ ମା' ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀ ପାଠକ ବରଣ ହେବେ । ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତିପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଶ୍ବରପୁର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ, ଚଣ୍ଡୀ ପାଠକମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି ।

ତେବେ ଷୋଳପୂଜାର ନବମ ଦିନରୁ ଦୁର୍ଗାମାଧବଙ୍କୁ ବିମାନରେ ନେଇ ଶ୍ରୀମନ୍ଦିର ସମ୍ମୁଖ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ କରାଯିବ । ସେଠାରେ ଯଥାବିଧି ପୂଜା ସମ୍ପନ୍ନ ପରେ ଠାକୁର ଠାକୁରାଣୀ ଶ୍ରୀମନ୍ଦିରକୁ ଫେରି ଆସି ଭଣ୍ଡାର ଘରେ ବିରାଜିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.