ETV Bharat / state

କ୍ରୀଡା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସ୍କେଟିଂ ମାରାଥନ - କଳିଙ୍ଗ ରୋଲୋର ସ୍ପୋର୍ଟସ ଏକାଡେମୀ

କଳିଙ୍ଗ ରୋଲୋର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଭୁବନେଶ୍ବରରୁ ପୁରୀ ସ୍କେଟିଂ ମାରାଥନ କଲେ ସ୍କେଟର । ଛାତ୍ରଛାତ୍ରୀଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ପାଇଁ ମାରାଥନ । ଅଧିକ ପଢନ୍ତୁ

Skating marathon bhubaneswar to puri
Skating marathon bhubaneswar to puri
author img

By

Published : Jan 27, 2023, 2:16 PM IST

ସ୍କେଟିଂ ମାରାଥନ

ପୁରୀ: କ୍ରୀଡା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସ୍କେଟିଂ ମାରାଥନ । କଳିଙ୍ଗ ରୋଲୋର ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଗତକାଲି ଏହି ମାରାଥନ କରାଯାଇଛି । ଭୁବନେଶ୍ୱରରୁ ସ୍କେଟିଂ କରି ଦୀର୍ଘ ୬୫ କିଲୋମିଟର ମାରାଥନ ଯାତ୍ରା ପରେ ପୁରୀରେ ପହଞ୍ଚିଥିଲେ ସ୍କେଟର ମାନେ । ଏହାପରେ ବଡଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଖେଳର ପ୍ରଚାର ପ୍ରସାର ପାଇଁ ଗଣତନ୍ତ୍ର ଦିବସ ଅବସରରେ ଏହି ମାରାଥନ ଆୟୋଜନ କରାଯାଇ ଥିଲା । ଛାତ୍ର ଛାତ୍ରୀ ମାନେ ମୋବାଇଲରେ ଦିନ ସାରା ସମୟ କାଟୁଥିବା ବେଳେ ଖେଳ ପ୍ରତି ରୁଚି ଦିନକୁ ଦିନ କମିବାରେ ଲାଗିଛି। ଏହା ଦ୍ବାରା ଛାତ୍ର ଛାତ୍ରୀଙ୍କ ମାନସିକ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେଇଛି। ଆଗାମୀ ଦିନରେ ଏହାର କୁ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଏଣୁ ସ୍କୁଲ ସ୍ତରରୁ ସରକାର ଖେଳକୁ ନେଇ ଛାତ୍ର ଛାତ୍ରୀଙ୍କ ଭିତରେ ରୁଚି ଆଣିବା ପାଇଁ ପ୍ରୟାସ କରିବାକୁ ଏହି ମାରାଥନ ରେ ବାର୍ତ୍ତା ଦିଆଯାଇଛି।

ସେହିପରି ସ୍କେଟିଂ ଖେଳ ଓଡ଼ିଶାରେ ସରକାର ଅଧିକ ପ୍ରଚାର ପ୍ରସାର କରିବାକୁ ସ୍କେଟିଂ କୋଚ କହିଛନ୍ତି। ଏହା ଦ୍ବାରା ଆଗାମୀ ଦିନରେ ସ୍କେଟିଂ ଖେଳର ଲୋକ ପ୍ରିୟତା ବଢିବା ସହ ସ୍କେଟିଂରେ ଓଡ଼ିଶାରୁ ପିଲା ମାନେ ଖେଳି ଦେଶର ଗୌରବ ଆଣିପାରିବେ। ଭୁବନେଶ୍ୱରରୁ ପୁରୀ ସ୍କେଟିଂ ମାରାଥନ ପହଞ୍ଚିବା ପରେ ରାସ୍ତାରେ ଏହାକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ସ୍କେଟରମାନେ ମଧ୍ୟ ଏହି ମାରଥନରେ ସାମିଲ ହୋଇ ବେଶ ଖୁସି ପ୍ରକାଶ କରିଛନ୍ତି । ସ୍କେଟରମାନେ ଭୁବନେଶ୍ବରରୁ ପୁରୀ ଅଭିମୁଖ୍ୟେ ସ୍କେଟିଂ କରି ୬୫ କିଲୋମିଟର ଅତିକ୍ରମ କରିବା ପରେ ପୁରୀରେ ପହଞ୍ଚି ଥିଲେ । ଏହି ମାରାଥନ ଦ୍ବାରା ଆଜିର ଛାତ୍ରଛାତ୍ରୀ ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ଆଶା ରହିଛି ।

ଗତକାଲି ରାଜଧାନୀର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମତ୍କାର ସ୍କେଟିଂ କଳା ପ୍ରଦର୍ଶନ କରିଥିଲେ ଓଡ଼ିଶା ସ୍କେଟିଂ ଏକାଡେମୀ । ଛୋଟ ପିଲାମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ଲାଗି ସ୍କେଟିଂ ଏକ ଉନ୍ନତ ମାଧ୍ୟମ ଭାବେ ପରିଗଣିତ ହୋଇଛି । ଓଡ଼ିଶା ସ୍କେଟିଂ ଏକାଡେମୀର ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି କଳା ପ୍ରଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.