ETV Bharat / state

ନିଳାଦ୍ରୀ ବିଜେ ପରଠୁ ହୋଇନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର, ଭକ୍ତ ମହଲରେ ଅସନ୍ତୋଷ

author img

By

Published : Jul 20, 2023, 9:23 PM IST

ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ପରଠାରୁ ଆଜି ଯାଏଁ ହୋଇପାରିନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି । ଦତ୍ତମହାପାତ୍ର ସେବକଙ୍କ ଅଭିଯୋଗ, ‘‘ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସାମଗ୍ରୀ ଯୋଗାଇ ଦେଉଛି ତାହା ନକଲି । ଦାରୁବ୍ରହ୍ମଙ୍କ ବନକଲାଗିନୀତି ପାଇଁ ପ୍ରାକୃତିକ ରଙ୍ଗ ଓ ଦୁର୍ଲଭ କସ୍ତୁରୀ ବ୍ୟବହାର ହୋଇଥାଏ । ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ ମହାପ୍ରଭୁଙ୍କ ବନକଲାଗି ନୀତି ଗୁରୁବାର ହେବା କଥା । କୌଣସି ଅସୁବିଧା ଥିଲେ ଏହା ବୁଧବାର ହୋଇପାରିବ ।’’ ଅଧିକ ପଢନ୍ତୁ

ନିଳାଦ୍ରୀ ବିଜେ ପରଠାରୁ ହୋଇନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର, ଭକ୍ତ ମହଲରେ ଅସନ୍ତୋଷ

ପୁରୀ: ନିଳାଦ୍ରୀ ବିଜେ ପରଠାରୁ ହୋଇନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଶୃଙ୍ଗାର । ମଳିନ ପଡିଲାଣି ଓଡିଆ ଜାତିର ଆରଧ୍ୟ ଦେବତାଙ୍କ ଶ୍ରୀମୁଖ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଥାନ୍ତି ଭକ୍ତ । ହେଲେ ଘୋଷଯାତ୍ରା ସାରି ଶ୍ରୀଜିଉ ନୀଳକନ୍ଦରକୁ ବିଜେ କରିସାରିଥିଲେ ମଧ୍ୟ ଆଜି ଯାଏଁ ହୋଇପାରିଲା ନାହିଁ ବନକଲାଗି ନୀତି। ଯାହାକୁ ନେଇ ଏବେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।

ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ପରଠାରୁ ଆଜି ଯାଏଁ ହୋଇପାରିନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି । ଦତ୍ତମହାପାତ୍ର ସେବକଙ୍କ ଅଭିଯୋଗ, ‘‘ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସାମଗ୍ରୀ ଯୋଗାଇ ଦେଉଛି ତାହା ନକଲି । ଦାରୁବ୍ରହ୍ମଙ୍କ ବନକଲାଗିନୀତି ପାଇଁ ପ୍ରାକୃତିକ ରଙ୍ଗ ଓ ଦୁର୍ଲଭ କସ୍ତୁରୀ ବ୍ୟବହାର ହୋଇଥାଏ । ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁସାରେ ମହାପ୍ରଭୁଙ୍କ ବନକଲାଗି ନୀତି ଗୁରୁବାର ହେବା କଥା । କୌଣସି ଅସୁବିଧା ଥିଲେ ଏହା ବୁଧବାର ହୋଇପାରିବ ।’’ ଗତ କିଛି ବର୍ଷ ହେଲା ଏହା ବୁଧବାର ହୋଇ ଆସୁଛି । କିନ୍ତୁ ବର୍ତ୍ତମାନ ଦତ୍ତମହାପାତ୍ର ସେବକ ଦାବି କରୁଛନ୍ତି ସ୍ବତ୍ବଲିପି ଅନୁସାରେ ଗୁରୁବାର କରିବାକୁ । ଯାହାକୁ ନେଇ ବିବାଦ ଉପୁଜିଛି । ଆଉ ଚତୁର୍ଦ୍ଧା ମୂରତୀଙ୍କ ବନକଲାଗି ନୀତି ହୋଇନାହିଁ ।

ଏହାବି ପଢନ୍ତୁ- ଜିଲ୍ଲାପାଳଙ୍କୁ ଦାବିପତ୍ର; ଭକ୍ତଙ୍କ ପାଇଁ ଖୋଲାଯାଉ ଶ୍ରୀମନ୍ଦିରର ଚାରିଦ୍ଵାର

ଶ୍ରୀବିଗ୍ରହଙ୍କ ବନକଲାଗି ନୀତି କରନ୍ତି ଦତ୍ତମହାପାତ୍ର ସେବକ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଧବାର ନୀତି କରିବାକୁ କୁହାଯାଇଥିଲା। ହେଲେ ସେମାନେ ଗୁରୁବାର ବନକଲାଗି ନୀତି କରିବାକୁ କହିଥିଲେ। ଏଥିସହ ଦତ୍ତମହାପାତ୍ର ସେବକମାନେ ସାମୁହିକଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ନିବେଦନ କରିଥିଲେ । ଦତ୍ତମହାପାତ୍ରଙ୍କ ଅନୁଯାୟୀ ପୁରାଣ ଶାସ୍ତ୍ର କୁହେ ଗୁରୁବାର ଦିନ ଠାକୁରଙ୍କ ବନକଲାଗି ହେବା ଉଚିତ। ଶ୍ରୀମନ୍ଦିର ସ୍ଵତ୍ଵଲିପିରେ ମଧ୍ୟ ଏହା ଉଲ୍ଲେଖ ରହିଛି । ଗୁରୁବାର ମହାପ୍ରଭୁଙ୍କ ଏକାନ୍ତ ନୀତି ଅନୁଷ୍ଠିତ ହୁଏ । ସେହିଦିନ ମହାଲକ୍ଷ୍ମୀ ଦେବୀ ସ୍ବରସତୀଙ୍କ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ । ମହାପ୍ରଭୁଙ୍କ ବନକଲାଗି ସରିଲେ ଠାକୁରେ ଏକାନ୍ତକୁ ବିଜେ କରନ୍ତି । ଏବେ ଏହି ନିମୟକୁ ଭାଙ୍ଗି ଦିଆଯାଉଛି ବୋଲି ଦତ୍ତ ମହାପାତ୍ର ସେବକ ଅଭିଯୋଗ କରିଛନ୍ତି। ଗୁରୁବାର ଭିଡ଼ କହି ଠାକୁରଙ୍କ ମହତ୍ତ୍ବପୂର୍ଣ୍ଣ ନୀତିକୁ ଟାଳି ଦିଆଯାଉଛି। ବର୍ଷକେ ପ୍ରତି ଗୁରୁବାର ଭଳି ପ୍ରାୟ ୫୦ ଥର ନହେଲେ ମଧ୍ୟ ଅନ୍ତତଃ ପକ୍ଷେ ୨୦ ଥର ଠାକୁରଙ୍କ ଶ୍ରୀମୁଖ ସିଂହାର କରାଯିବାକୁ ଦାବି ଉଠୁଛି। ଏଥର ରଥଯାତ୍ରା ପରେ ବୁଧବାର କିମ୍ବା ଗୁରୁବାର ବନକଲାଗି କରାଗଲାନାହିଁ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସହିତଯୋଗାଯୋଗ କରିଥିଲେ ସୁଦ୍ଧା ବୁଧବାର କିମ୍ବା ଗୁରୁବାର ଶ୍ରୀମୁଖ ସିଂହାର ସମ୍ଭବ ହେଲାନାହିଁ । ବନକଲାଗି ବିନା ଠାକୁର ଏକାନ୍ତକୁ ବିଜେକଲେ । ଏସବୁ ଶାସ୍ତ୍ର ବିରୋଧୀ କହି ଦତ୍ତମହାପାତ୍ର ସେବକମାନେ କେବଳ ଗୁରୁବାର ବନକଲାଗିକରିବାକୁ ଦାବି କରିଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି ମହାପ୍ରଭୁଙ୍କ ବନକ ଲାଗି ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସେବା ଯୋଗାଉଥିବା ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି। ବୁଧବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏଭଳି ବିବାଦୀୟ ପରିସ୍ଥିତିରେ ଠାକୁରଙ୍କ ଶ୍ରୀମୁଖ ସିଂହାର ନୀତି କେବେ ହେବ ସେନେଇ ପ୍ରଶ୍ନ ଉଠିଛି। ଠାକୁରଙ୍କ ବନକଲାଗି ବିଳମ୍ବ ହେବାରେ ଶ୍ରୀମୁଖ ମଳିନ ଦିଶୁଛି। ଏଣୁ ଶୀଘ୍ର ବିବାଦ ତୁଟାଇ ଠାକୁରଙ୍କ ଯଥାବିଧି ନୀତି କରାଯିବା ନେଇ ଭକ୍ତ ମାନେ ଦାବି କରିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.