ETV Bharat / state

Silver Cladding: ଶ୍ରୀମନ୍ଦିର ସିଂହଦ୍ବାର ମୁଖ୍ୟ କବାଟ ରୂପା ଛାଉଣି କାର୍ଯ୍ୟ ଜାରି

author img

By

Published : Jun 26, 2023, 4:33 PM IST

ଶ୍ରୀମନ୍ଦିର ସିଂହଦ୍ବାର ମୁଖ୍ୟ କବାଟ ରୂପା ଛାଉଣି କାର୍ଯ୍ୟ ଜାରି । ବାହୁଡ଼ା ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ରହିଛି ଲକ୍ଷ୍ୟ । ଅଧିକ ପଢନ୍ତୁ

Etv Bharat
Etv Bharat
Silver Cladding

ପୁରୀ: ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ବାରର ରୂପା ଛାଉଣି ପ୍ରକ୍ରିୟା ଚାଲୁ ରହିଛି । ଆଜି ଗୋଟାଏ କବାଟରେ ରୂପା ଛାଉଣି କାର୍ଯ୍ୟ ଶେଷ ହେବ । ବାହୁଡ଼ା ଯାତ୍ରା ପୂର୍ବରୁ ସିଂହଦ୍ବାରର ୨ଟି କବାଟର ରୂପା ଛାଉଣି କାର୍ଯ୍ୟ ଶେଷ ହେବାକୁ ନେଇ ଲକ୍ଷ୍ୟ ରଖାଯାଇଛି । ଗତ କିଛି ମାସ ଧରି ଶ୍ରୀମନ୍ଦିର ଗର୍ଭ ଗୃହରେ ସୃଷ୍ଟି ହୋଇଥିବା ମୂଷା ଏବଂ ଅସରପାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ।

ମୁମ୍ବାଇରୁ ୫୦୦ କେଜି ଓଜନର ଦୁଇଟି ଷ୍ଟିଲ ଫ୍ରେମ ଆସି ପହଞ୍ଚିବା ପରେ ୧୫ରୁ ଊର୍ଦ୍ଧ୍ବ ଶ୍ରମିକ ଏହାକୁ ଶ୍ରୀମନ୍ଦିର ସିଂହଦ୍ବାର ମଧ୍ୟକୁ ନେଇଥିଲେ। ଏହି ଷ୍ଟିଲ ଫ୍ରେମ ନିର୍ମାଣ କାର୍ଯ୍ୟ ୧୫ଦିନ ତଳେ ମୁମ୍ବାଇରେ ରୂପା ଦାନ କରିଥିବା ଦାତାଙ୍କ କାରିଗର ଜଗଦୀଶ ଏବଂ ହସମୁଖଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ମୂଳ ସିଂହଦ୍ବାର ଭଳି ମାପ, ଓଜନ, ଡିଜାଇନ ଓ କାରୁକାର୍ଯ୍ୟ ଥାଇ ଅବିକଳ ସିଂହଦ୍ବାର ଲାଗିବା ପରେ ଷ୍ଟିଲ ଫ୍ରେମ ଲଗାଯାଉଛି । ରୂପା ଛାଉଣୀ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ କରି ଭକ୍ତଙ୍କ ପାଇଁ କଟକଣା ଥିବା ବେଳେ କେବଳ ସେବାୟତମାନେ ପ୍ରବେଶ କରୁଛନ୍ତି । ରୂପା ଛାଉଣି କବାଟ ଫିଟିଂ ସମୟରେ ସିସିଟିଭି କ୍ୟାମେରା, ମାଜିଷ୍ଟ୍ରେଟ ମୁତୟନ ସହ ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ- ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର, କବାଟର ରୂପା ଛାଉଣି ପ୍ରକ୍ରିୟା ଆରମ୍ଭ

ଷ୍ଟିଲ ଫ୍ରେମ ଉପରେ ବର୍ମାଟିକ କାଠରେ ପ୍ରସ୍ତୁତ ଫ୍ରେମ ଲଗାଯାଇ ରୂପା ଛାଉଣି କରାଯାଉଛି । ବାହୁଡ଼ା ଯାତ୍ରା ପୂର୍ବରୁ ସିଂହଦ୍ବାର ରୂପା ଛାଉଣି କାର୍ଯ୍ୟ ଶେଷ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ଶ୍ରୀମନ୍ଦିର ସିଂହଦ୍ବାର ରୂପାରେ ଝଲସିବ । ବାହୁଡ଼ା ବେଳକୁ ଭକ୍ତ ଶ୍ରଦ୍ଧାଳୁ ଦେଖି ପାରିବେ ଶ୍ରୀମନ୍ଦିର ସିଂହଦ୍ବାରର ନୂତନ ରୂପ । ଅନ୍ୟପଟେ ବାହୁଡ଼ା ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ସରଂକ୍ଷଣ, ମରାମତି ଓ ରୁଟିନ କାର୍ଯ୍ୟ ଶେଷ କରାଯିବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ASI, ପୂର୍ତ୍ତ ବିଭାଗ, ଶ୍ରୀମନ୍ଦିର ବୈଷ୍ୟୟିକ କୋର କମିଟି ପକ୍ଷରୁ ମିଳିତ ଯାଞ୍ଚ କରାଯାଉଛି । ୨୦ରୁ ଊର୍ଦ୍ଧ୍ବ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଯାଇ ଜଗମୋହନ, ନାଟ ମଣ୍ଡପ, ଗର୍ଭ ଗୃହ, ପ୍ରଥମ ଓ ଦ୍ଵିତୀୟ ମହଲା, ରୋଷ ଘର ଓ ଭୋଗ ମଣ୍ଡପ ଚଟାଣ ତନ ତନ କରି ଯାଞ୍ଚ କରିଛନ୍ତି ।

ବିଶେଷ କରି ଗର୍ଭ ଗୃହ ଓ ଜଗମୋହନରେ କଳା ଆସ୍ତରଣକୁ ସଫା କରାଯାଉଛି । ଜଗ ମୋହନର ଭେଣ୍ଟିଲେସନ ବ୍ୟବସ୍ଥାର ଅନୁଧ୍ୟାନ ସହ ପ୍ରଥମ ଓ ଦ୍ଵିତୀୟ ମହଲାର ଯାଞ୍ଚ ସହ ସଫେଇ କରାଯାଉଛି । ‌ ଜଗ ମୋହନରେ ହୋଇଥିବା ଷ୍ଟିଲ ଫ୍ରେମ କାର୍ଯ୍ୟ, ପକେଟଗୁଡ଼ିକର ଅନୁଧ୍ୟାନ ସହ ନାଟ ମଣ୍ଡପ ଵିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ ପାଇଁ ଲାଗି ଥିବା କ୍ରାକ ମିଟରର ରିଡିଂ ଅନୁଧ୍ୟାନ କରାଯାଉଛି । ସେହିଭଳି ରୋଷୋଶାଳା ଓ ଭୋଗ ମଣ୍ଡପ ଚଟାଣରେ ଲାଗିଥିବା ପଥରକୁ ନୂଆ ଲଗାଯାଉଛି। ଗତ କିଛି ମାସ ଧରି ଶ୍ରୀମନ୍ଦିର ଗର୍ଭ ଗୃହରେ ସୃଷ୍ଟି ହୋଇଥିବା ମୂଷା ଏବଂ ଅସରପାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.