ETV Bharat / state

ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର, କବାଟର ରୂପା ଛାଉଣୀ ପ୍ରକ୍ରିୟା ଆରମ୍ଭ

author img

By

Published : Jun 22, 2023, 6:34 PM IST

ବାହୁଡ଼ା ପରେ ଝଲସିବ ଶ୍ରୀମନ୍ଦିରର ସିଂହଦ୍ବାର । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ମଧ୍ୟରେ ଆରମ୍ଭ ହୋଇଛି ସିଂହଦ୍ବାର କବାଟର ରୂପା ଛାଉଣୀ କାର୍ଯ୍ୟ । ଅଧିକ ପଢନ୍ତୁ

Etv Bharat
Etv Bharat
କବାଟର ରୂପା ଛାଉଣୀ ପ୍ରକ୍ରିୟା ଆରମ୍ଭ

ପୁରୀ: ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ବାର କବାଟ ରୂପା ଛାଉଣୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଏସଆଇ ସହ ଯୁଗ୍ମ ବୈଷୟିକ କମିଟି ଶ୍ରୀମନ୍ଦିର ଗର୍ଭଗୃହ, ନାଟ ମଣ୍ଡପ ଓ ଜଗ ମୋହନ ତନ ତନ କରି ଯାଞ୍ଚ କରିଛନ୍ତି । ଗର୍ଭ ଗୃହରେ ଜମିଥିବା କଳା ଆସ୍ତରଣର କେମିକାଲ ୱାସିଂ ସହ ପ୍ରଥମ ଓ ଦ୍ଵିତୀୟ ମହଲାର ସଫେଇ ରଥଯାତ୍ରା ମଧ୍ୟରେ ଶେଷ କରାଯିବ । ଅବଶିଷ୍ଟ କାର୍ଯ୍ୟ ରଥଯାତ୍ରା ପରେ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ଆଜି ମୁମ୍ବାଇରୁ ୫୦୦କେଜି ଓଜନର ଷ୍ଟିଲ ଫ୍ରେମ ପହଞ୍ଚି ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଗର୍ଭ ଗୃହରେ ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପ୍ରୟୋଗ ହେବ ଜୈବ ଓ ପ୍ରାକୃତିକ ପ୍ରଣାଳୀ । ପିତ ପଦାର୍ଥ ରଖି ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବରେ ଲଗାଯିବ ରୋକ । ଛୋଟ ବଡ଼ ଫାଙ୍କରେ ଜାଲି ଲଗାଯିବ । ନବଦିନାତ୍ମକ ଯାତ୍ରା ହିଁ ଏହାର ପ୍ରକୃଷ୍ଟ ସମୟ ହୋଇଥିବା ବେଳେ ଆଜି ଏହାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି । ସେହିଭଳି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ASI, ପୂର୍ତ୍ତ ବିଭାଗ ଓ ଶ୍ରୀମନ୍ଦିର ବୈଷୟିକ କୋର କମିଟି ପକ୍ଷରୁ ଶ୍ରୀମନ୍ଦିରରେ ମିଳିତ ଯାଞ୍ଚ କରାଯାଉଛି । ଆଜି ୨୦ରୁ ଊର୍ଦ୍ଧ୍ବ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ ଶ୍ରୀମନ୍ଦିର ଯାଇ ଜଗ ମୋହନ, ନାଟ ମଣ୍ଡପ, ଗର୍ଭ ଗୃହ, ପ୍ରଥମ ଓ ଦ୍ଵିତୀୟ ମହଲା, ରୋଷ ଘର ଓ ଭୋଗ ମଣ୍ଡପ ଚଟାଣ ଯାଞ୍ଚ କରିଛନ୍ତି ।

ଏହା ବି ପଢନ୍ତୁ- ଆଜି ଆଡପ ପଣ୍ଡପକୁ ବିଜେ କରିବେ ବିଶ୍ବନିଅନ୍ତା

ବିଶେଷ କରି ଗର୍ଭ ଗୃହ ଓ ଜଗମୋହନରେ କଳା ଆସ୍ତରଣ କେତେ ପରିମାଣର ଜମିଛି, କିଭଳି ଏହାର କେମିକାଲ ୱାସିଂ କରାଯିବ, ଭେଣ୍ଟିଲେସନ ବ୍ୟବସ୍ଥାର ଅନୁଧ୍ୟାନ, ପ୍ରଥମ ଓ ଦ୍ଵିତୀୟ ମହଲାର ଯାଞ୍ଚ ସହ ସଫେଇ କରାଯାଉଛି । ଜଗ ମୋହନରେ ହୋଇଥିବା ଷ୍ଟିଲ ଫ୍ରେମ କାର୍ଯ୍ୟ, ପକେଟଗୁଡିକର ଅନୁଧ୍ୟାନ ସହ ନାଟ ମଣ୍ଡପ ଵିମରେ ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ ପାଇଁ ଲାଗି ଥିବା କ୍ରାକ ମିଟରର ରିଡିଂ ଅନୁଧ୍ୟାନ କରାଯିବ । ସେହିଭଳି ରୋଷଶାଳା ଓ ଭୋଗ ମଣ୍ଡପ ଚଟାଣରେ ଲାଗିଥିବା ପଥରର ସ୍ଥିତି କିଭଳି ରହିଛି, ତାହାର ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ତାହାର ମଧ୍ୟ ଅନୁଧ୍ୟାନ କରାଯିବ । ୭ଦିନ ମଧ୍ୟରେ ଯେଉଁ ସବୁ ରୁଟିନ କାର୍ଯ୍ୟ କରାଯିବା କଥା ତାହା ASI ଦ୍ବାରା ସମ୍ପନ୍ନ କରାଯିବ ।

ଯେଉଁ କାର୍ଯ୍ୟଗୁଡିକ ରଥଯାତ୍ରା ପରେ ଆବଶ୍ୟକ ତାହା ଦୀର୍ଘ ମିଆଦି ସୂତ୍ରରେ ପରବର୍ତ୍ତୀ ସମୟରେ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବୈଷୟିକ କମିଟି । ଶ୍ରୀମନ୍ଦିର ସିଂହଦ୍ବାର ଭଳି ଅବିକଳ ଅସ୍ଥାୟୀ ସିଂହଦ୍ବାର ଗତକାଲି ରାତିରେ ଲଗାଯାଇଥିଲା । ମୁମ୍ବାଇରୁ ଦୁଇଟି ଷ୍ଟିଲ ଫ୍ରେମ ଆସି ପହଞ୍ଚିବା ପରେ ୧୫ରୁ ଊର୍ଦ୍ଧ୍ବ ଶ୍ରମିକ ଏହାକୁ ଶ୍ରୀମନ୍ଦିର ସିଂହଦ୍ବାର ମଧ୍ୟକୁ ନେଇଥିଲେ । ଏହି ଷ୍ଟିଲ ଫ୍ରେମ ନିର୍ମାଣ କାର୍ଯ୍ୟ ୧୫ ଦିନ ତଳେ ମୁମ୍ବାଇରେ ରୂପା ଦାନ କରିଥିବା ଦାତାଙ୍କ କାରିଗରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ମୂଳ ସିଂହଦ୍ବାର ଭଳି ମାପ, ଓଜନ, ଡିଜାଇନ ଓ ଉତ୍କଳୀୟ କାରୁକାର୍ଯ୍ୟ ସମ୍ପନ୍ନ ଅବିକଳ ସିଂହଦ୍ବାର ପ୍ରସ୍ତୁତ କରାଯାଉଛି । ରୂପା ଛାଉଣୀ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଭାଗ ଅଞ୍ଚଳକୁ ସିଲ କରି ଭକ୍ତଙ୍କ ପାଇଁ କଟକଣା ଥିବା ବେଳେ କେବଳ ସେବାୟତମାନେ ପ୍ରବେଶ କରୁଛନ୍ତି ।

ରୂପା ଛାଉଣୀ କବାଟ ଫିଟିଂ ସମୟରେ ମାଜିଷ୍ଟ୍ରେଟ ମୁତୟନ ସହ, ସିସିଟିଭି କ୍ୟାମେରା, ରାଉଣ୍ଡ ଓ କ୍ଲକ ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଷ୍ଟିଲ ଫ୍ରେମ ଉପରେ ବର୍ମାଟିକ କାଠରେ ପ୍ରସ୍ତୁତ ଦ୍ବାର ଲଗାଯାଇ ରୂପା ଛାଉଣୀ କରାଯିବ । ବାହୁଡା଼ ଯାତ୍ରା ପୂର୍ବରୁ ସିଂହଦ୍ବାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର । ବାହୁଡା ବେଳକୁ ଭକ୍ତ ଶ୍ରଦ୍ଧାଳୁ ଦେଖି ପାରିବେ ଶ୍ରୀମନ୍ଦିର ସିଂହଦ୍ବାରର ନୂତନ ରୂପ । ଅନ୍ୟପଟେ ବାହୁଡା ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ସରଂକ୍ଷଣ, ମରାମତି ଓ ରୁଟିନ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.