ETV Bharat / state

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ ଅନୁଷ୍ଠିତ

author img

By

Published : Dec 12, 2022, 11:37 AM IST

ପୁରୀରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ଅଧିବେଶନ ଓ ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ବାର୍ଷିକୋତ୍ସବ, ଯୋଗଦେଲେ ଗଜପତି ମହାରାଜ ଓ ରାଜ୍ୟପାଳ

ପୁରୀ: ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ତ୍ରୟୋଦଶ ସାଧାରଣ ଅଧିବେଶନ ଓ ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଯୋଗଦେଇ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, "ପ୍ରାଚୀନ ଭାରତର ମହାନତାର ମୂଳ କାରଣ ହେଉଛି ଆଧ୍ୟାତ୍ମିକ ଚେତନାର ପ୍ରତିଷ୍ଠା । ବେଦାନ୍ତ, ସାହିତ୍ୟ, ଦର୍ଶନ, ଜୀବନ ଏବଂ ଅନୁକୂଳ ପରିବେଶ ଦ୍ବାରା ଏହା ଦୃଢ଼ ଭାବେ ପ୍ରତିଷ୍ଠା ଲାଭ କରିପାରିଛି । ବେଦ ଓ ବେଦାନ୍ତ ସଭ୍ୟତା ପରିବେଶ ଶ୍ରୀଜଗନ୍ନାଥ ସଂସ୍କୃତି ଦେଇ ଆସିଛି ।‌ ପୂର୍ବର ଗୁରୁକୁଳ ସଂସ୍ଥାମାନେ ଆଚାର, ବ୍ୟବହାର ଓ ଉତ୍ତମ ଚରିତ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଏହି ଆଧ୍ୟାତ୍ମିକ ଚେତନାର ଜାଗରଣ ପାଇଁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଆଗେଇ ଆସିଲେ ସମାଜ ପାଇଁ ଏହା ସବୁଠାରୁ ବଡ ସେବା ।" ତେବେ ଏହାକୁ ବଞ୍ଚାଇବାକୁ ହେଲେ ଶାସ୍ତ୍ର ଓ ଗୁରୁ ଆଶ୍ରିତ ହୋଇ ଆମକୁ ଆଗେଇବୁ ପଡିବ ବୋଲି ଗଜପତି ମହାରାଜା ନିଜ ବକ୍ତବ୍ୟରେ କହିଥିଲେ ।

ସେହିଭଳି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଧ୍ୟାତ୍ମିକ ଚେତନା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସେ କହିଛନ୍ତି, "ବିଜ୍ଞାନ ଚେତନା ସତ୍ୟ ରହସ୍ୟ ଖୋଲି ବାହାର କରିବାକୁ ଚେଷ୍ଟା କରୁଛି । କଳା ଚେତନା ସତ୍ୟକୁ ସୁନ୍ଦର ରୂପ ଦେଉଛି । କିନ୍ତୁ ଆଧ୍ୟାତ୍ମିକ ଚେତନା ସତ୍ୟକୁ ଭେଟିବାର ସୁଯୋଗ ଦେଇଛି । ବିଶ୍ବ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଛି, ଆଧ୍ୟାତ୍ମିକ ଚେତନା କ'ଣ ଆଦି ଜାଣିବାକୁ ହେଲେ ପ୍ରକୃତିକୁ ଆଦର କରିବା ସହ ଭଲ ପାଇବାକୁ ହେବ ।" ଏହି ଅବସରରେ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସେହିଭଳି କାର୍ଯ୍ୟକ୍ରମରେ ଗବେଷକ ଡଃ ଭାସ୍କର ମିଶ୍ରଙ୍କୁ ଶ୍ରୀଜଗନ୍ନାଥ ଚେତନା ଗବେଷଣା ସମ୍ମାନ, ପ୍ରବଚକ ଶଙ୍କର୍ଷଣ ମଙ୍ଗରାଜଙ୍କୁ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ ସହ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓ ତାମିଲନାଡୁ କୋଏମ୍ବାଟୁରର ଶ୍ରୀଜଗନ୍ନାଥ ମନ୍ଦିରକୁ ସମ୍ମାନିତ କରାଯାଇଥିଲା । ପୁରୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶି ଲାଲ୍‌ଙ୍କ ସହ ଗଜପତି ମହାରାଜା, ସମ୍ମାନିତ ଅତିଥି ଭାବେ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ମହାରାଜ ଓ ବିଶିଷ୍ଟ ଅତିଥି ଭାବେ ଡଃ ତପନ କୁମାର ଚାନ୍ଦ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.