ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ୨୦୨୩-୨୪ ବଜେଟକୁ ମିଳିବ ଅନୁମୋଦନ

ଗଜପତି ମହାରାଜ ଦିବ୍ଯସିଂହ ଦେବଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 12, 2023, 12:57 PM IST

shreemandir managing committe meeting
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ ଗତପତି ମହାରାଜଙ୍କ ଅଧକ୍ଷ୍ୟତାରେ ବୈଠକ ବସିଛି । 2ଟି ଅଧିବେଶନରେ ବୈଠକରେ ଆଲୋନଚନା ହେବ । ୨୦୨୩-୨୪ବର୍ଷ ପାଇଁ ଆର୍ଥିକ ବଜେଟ ଅନୁମୋଦନ ମିଳିବ ।

ଏହା ବି ପଢନ୍ତୁ...ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ବଡଥଳି ପୋଟଳ

ଗଜପତି ମହାରାଜ ଦିବ୍ଯସିଂହ ଦେବଙ୍କ ଅଧ୍ଯକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ବୈଠକରେ ଗଜପତିଙ୍କ ବ୍ଯତୀତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟି ସଦସ୍ଯ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି । ତେବେ ଆଜି ଦୁଇଟି ଅଧିବେଶନରେ ଆଲୋଚନା ହେବ । ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ୨୦୨୩-୨୪ବର୍ଷ ପାଇଁ ଆର୍ଥିକ ବଜେଟ୍‌ ଅନୁମୋଦନ ହେବ । ଅର୍ଥ ସବ୍‌ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ବଜେଟ ଉପରେ ମୋହର ମାରିବ ପରିଚାଳନା କମିଟି । ଅପରାହ୍ନ ସାଢେ 4ଟାରେ ଦ୍ବିତୀୟ ଅଧିବେଶନ ହେବ ।

ଏହା ବି ପଢନ୍ତୁ...Ratha Yatra 2023: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଦଉଡ଼ି

ତେବେ ୨୦୨୩-୨୪ ବର୍ଷ ପାଇଁ ୨୬୨.୫୪କୋଟିର ବଜେଟ ପ୍ରସ୍ତୁତ କରାଯାଇଛି । ଏହା ଉପରେ ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଅନୁମୋଦନ କରାଯିବ । ସେହିପରି ଅପରାହ୍ନ ୪ଟା ୩୦ରୁ ଦ୍ଵିତୀୟ ଅଧିବେଶନର 3ଟି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ । ପ୍ରାଥମିକ ଭାବରେ ଚଳିତଥର ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବ। ତ୍ରୁଟି ବିଚ୍ଯୁତି ରହିଥିଲେ ଆଗାମୀ ରଥଯାତ୍ରାରେ ଏହାର ପୁନରାବୃତ୍ତି ଯେପରି ନହେବ ସେନେଇ ଆଲୋଚନା ହେବ । ୨୦୨୩ ରଥଯାତ୍ରାର ପ୍ରସ୍ତୁତି ଓ ସମୀକ୍ଷା ନେଇ ଦ୍ଵିତୀୟ ଅଧିବେଶନରେ ଆଲୋଚନା ହେବ । ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟ ବିଷୟ ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ରଥଯାତ୍ରା ନିକଟତର ହେଉଥିବାରୁ ସୁରୁଖୁରୁରେ କିପରି ସମ୍ପାଦନ ହେବ ସେନେଇ ଆଲୋଚନା ହେବ ।

ସେପଟେ ଘୋଷଯାତ୍ରା ପାଖେଇ ଆସୁଥିବାରୁ ରଥ ନିର୍ମାଣ କାମ ମଧ୍ୟ ଜୋରସୋର ଚାଲିଛି । ତିନି ରଥର ପ୍ରଭା ନିର୍ମାଣ କାମ ଶେଷ ହୋଇଛି । ରୂପକାର ସେବକମାନେ 3 ରଥର 6 ଗୋଟି ଲେଖାଏଁ ନାଟଗୋଡରେ ରୂପ ଖୋଦେଇ ଶେଷ କରି ଚିତ୍ରକାରଙ୍କୁ ରଙ୍ଗ କାମ ପାଇଁ ଯୋଗେଇ ଦେଇଛନ୍ତି । ଗତକାଲି(ରବିବାର) ଜେଟିପିଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.