ETV Bharat / state

ପୁଣି ଦାନା ବାନ୍ଧିଲା ପ୍ରଶାସନ ଓ ସେବାୟତ ବିବାଦ

author img

By

Published : Jul 30, 2019, 9:45 PM IST

ଯାତ୍ରୀ ସହାୟତା କେନ୍ଦ୍ରକୁ ନେଇ ଘନେଇଲା ଶ୍ରୀମନ୍ଦିରରେ ପ୍ରଶାସନ ଓ ସେବାୟତ ବିବାଦ । ଆରମ୍ଭ ହୋଇଯାଇଛି ତୁତୁ ମେମେ । ସେବାୟତ ବୁଝୁଥିବା ଯାତ୍ରୀ ପରିଚର୍ଯ୍ୟା ଦାୟିତ୍ବକୁ ଘରୋଇ ସଂସ୍ଥାକୁ ପ୍ରଦାନ କରିବାକୁ ମନ୍ଦିର ପ୍ରଶାସନର ନିଷ୍ପତ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

ଫାଇଲ ଫଟୋ

ପୁରୀ: ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ତୁତୁ ମେମେ। ଯାତ୍ରୀ ସହାୟତା କେନ୍ଦ୍ରକୁ ନେଇ ଘନେଇଲା ଶ୍ରୀମନ୍ଦିରରେ ପ୍ରଶାସନ ଓ ସେବାୟତ ବିବାଦ । କାହିଁ କେତେବର୍ଷରୁ ସେବାୟତ ମାନେ ଯାତ୍ରୀ ମାନଙ୍କୁ ସେବା ପରିଚର୍ଯ୍ୟା କରି ଆସୁଛନ୍ତି । କିନ୍ତୁ ଏବେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ସେବା ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ତେଜିଛି ବିବାଦ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀକୁ ଆସୁଥିବା ଯାତ୍ରୀ ମାନେ ଏବେ ହିନସ୍ତା ହେବେନାହିଁ । ସେମାନଙ୍କୁ ଶ୍ରୀମନ୍ଦିର ସମେତ ଅନ୍ୟ ସ୍ଥାନରେ ବୁଲାଇବା ସହ ପ୍ରତ୍ୟକ ସ୍ଥାନର ମହତ୍ବ ବିଷୟରେ ବୁଝାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ vfc(visitor facilation centre)ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ବାହାରୁ ଆସୁଥିବା ଜଗନ୍ନାଥ ପ୍ରେମୀ ଭକ୍ତ ଓ ପର୍ଯ୍ୟଟକ କିଭଳି ଭାବରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ କରିବା ସହ ଜଗନ୍ନାଥ ସଂସ୍କୃତି ସହ ଜଡିତ ଅନେକ ତଥ୍ୟ ଓ ମହତ୍ବ ଜାଣି ପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସୋମବାର ପରିଚାଳନା କମିଟିର ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଏହା ଉପରେ ଆଲୋଚନା କରିଥିଲେ । ପରେ ଗଣମାଧ୍ୟମ ଆଗରେ ଯାତ୍ରୀ ସହାୟତା କେନ୍ଦ୍ରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହାକୁ ନେଇ ସେବାୟତ ମାନେ ବିରୋଧ କରିବା ସହ ପରିଚାଳନା କମିଟି ଓ ଛତିଶାନିଯୋଗରେ ଏହି ପ୍ରସ୍ତାବ ପଡିନଥିବା କହିଛନ୍ତି। ପରମ୍ପରା ମୁତାବକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସେବା ଓ ଅତିଥି ଚର୍ଚ୍ଚା କରି ଆସୁଛନ୍ତି ଏହି କୌଳିକ ସେଵାୟତ ମାନେ ।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସେବା ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସେବାୟତ। ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ଦ୍ବାରା ସେବାୟତ ମାନଙ୍କ ପେଟପାଟଣା କିଭଳି ଭରଣପୋଷଣ ହେବ ସେନେଇ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ତେବେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଏଭଳି ଏକାଚାଟିଆ ନିଷ୍ପତ୍ତି ଏବଂ ଛତିଶାନିଯୋଗ ସହ ଆଲୋଚନା ନକରି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି କିଛି ସେବାୟତ । ଏପରି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ସେବାୟତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଯାତ୍ରୀ ସହାୟକ କେନ୍ଦ୍ର କୁ ନେଇ ଜିଲ୍ଲା ପ୍ରଶାସନ ଓ ସେବୟତ ଙ୍କ ମଧ୍ୟରେ ତେଜିଲା ବିବାଦBody:ପୁଣି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ତୁତୁ ମେମେ। ଯାତ୍ରୀ ସହାୟତା କେନ୍ଦ୍ରକୁ ନେଇ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ସେଵାୟତଙ୍କ ମଧ୍ୟରେ ଲାଗିଛି ଟଣାଓଟରା । କାହିଁ କେତେବର୍ଷ ଅମଳରୁ ସେବାୟତ ମାନେ ଯାତ୍ରୀ ମାନଙ୍କୁ ସେବା ପରିଚର୍ଯ୍ୟା କରି ଆସୁଥିବା ବେଳେ ଏଵେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ସେବା ପରିଚର୍ଯ୍ୟା ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ଦେଖାଦେଇଛି ଏବେ ବିରୋଧର ସ୍ୱର। ପୁରୀକୁ ଆସୁଥିବା ଯାତ୍ରୀ ମାନେ ଏବେ ହିନସ୍ତା ହେବେନାହିଁ । ସେମାନଙ୍କୁ ଶ୍ରୀମନ୍ଦିର ସମେତ ଅନ୍ୟ ସ୍ଥାନରେ ବୁଲାଇବା ସହ ପ୍ରତ୍ୟକ ସ୍ଥାନର ମହତ୍ୱ ବିଷୟରେ ବୁଝାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ vfc(visitor facilation centre)ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ବାହାରୁ ଆସୁଥିବା ଜଗନ୍ନାଥ ପ୍ରେମୀ ଭକ୍ତ ଓ ପର୍ଯ୍ୟଟକ କିଭଳି ଭାବରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ କରିବା ସହ ଜଗନ୍ନାଥ ସଂସ୍କୃତି ସହ ଜଡିତ ଅନେକ ତଥ୍ୟ ଓ ମହତ୍ୱ ଜାଣି ପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଗତକାଲି ପରିଚାଳନା କମିଟିର ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଏହା ଉପରେ ଆଲୋଚନା କରିବା ପରେ ଗଣମାଧ୍ୟମ ଆଗରେ ଯାତ୍ରୀ ସହାୟତା କେନ୍ଦ୍ରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହାକୁ ନେଇ ସେବାୟତ ମାନେ ବିରୋଧ କରିବା ସହ ପରିଚାଳନା କମିଟି ଓ ଛତିଶାନିଯୋଗରେ ଏହି ପ୍ରସ୍ତାବ ପଡିନଥିବା କହିଛନ୍ତି। ପରମ୍ପରା ମୁତାବକ ଭକ୍ତ, ଶ୍ଳଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସେବା ଓ ଅତିଥି ଚର୍ଚ୍ଚା କରି ଆସୁଛନ୍ତି ଏହି କୌଳିକ ସେଵାୟତ ମାନେ । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସେବା ଏକ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସେବାୟତ ମାନେ। ସେପଟେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ଦ୍ୱାରା ସେବାୟତ ମାନଙ୍କ ପେଟପାଟଣା କିଭଳି ଭରଣପୋଷଣ ହେବ ସେନେଇ ସେବାୟତ ମାନେ ପ୍ରଶୂ ଉଠାଇଛନ୍ତି। ତେବେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଏଭଳି ଏକାଚାଟିଆ ନିଷ୍ପତ୍ତି ଏବଂ ଛତିଶାନିଯୋଗ ସହ ଆଲୋଚନା ନକରି ଏଭଳଗ ପଦକ୍ଷେପକୁ ନିନ୍ଦା କରିଛନ୍ତି ସେବାୟତ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଦିନକୁଦିନ ଶ୍ରୀମନ୍ଦିରର ବିଭିନ୍ନ ସେବାକୁ ଘରୋଇକରଣ କରିବା ଦ୍ୱାରା ସେବାୟତ ମାନଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି। ତେବେ ଆଗାମୀ ଦିନରେ ଏହାଏକ ଉଗ୍ର ରୂପ ଧାରଣ କରିବ ବୋଲି ଆଶା କରାଯାଉଛି । ତେଵେ ଏଦିଗରେ ଶ୍ରୀମନ୍ଦିର ପ୍ରଶାସନ ସେଵାୟତ ମାନଙ୍କ ସହ ସମନ୍ୱୟ ରକ୍ଷା କରି ଆଗାମୀ ପଦକ୍ଷେପ ନେବାକୁ ଦାବି ହୋଇଛି ।

ବାଇଟ,, 1,, ବଲବନ୍ତ ସିଂ ,, ପୁରୀ ଜିଲାପାଳ

ବାଇଟ2,, ରାମ ଦାସ ମହାପାତ୍ର,, ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.