ETV Bharat / state

ଅପରାଧି ମୁକ୍ତ ହେବ ପୁରୀ ସହର, ସ୍ବତନ୍ତ୍ର ଡ୍ରାଇଭରେ 84 ଜଣ ଗିରଫ

author img

By ETV Bharat Odisha Team

Published : Sep 15, 2023, 7:22 AM IST

ଅପରାଧୀଙ୍କୁ ଧରିବା ପାଇଁ ପୁରୀ ପୋଲିସର ସ୍ଵତନ୍ତ୍ର ଡ୍ରାଇଭ। । ଗିରଫ ଭୟରେ ଅନେକ ଅପରାଧୀ ଫେରାର। ଅଧିକ ପଢନ୍ତୁ

several criminals arrested by puri police

ପୁରୀ: ଅପରାଧିଙ୍କ ମୂଳପୋଛ ହେବ ପୁରୀ ଜିଲ୍ଲାରେ । ଅପରାଧିଙ୍କୁ ଧରିବାକୁ ଏସପି କନୱର ବିଶାଲ ସିଂଙ୍କ ନେତୃତ୍ବରେ ଜାରି ରହିଛି ଫିଲ୍ ପୁରୀ ସେଫ୍ ଓ ଫିଲ ପୁରୀ କ୍ଲିନ୍ ଅଭିଯାନ । 3 ଦିନ ଭିତରେ 84 ଜଣ ଅପରାଧୀଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ସେଥି ମଧ୍ୟରୁ ଗୁରୁବାର ପୁରୀ ସଦର ପୋଲିସ 4 ଜଣ ଓ ଚନ୍ଦନପୁର ଥାନା ପୋଲିସ 3 ଜଣ କୁଖ୍ୟାତ ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ଲୁହା ରଡ଼, ଖଣ୍ଡା, ଲଙ୍କା ଗୁଣ୍ଡ,‌ ଛୁରୀ ଜବତ କରିଛି ପୋଲିସ । ଏହି ଅଭିଯୁକ୍ତମାନେ ପୁରୀ-ବ୍ରହ୍ମଗିରି ରାସ୍ତା ଓ ପୁରୀ ଜଗନ୍ନାଥ ସଡ଼କରେ ଡକାୟତି ଯୋଜନା କରୁଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ଛବି ପ୍ରଧାନ, ସୁକାନ୍ତ କୁମାର ମଲ୍ଲିକ, ଉମାକାନ୍ତ ଦାସ, ସନ୍ତୋଷ ଦାସ, ଜୟ ମୁଦୁଲି, ଉମେଶ ଦାସ ଓ ମିଥୁନ ଭୋଇ ।

ଏହା ମଧ୍ୟ ପଢନ୍ତୁ-ଡକାୟତି ଯୋଜନା ପଣ୍ଡ ,୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କେବଳ ଅଭିଯୁକ୍ତ ଉମେଶକୁ ବାଦ୍ ଦେଲେ ବାକି ସମସ୍ତଙ୍କ ନାମରେ ସଦର ଓ ଚନ୍ଦନପୁର ଥାନାରେ ଅନେକ ମାମଲା ରହିଛି । ଦୁଇ ଜଣ ଅପରାଧି ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏନେଇ ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ବନ୍ଧୁକ ପୁରୀକୁ କେଉଁଠାରୁ ଆସୁଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଉପଯୁକ୍ତ ପ୍ରମାଣ ମିଳିଲେ ବନ୍ଧୁକ ଚାଲାଣ କରୁଥିବା ରାକେଟକୁ ପୋଲିସ ଧରିବ । ତେବେ ଆଗାମୀ ଦିନରେ ଅପରାଧୀଙ୍କ ପ୍ରତି ଆହୁରି କଡ଼ା ପଦକ୍ଷେପ ନିଆଯିବ । ଗତ ତିନି ଦିନ ଭିତରେ 84 ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ପୁରୀରେ ଅପରାଧୀଙ୍କ ମନରେ ଛନକା ପଶିଥିବା ବେଳେ ଅନେକ ଅପରାଧୀ ଗିରଫ ଭୟରେ ଫେରାର ହୋଇ ଯାଇଥିବା କହିଛନ୍ତି ସଦର ଏସଡିପିଓ ରବି ନାରାୟଣ ଭଞ୍ଜ ।

ଅପରାଧୀଙ୍କୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । ବିଭିନ୍ନ ଥାନା ପକ୍ଷରୁ ସ୍ଵତନ୍ତ୍ର ଟିମ୍ କରାଯାଇ ଖବର ମିଳିବା ମାତ୍ରେ ଚଢ଼ାଉ କରାଯାଇ ଅପରାଧୀଙ୍କୁ ଗିରଫ କରାଯାଉଛି । ସେହିପରି ସନ୍ଧ୍ୟା ପରଠୁ ଯେଉଁଠାରେ ମଦ୍ୟପାନ କରାଯାଉଛି, ନିକାଞ୍ଚନ ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଏହି ସ୍ଵତନ୍ତ୍ର ଅଭିଯାନରେ ବର୍ତ୍ତମାନ ସୁଦ୍ଧା 84 ଜଣ ଅପରାଧୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.