ETV Bharat / state

ବାଲି ଚୋରା ଚାଲାଣ ଅଭିଯୋଗରେ 7 ଗିରଫ

ବାଲି ଚୋରା ଚାଲାଣ ଉପରେ ଏଣିକି ପୁରୀ ପୋଲିସ କଡା ନଜର ରଖିଛି । ଏହି କ୍ରମରେ ଶନିବାର ପୁରୀ ପୋଲିସ ବାଲି ଚୋରା ଚାଲାଣ ଅଭିଯୋଗରେ 7 ଜଣଙ୍କୁ ଗିରଫ କରିଛି ।

author img

By

Published : Oct 25, 2020, 1:07 PM IST

ବାଲି ଚୋରା ଚାଲାଣ ଅଭିଯୋଗରେ 7 ଗିରଫ
ବାଲି ଚୋରା ଚାଲାଣ ଅଭିଯୋଗରେ 7 ଗିରଫ

ପୁରୀ: ବାଲି ଚୋରା ଚାଲାଣ ଉପରେ ଏଣିକି ପୁରୀ ପୋଲିସ କଡା ନଜର ରଖିଛି । ଏହି କ୍ରମରେ ଶନିବାର ପୁରୀ ପୋଲିସ ବାଲି ଚୋରା ଚାଲାଣ ଅଭିଯୋଗରେ 7 ଜଣଙ୍କୁ ଗିରଫ କରିଛି । ଗାଡିକୁ ଜବତ କରାଯିବା ସହ ଗାଡି ଡ୍ରାଇଭର, ହେଲ୍ପର ଓ ମାଲିକକୁ ଗିରଫ କରାଯାଇଛି ।

ବାଲି ଚୋରା ଚାଲାଣ ଅଭିଯୋଗରେ 7 ଗିରଫ

ପୁରୀ ପୋଲିସର ସୂଚନାନୁଯାୟୀ, କୁମ୍ଭାରପଡା ଥାନା ପୋଲିସ ବାଲି ଚୋରା ଚାଲାଣ ଅଭିଯୋଗରେ ଟିପର ଜବତ ସହ ଏହାର ମାଲିକ , ଦୁଇ ଡ୍ରାଇଭର ଓ ଜଣେ ହେଲ୍ପରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ପୁରୀ ସିବିଚ ଥାନା ଅନ୍ତର୍ଗତ ସମୁଦ୍ରକୂଳରୁ ବାଲି ଚୋରା ଚାଲାଣ ଅଭିଯୋଗରେ ଏକ ଟ୍ରକ ଜବତ ସହ ଜଣେ ଡ୍ରାଇଭର ଓ ଗାଡି ମାଲିକକୁ ଗିରଫ କରାଯାଇଛି ।

ଗତ ଦୁଇ ଦିନ ହେବ ପୁରୀ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବାଲି ଏବଂ ପଥର ଚାଲାଣ ଅଭିଯୋଗରେ 21 ଜଣଙ୍କୁ ଗିରଫ କରାଯାଇଛି । ଚୋରା ବାଲି ଚାଲାଣ ଓ ପଥର ଚାଲାଣ ନେଇ ପୁରୀ ପୋଲିସ ସ୍ବତନ୍ତ୍ର ନଜର ରଖିଛି । ଏହି ବେଆଇନ କାର୍ଯ୍ୟ ହେଲେ ସଂଗେ ସଂଗେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଆଖିଳେଶ୍ବର ସିଂ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.