ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସ୍ତୁତି, ଯଜ୍ଞସ୍ଥାନ ହେଲା ଚିହ୍ନଟ

author img

By ETV Bharat Odisha Team

Published : Dec 4, 2023, 9:33 PM IST

ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ । ଯଜ୍ଞସ୍ଥାନ ନିରୂପଣ କଲେ ପୁରୋହିତ । ଅଧିକ ପଢନ୍ତୁ

Sri Mandir Corridor project
Sri Mandir Corridor project
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସ୍ତୁତି

ପୁରୀ: ପ୍ରକଳ୍ପ ଉଦଘାଟନ ପାଇଁ ଯଜ୍ଞ ସ୍ଥାନ ଚିହ୍ନଟ କଲା ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ ତାରିଖରେ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘଟନ କରିବେ । ତେବେ ଏହା ପୂର୍ବରୁ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ତିନି ଦିନ ଧରି ଯଜ୍ଞ ଅନୁଷ୍ଠିତ ହେବ । ତେବେ ଏହାର ସ୍ଥାନ ନିରୂପଣ ପାଇଁ ଯାଗା ଚିହ୍ନଟ କରାଯାଇଛି ।

ଶ୍ରୀମନ୍ଦିରର ସିଂହଦ୍ବାର, ଉତ୍ତର ଦ୍ବାରର କୋଣରେ ଏହି ଯଜ୍ଞ ଅନୁଷ୍ଠିତ ହେବ । ଏହି ସ୍ଥାନ ମନ୍ଦିର ପୁରୋହିତ, ବ୍ରାହ୍ମଣ ଚିହ୍ନଟ କରିଛନ୍ତି । ଏ ନେଇ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିରର ପ୍ରଶାସନର ଅଧିକାରୀ, ଦେଉଳ ପୁରୋହିତ, ଆଚାର୍ଯ୍ୟ ବ୍ରାହ୍ମଣ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ତେବେ ଆଚାର୍ଯ୍ୟ ବ୍ରାହ୍ମଣ କହିଛନ୍ତି ଯେ ଜାନୁଆରୀ ୧୨ ତାରିଖରୁ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ୧୨ରୁ ୧୪ ଯାଏଁ ଅଙ୍କୁରା ରୋପଣ, ୧୫ରୁ ଯଜ୍ଞ ଆରମ୍ଭ ହେବ। ୧୭ରେ ପୂର୍ଣ୍ଣାହୁତି ହେବ । ଗଜପତି ମହାରାଜା ପୂର୍ଣ୍ଣାହୁତି କରିବେ ।

ଏହା ବି ପଢନ୍ତୁ- ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ସ୍ଥିତି ପରଖିଲେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାହୁତି ଦିନ ଉପସ୍ଥିତ ରହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘାଟନ କରିବେ । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମକୁ ଭବ୍ୟ ଆକାରରେ କରାଯିବ । ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ଚାରିଦ୍ଵାରରେ ବେଦପାଠ ସହ ହରିନାମ ସଂଙ୍କୀର୍ତ୍ତନ ହେବ । ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ପରିକ୍ରମା ପ୍ରକଳ୍ପକୁ ଦେଖିବା ପାଇଁ ପୁରୀ ସହରରେ ବିଭିନ୍ନ ସ୍ଥାନରେ ବଡ ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା ହେବ । ସାରା ରାଜ୍ୟରେ ଏକ ଉତ୍ସବର ମାହୋଲ ସୃଷ୍ଟି କରାଯିବ ।

ଏହା ବି ପଢନ୍ତୁ- ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବସିଲା ପ୍ରସ୍ତୁତି ବୈଠକ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ ସହ ଅଙ୍କୁରାରୋପଣ, ୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ଅଙ୍କୁର ପୂଜନ ୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା, ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ଦିବା ୧.୩୦ଟାରୁ ୨ଟା ୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.