ETV Bharat / state

ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି ! ରତ୍ନଭଣ୍ଡାର ଖୋଲିବାରେ ଅବହେଳା ନେଇ କ୍ଷୁବ୍ଧ ମହାପ୍ରଭୁଙ୍କ ବାଡ଼ଗ୍ରାହୀ - ଜଗନ୍ନାଥଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି

ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି । ରତ୍ନ ଭଣ୍ଡାର ଖୋଲିବାରେ ସରକାରଙ୍କ ଅବହେଳା ନେଇ କଡ଼ା ସମାଲୋଚନା କଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଅଧିକ ପଢ଼ନ୍ତୁ

ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି

author img

By

Published : Jun 30, 2023, 8:03 PM IST

ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି

ପୁରୀ: ସୁନାବେଶରେ ପୁଣି ଭଙ୍ଗା କିରୀଟ ପିନ୍ଧିଲେ ମହାପ୍ରଭୁ । ମହାପ୍ରଭୁ ଜଗନ୍ନାଥଙ୍କ କିରୀଟର ଡାହାଣ ପାର୍ଶ୍ଵରେ ଏକ ସ୍ଵର୍ଣ୍ଣ ପାଖୁଡ଼ା ଭାଙ୍ଗିଯାଇଥିବା ପୁଣି ନଜରକୁ ଆସିଛି । ତେବେ ମହାପ୍ରଭୁଙ୍କୁ ଭଙ୍ଗା କିରୀଟ ପିନ୍ଧେଇବାକୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଯିଏ ବିଶ୍ଵ ବ୍ରହ୍ମାଣ୍ଡର ମାଲିକ, ତାଙ୍କୁ ଭଙ୍ଗା ସ୍ଵର୍ଣ୍ଣ କିରୀଟ ଲାଗି କରିବାକୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି । ଏହା ସହିତ ଭିତର ରତ୍ନଭଣ୍ଡାର ଖୋଲିବାରେ ରାଜ୍ୟ ସରକାର ଅବହେଳା କରୁଥିବାରୁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ସୁନାବେଶରେ ମହାପ୍ରଭୁଙ୍କୁ ଭଙ୍ଗା ସ୍ବର୍ଣ୍ଣ କିରୀଟ ଲାଗି; ରତ୍ନଭଣ୍ଡାର ଖୋଲିବାରେ ଅବହେଳା ନେଇ କ୍ଷୁବ୍ଧ ମହାପ୍ରଭୁଙ୍କ ବାଡ଼ଗ୍ରାହୀ

ଗତକାଲି (ଗୁରୁବାର) ଦେବଦୁର୍ଲଭ ସୁନାବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଚଳିତ ବର୍ଷ ରଥଯାତ୍ରାରେ ବିଭିନ୍ନ ବ୍ୟତିକ୍ରମ ଦେଖାଯାଉଥିବା ବେଳେ ମହାପ୍ରଭୁଙ୍କ ସୁନାବେଶରେ ମଧ୍ୟ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ଭଙ୍ଗା କିରୀଟ ଲାଗି ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ମହାପ୍ରଭୁଙ୍କୁ ଦାନ କରିବାକୁ କୋଟି କୋଟି ଭକ୍ତ ଅପେକ୍ଷାରେ ଥିବାବେଳେ ସରକାର କିମ୍ବା ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ନନେବା ଦୁଃଖର ବିଷୟ ବୋଲି ସେ କହିଛନ୍ତି । ଖାଲି ଉପରକୁ ଦେଖାଇବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରୂପା ଦ୍ଵାର ଲଗାଇଲେ କିଛି ହେବ ନାହିଁ । ମହାପ୍ରଭୁ ଯେଉଁଠି ଭଙ୍ଗା ଆଭୂଷଣ ପିନ୍ଧୁଛନ୍ତି, ବାହ୍ୟ ଆଡମ୍ବର କଲେ କଣ ଲାଭ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ । ମହାପ୍ରଭୁ ଆଭୂଷଣକୁ ଏକାଧିକ ସେଟ୍ କରାଯିବାକୁ ସେ ମତ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଅପୂର୍ବ ଦୃଶ୍ୟ ଦେଖି ଭିଜିଲା ଭକ୍ତ ଆଖି

ସେପଟେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବାରେ ରାଜ୍ୟ ସରକାର ଅବହେଳା କରୁଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ବାଡଗ୍ରାହୀ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଭିତର ରତ୍ନଭଣ୍ଡାର ଦୁର୍ବଳ ଅବସ୍ଥାରେ ଥିବାବେଳେ ବର୍ଷା ହେଲେ ପାଣି ଗଳୁଛି । ମହାପ୍ରଭୁଙ୍କ ରତ୍ନ ଅସୁରକ୍ଷିତ ଅବସ୍ଥାରେ ରହିଛି । ଗଜପତି ମହାରାଜା, ସେବାୟତ, ଭକ୍ତ ଏପରିକି ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବାକୁ କହି ସାରିଥିବା ବେଳେ, ରାଜ୍ୟ ସରକାର କାହିଁକି ଚୁପ୍ ବସିଛନ୍ତି ବୋଲି ଜଗନ୍ନାଥ ସ୍ବାଇଁ ମହାପାତ୍ର ପ୍ରଶ୍ନ କରିଛନ୍ତି । ଭିତର ରତ୍ନଭଣ୍ଡାର ସରକାର ଖୋଲିବାରେ ଅବହେଳା କରୁଥିବାରୁ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ନା ଚୋରି ହୋଇଯାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତେଣୁ ରାଜ୍ୟ ସରକାର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି କରି ସାଧାରଣରେ ପ୍ରକାଶ କରିବାକୁ ଜଗନ୍ନାଥ ସ୍ବାଇଁ ମହାପାତ୍ର ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.