ETV Bharat / state

ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଜାଣନ୍ତୁ ଦିନର ମାହାତ୍ମ୍ୟ

author img

By

Published : Nov 2, 2022, 3:20 PM IST

ଆଜି ପବିତ୍ର ଅଁଳା ନବମୀ । ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପିନାଥ ମନ୍ଦିରରେ ରାଧାରାଣୀଙ୍କ ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ତେବେ ଆଜି ଦିନର କଣ ମାହାତ୍ମ୍ୟ ରହିଛି ସେନେଇ ସୂଚନା ଦେଇଛନ୍ତି ସେବାୟତ ଶ୍ୟାମସୁନ୍ଦର ମହାପାତ୍ର । ଅଧିକ ପଢନ୍ତୁ

ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ଉତ୍ସବ ମୁଖର ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର । ଲମ୍ବାଧାଡିରେ ଯାଇ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି । କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନଟବର ବେଶ ଓ ରାଧାରାଣୀଙ୍କ ପାଦ ଦର୍ଶନ ଏବଂ ଓଡ଼ିଆଣୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ରହିଛି । ଗତକାଲି(ମଙ୍ଗଳବାର) ରାତି 11 ଟା 30ରେ ମନ୍ଦିର ଦ୍ଵାର ଫିଟା ନୀତି ପରେ ବିଭିନ୍ନ ନିତିକାନ୍ତି କରାଯାଇ ଭୋର 3 ଟାରୁ ଦର୍ଶନ ଆରମ୍ଭ ହୋଇଛି। ଏହି ସାଧାରଣ ଦର୍ଶନ ବୁଧବାର ବିଳମ୍ବିତ ରାତି ଯାଏଁ ଚାଲିବ । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ସେଡ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, 20 ପ୍ଲାଟୁନ ପୋଲିସ୍ ଫୋର୍ସ, ଅଗ୍ନିଶମ ବାହିନୀ, ସ୍ୱସ୍ଥ୍ୟ ଶିବିର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କେବଳ ରାଧାରାଣୀଙ୍କ ଦର୍ଶନ କରୁଛନ୍ତି । ପାଦ ଦର୍ଶନରେ ପାଦ ସ୍ପର୍ଶ ଉପରେ ପୂର୍ବ ଭଳି କଟକଣା ରହିଛି । ତେବେ ଅଁଳା ନବମୀରେ ରାଧାପାଦ ଦର୍ଶନ ନେଇ ପ୍ରଭୁ କୃଷ୍ଣ ଓ ରାଧାରାଣୀଙ୍କ ଏକ ସ୍ଵତନ୍ତ୍ର କିମ୍ବଦନ୍ତୀ ରହିଛି ।

ଏହା ମଧ୍ୟ ପଢନ୍ତୁ: President To Visit Odisha: ଦୁଇ ଦିନିଆ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏନେଇ ମନ୍ଦିର ସେବାୟତ ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି," ପରମ୍ପରା ଅନୁସାରେ ଦ୍ବାପର ଯୁଗରେ କୃଷ୍ଣଙ୍କୁ ମା ରାଧାରାଣୀ ପଦଯୁଗଳର ରଜତ ପ୍ରଦାନ କରିଥିଲେ । ଏହି ସମୟରେ ଦେବତାମାନେ ମାଙ୍କର ପଦର ଦର୍ଶନ ପାଇଥିଲେ । ସେହି ସମୟରେ ଦେବତାମାନେ ପଦଯୁଗଳର ବନ୍ଦନା କରିଥିଲେ । ସେହି ଦିନଟିକୁ ମନେ ପକାଇବା ପାଇଁ ଆଜି ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ମାଙ୍କ ପାଦଦର୍ଶନ କରିବା ପାଇଁ ସାକ୍ଷୀଗୋପାଳକୁ ଛୁଟି ଆସିଥାନ୍ତି । ପାଦ ଦର୍ଶନ କଲେ କୋଟି ପୂର୍ଣ୍ଣ୍ୟ ପାଇବା ସହ ସାତ ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଛି ।"

ଏହା ମଧ୍ୟ ପଢନ୍ତୁ: ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍‌ ଭିଡ

ଆଜି ରାତି ୧୨ଟା ଯାଏଁ ଭକ୍ତମାନେ ଲାଇନରେ ଆସି ରାଧାପାଦ ଦର୍ଶନ କରିବାର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏବର୍ଷ ପାଦ ସ୍ପର୍ଶ ପାଇଁ ବାରଣ କରାଯାଇଛି । ଗତ ୨ ବର୍ଷ ହେଲା କୋଭିଡ କଟକଣାରୁ ରାଧାପାଦ ଦର୍ଶନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.