ETV Bharat / state

ଆରମ୍ଭ ହେଲା ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ - covid test

ଆଜିଠାରୁ ପୁରୀ ମନ୍ଦିର ସେବାୟତଙ୍କ କୋରୋନା ଟେଷ୍ଟ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସେବାୟତଙ୍କ କୋରୋନା ଟେଷ୍ଟ ଆରମ୍ଭ
ସେବାୟତଙ୍କ କୋରୋନା ଟେଷ୍ଟ ଆରମ୍ଭ
author img

By

Published : Jan 27, 2021, 1:08 PM IST

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ କୋରୋନା ଟେଷ୍ଟ ଆରମ୍ଭ । ଆଜିଠାରୁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଦୈନିକ 50 ଜଣଙ୍କର ହେବ ଆରଟିପିସିଆର ଟେଷ୍ଟ । ଏ ନେଇ ବଡ଼ଦାଣ୍ଡରେ ଥିବା ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ବ୍ୟାପକ ବ୍ୟବସ୍ଥା ହୋଇଛି ।

ସେବାୟତଙ୍କ କୋରୋନା ଟେଷ୍ଟ ଆରମ୍ଭ

ଜାନୁଆରୀ 27ରୁ 31 ପର୍ଯ୍ୟନ୍ତ ସୁଆର ମହାସୁଆର ନିଯୋଗ ,ଫେବୃଆରୀ 1 ଓ 2 ପୁଷ୍ପାଳକ ନିଯୋଗ , ଫେବ୍ରୁଆରୀ 3 ରୁ 5 ପୂଜାପଣ୍ଡା ନିଯୋଗ ,6ରୁ10 ପ୍ରତିହାରୀ ନିଯୋଗ ,11 ଓ 12 ଦଇତାପତି ନିଯୋଗ ,13 ରୁ 15 ଗରାବଡୁ ନିଯୋଗ ,16 ଓ 17 ଖୁଣ୍ଟିଆ ନିଯୋଗ ,18ରେ ସୁଆର ବଡୁ ଓ ବଡୁ ସୁଆର ନିଯୋଗ ,19ରେ ବିମାନବଡୁ ନିଯୋଗ ,20ରେ ପାଣିଆ ଆପଟ,ଦତ୍ତ ମହାପାତ୍ର ,ଘଟୁଆରୀ,ଟାହିଆ, ଶୁଦ୍ଧ ସୁଆର , ଦେଉଳକରଣ ,ଓ ମୁଦୁଲି ନିଯୋଗ ,21ରେ ମହାଜନ ,22ରେ ପାଟରା ନିଯୋଗ ,23ରେ ଚୁନରା ,24 ରେ ମେକାପ ,25ରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀ ,26ରେ ମନ୍ଦିର ଶାଖା କାର୍ଯ୍ୟାଳୟ ଓ ପରିମଳ କର୍ମଚାରୀ,27 ଓ 2 ରେ ଭକ୍ତ ନିବାସ କର୍ମଚାରୀ ,ମାର୍ଚ୍ଚ 1ରେ ଯେଉଁ ସେବକ ରହିଯାଇଥିବେ ସମାନଙ୍କ ପରୀକ୍ଷା ହେବା ବୋଲି ସୂଚନା ମିଳିଛି ।

ସମୁଦାୟ 2500 ସେବକ ଓ 500 କର୍ମଚାରୀଙ୍କ କୋରୋନା ପରୀକ୍ଷା ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିନା କୋଭିଡ ରିପୋର୍ଟରେ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ନିଷ୍ପତ୍ତି ପରେ ଏହି ବ୍ୟବସ୍ଥା କରାଯାଇଛି। ଫଳରେ ସେବାୟତଙ୍କ ଭିତରେ କୋଭିଡ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ରହିବ। ଫଳରେ ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ ହେବ ନାହିଁ। ସେହିପରି ପୂର୍ବରୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ କୋରୋନା ଟିକା ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.