ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନରେନ୍ଦ୍ର, ବ୍ରେନ୍ ହାମ୍ରେଜ୍ ପରେ ଜୀବନ ଦୁର୍ବିସହ - help to needy man

Self-relient disabled person: ଦୁର୍ଦିନରେ ଭିନ୍ନକ୍ଷମ ନରେନ୍ଦ୍ର ସେଣଙ୍କ ଜୀବନ । ବ୍ରେନ୍ ହାମ୍ରେଜ୍ ରେ ପୀଡ଼ିତ ହୋଇ ଧାର କରଜରେ ଜୀବନ ଦୁର୍ବିସହ । ସରକାରୀ ସହାୟତା ଅପେକ୍ଷାରେ ନରେନ୍ଦ୍ର । ଅଧିକ ପଢନ୍ତୁ

ସରକାରୀ ସହାୟତା ଅପେକ୍ଷାରେ ସ୍ବାବଲମ୍ବୀ ଭିନ୍ନକ୍ଷମ

author img

By ETV Bharat Odisha Team

Published : Jan 2, 2024, 11:02 PM IST

ସରକାରୀ ସହାୟତା ଅପେକ୍ଷାରେ ସ୍ବାବଲମ୍ବୀ ଭିନ୍ନକ୍ଷମ

ନିମାପଡ଼ା: ଦୁର୍ଦିନରେ ଭିନ୍ନକ୍ଷମଙ୍କ ଜୀବନ । ୮୦ ପ୍ରତିଶତ ଭିନ୍ନକ୍ଷମ ଥାଇ ମଧ୍ୟ ମିଳିପାରୁନାହିଁ ସରକାରୀ ସହାୟତା । ଏ ପରି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ । ଗୋପର ସୋରୋଭା ଗାଁର ନରେନ୍ଦ୍ର ସେଣ ପିଲାଟି ଦିନରୁ ଚାଲିବାରେ ଅକ୍ଷମ । ଭିନ୍ନକ୍ଷମ ହେବା ସତ୍ତ୍ବେ ପରିବାର ପ୍ରତିପୋଷଣ ପାଇଁ କାହା ଆଗେ ହାତ ନପତେଇ ଛୋଟିଆ ପାନ ଦୋକାନ ଟିଏ କରିଛନ୍ତି । ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇଟି ଝିଅ । ଭିନ୍ନକ୍ଷମ ହୋଇଥିବା ସରକାରୀ ପ୍ରମାଣ ପତ୍ର ପାଇ ଥିବା ବେଳେ ନରେନ୍ଦ୍ର ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ଅଛନ୍ତି । କେବଳ ୭୦୦ ଟଙ୍କା ଭତ୍ତା ଓ ମୁଣ୍ଡ ପିଛା ୫କିଲୋ ଚାଉଳ ନରେନ୍ଦ୍ରଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଛି ।

ଅଭାବ ଅନଟନରେ ପରିବାର ଥିବା ବେଳେ ନରେନ୍ଦ୍ର ବଡ ଝିଅକୁ +2 ପାଠପଢାଇଥିବା ବେଳେ ସାନ ଝିଅକୁ ୫ମ ରେ ପାଠ ପଢ଼ାଉଥିଲେ । ଆଜିକୁ ପ୍ରାୟ ୪ରୁ ୫ବର୍ଷ ହେବ ଅଚାନକ ବ୍ରେନ୍ ହାମ୍ରେଜ୍ ରୋଗରେ ପୀଡିତ ହୋଇ ପୁରୀ ରୁ ଭୁବନେଶ୍ୱର ରୁ କଟକ ମେଡିକାଲରେ ନରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ଧାର ଉଧାର କରିବା ସହ ଘରେ ଥିବା ଜମିବାଡ଼ି,ସୁନା ଅଳଙ୍କାର ବିକ୍ରି କରି ଟଙ୍କା ଖର୍ଚ୍ଚ କରିବା ପରେ ବି ସେ ସୁସ୍ଥ ହୋଇନାହାନ୍ତି । ଏବେ ନରେନ୍ଦ୍ର ଅର୍ଥ ଅଭାବରୁ ଘରେ ବସିଛନ୍ତି । ବଡ ଝିଅ ଅଧାରୁ ପାଠପଢା ବନ୍ଦ ହୋଇଥିବା ବେଳେ ସ୍ତ୍ରୀ ଆରତୀ ସାନ ଝିଅ କୁ ଧରି ବହୁତ କଷ୍ଟରେ କାଟୁଛନ୍ତି ଜୀବନ । ପରିବାରର ବୋଝ ମୁଣ୍ଡରେ ଧରି ସ୍ତ୍ରୀ ଆରତୀ ସହ ନରେନ୍ଦ୍ର ବ୍ଲକ ବିଡ଼ିଓ, ପୁରୀ ଜିଲ୍ଲାପାଳ, ରାଜ୍ୟ ସରକାରଙ୍କୁ କୋହଭରା କଣ୍ଠରେ କରିଛନ୍ତି ଗୁହାରି ।

ଏହା ମଧ୍ୟ ପଢନ୍ତୁ ... ବିଧାତା ସଜାଇଲା ଭିନ୍ନକ୍ଷମ, ପରିବା ବିକି ଉଦାହରଣ ସାଜିଛନ୍ତି ଲିପୁନା

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାର ସୁଫଳ ମିଳୁନି ନରେନ୍ଦ୍ରଙ୍କୁ । ସରପଞ୍ଚ , ବିଡିଓ ସଭିଙ୍କୁ ନିଜର ଗୁହାରି ଜଣାଇବା ସତ୍ତ୍ବେ ନରେନ୍ଦ୍ରଙ୍କୁ ମିଳିଛି କେବଳ ପୁଳା ପୁଳା ପ୍ରତିଶ୍ରୁତି । ସେପଟେ ଗ୍ରାମବାସୀ ମାନେ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି । ନରେନ୍ଦ୍ରଙ୍କୁ କୌଣସି ସହୃଦୟ ବ୍ୟକ୍ତିମାନେ ସାହାର୍ଯ୍ୟର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି । ଯଦି କୌଣସି ବ୍ୟକ୍ତି ନରେନ୍ଦ୍ରଙ୍କୁ ସାହାର୍ଯ୍ୟର ହାତ ବଢାଇବାକୁ ଚାହାଁନ୍ତି। ତେବେ ବ୍ୟାଙ୍କ ଅଫ୍ ବରୋଦା ଆକାଉଣ୍ଟ ନମ୍ବର 55708100003884, CGK067168 ରେ କିମ୍ବା ମୋବାଇଲ ନମ୍ବର 78945 04922ରେ ଯୋଗାଯୋଗ କରିବାକୁ ପରିବାର ଅନୁରୋଧ କରିଛନ୍ତି । ଏହା ସହ ତୁରନ୍ତ ପୁରୀ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବା ସହ ପରିବାରକୁ ସାହାର୍ଯ୍ୟର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.