ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ପଡିଲା ତାଲା, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଧାରଣା - ପୁରୀ ନିମାପଡା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଅସନ୍ତୋଷ

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର କଳାପାଞ୍ଚଣ ପଞ୍ଚାୟତରେ ମୁଖ୍ୟ ଫାଟକରେ ତାଲା ପଡିବା ଯୋଗୁଁ ସ୍ବୟଂ ସହାୟକ ମହାସଂଘ ମହିଳାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ସ୍ବୟଂ ସହାୟକ ଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ଧାରଣାରେ ବସିଲେ । ଅଧିକ ପଢନ୍ତୁ

ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ପଡିଛି ତାଲା,ଧାରଣା ଦେଲେ ସ୍ବୟଂ ସହାୟକ ଗୋଷ୍ଠୀ

author img

By

Published : Mar 15, 2022, 8:52 PM IST

ନିଆଳି: ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରହିଛି ସ୍ବୟଂ ସହାୟକ ମହାସଂଘ ଗୋଷ୍ଠୀର କାର୍ଯ୍ୟାଳୟ । ତେବେ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପଡିବା ଯୋଗୁଁ ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଏଭଳି ଘଟଣା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର କଳାପାଞ୍ଚଣ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେବ ଅସ୍ଥାୟୀ ଭାବରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରି ଆସୁଛି ।

ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ପଡିଲା ତାଲା, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଧାରଣା

ଗତକାଲି(ସୋମବାର) ପଞ୍ଚାୟତରେ ସରପଞ୍ଚ ଦାୟିତ୍ଵ ଗ୍ରହଣ ପରେ ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପଡିଥିଲା । ଫଳରେ ମହାସଂଘର ମହିଳାମାନେ ପ୍ରତିବାଦ ସ୍ବରୂପ ଦିନ ୨ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିଥଲେ । ଆଜି(ମଙ୍ଗଳବାର) ପଞ୍ଚାୟତ ମୁଖ୍ୟ ଫାଟକରେ ତାଲା ଖୋଲାଯାଇଥିଲା ।

କିନ୍ତୁ ଗତକାଲି ଘଟଣାକୁ କେନ୍ଦ୍ର କରି ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ହୋ ହାଲ୍ଲା ଓ ପାଟି ତୁଣ୍ଡ ହୋଇଥିଲା । ଖବର ପାଇ ଚାରିଛକ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ବୁଝାସୁଝା କରିଥିଲା । ଏହାପରେ ପରିସ୍ଥିତି ଏବେ ଶାନ୍ତ ପଡ଼ିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.