ETV Bharat / state

ଶ୍ରୀକ୍ଷେତ୍ରରେ ଜମିବ ନୂଆବର୍ଷ ଭିଡ଼, ପ୍ରସ୍ତୁତ ପୋଲିସ ପ୍ରଶାସନ

Security arrangements in Puri: ନୂଆବର୍ଷ ଆସୁଥିବାବେଳେ ପୁରୀରେ ବଢୁଛି ଗହଳି । ସେପଟେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ସଜାଗ ପୋଲିସ ପ୍ରଶାସନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 27, 2023, 9:05 PM IST

ଶ୍ରୀକ୍ଷେତ୍ରରେ ଜମିବ ନୂଆବର୍ଷ ଭିଡ଼
ଶ୍ରୀକ୍ଷେତ୍ରରେ ଜମିବ ନୂଆବର୍ଷ ଭିଡ଼
ଶ୍ରୀକ୍ଷେତ୍ରରେ ଜମିବ ନୂଆବର୍ଷ ଭିଡ଼

ପୁରୀ: ପାଖେଇ ଆସୁଛି ଇଂରାଜୀ ନୂଆବର୍ଷ । ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପାଇଁ ଶ୍ରୀକ୍ଷେତ୍ରକୁ ପ୍ରତିଦିନ ଛୁଟି ଆସୁଛନ୍ତି ଲକ୍ଷାଧିକ ଭକ୍ତ । ବଡ଼ଦାଣ୍ଡରେ ଦେଖିବାକୁ ମିଳୁଛି ଭକ୍ତଙ୍କର ଲମ୍ବା ଲାଇନ । ନୂଆବର୍ଷରେ ନିଜ ପରିବାରର ମଙ୍ଗଳ କାମନା କରି ଭକ୍ତମାନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଚାଲିଥିବାରୁ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ଦେଖି ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭକ୍ତ ।

ପ୍ରସ୍ତୁତ ପୋଲିସ ପ୍ରଶାସନ: ସେପଟେ ଜିରୋ ନାଇଟ୍‌ ସେଲିବ୍ରେସନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିବା ଆରମ୍ଭ କଲେଣି ହୋଟେଲିୟର । ନୂଆବର୍ଷ ସେଲିବ୍ରେସନ ପାଇଁ ସମସ୍ତ ହୋଟେଲ ଗୁଡିକରେ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବୁକିଙ୍ଗ୍‌ ମଧ୍ୟ ଶେଷ ହୋଇଛି । ଏଣୁ ଏଥର‌ ଭଲ ବ୍ୟବସାୟ ନେଇ ହୋଟେଲିୟର ମାନେ ମଧ୍ୟ ବେଶ୍‌ ଖୁସି ଅଛନ୍ତି । ସେପଟେ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପୁରୀ ଆସିବାକୁ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଛି ପୋଲିସ ପ୍ରଶାସନ । ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ ଜିରୋ ନାଇଟ୍‌ ସେଲିବ୍ରେସନ ଆୟୋଜନ କରିବା ସହ ସଦିଗ୍ଧ ବ୍ୟକ୍ତିଙ୍କୁ ନେଇ ତୁରନ୍ତ ପୋଲିସକୁ ଖବର ଦେବା, ପୁରୀ ସହର ବିଷୟରେ ପର୍ଯ୍ୟଟକଙ୍କୁ ସଚେତନ କରାଇବା, ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ହୋଟେଲ ଗୁଡ଼ିକୁ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସତର୍କ କରି ଦିଆଯାଇଛି । ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡ ସହିତ ଶ୍ରୀମନ୍ଦିର ଭିତରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପାନୀୟ ଜଳ ବ୍ୟବସ୍ଥା, ବରିଷ୍ଠ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସୁଡଙ୍ଗ, ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜଳ ଖାଲି ସମୟରେ ହେଲା ଠାବ

ନୂଆବର୍ଷକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେଉଛନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । କୋଣାର୍କ ଓ ସାତପଡ଼ା ଆଦି ଅଞ୍ଚଳରେ ମଧ୍ୟ ପର୍ଯ୍ୟଟକଙ୍କର ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି । ତେବେ କିଛି ଅଘଟଣ ଘଟିଲେ ପର୍ଯ୍ୟଟକମାନେ ସ୍ଥାନୀୟ ପୋଲିସର ସହାୟତା ନେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.