ETV Bharat / state

ପୁରୀରେ ଅଁଳା ନବମୀ ପାଇଁ 144 ଧାରା ଜାରି - ପୁରୀରେ 144 ଧାରା ଜାରି ଖବର

ପୁରୀ ଶ୍ରୀମନ୍ଦିର ମନ୍ଦିରକୁ ଲାଗିଥିବା 200 ମିଟର ପର୍ଯ୍ୟନ୍ତ 144 ଧାରା ଜାରି । ଅଁଳା ନବମୀରେ ଜନସମାଗମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ପୁରୀରେ ଅଁଳା ନବମୀ ପାଇଁ 144 ଧାରା ଜାରି
ପୁରୀରେ ଅଁଳା ନବମୀ ପାଇଁ 144 ଧାରା ଜାରି
author img

By

Published : Nov 22, 2020, 10:34 PM IST

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଲାଗିଥିବା 2 ଶହ ମିଟର ପରିଧି ମଧ୍ୟରେ ଜାରିହେଲା 144 ଧାରା । ଅଁଳା ନବମୀରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ସୋମବାର ଠାରୁ ଆସନ୍ତା 25 ତାରିଖ ବୁଧବାର ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ 144 ଧାରା ବଳବତ୍ତର ରହିବ ।

ପୁରୀରେ ଅଁଳା ନବମୀ ପାଇଁ 144 ଧାରା ଜାରି

ରାତିପାହିଲେ ଅଁଳା ନବମୀ । ଶ୍ରୀରାଧାଙ୍କ ଓଡିଆଣୀ ବେଶ ସହ ପାଦ ଦର୍ଶନ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାନ୍ତା । କିନ୍ତୁ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସମାଗମ ଉପରେ ରୋକ୍ ଲଗାଯାଇଛି । ଏଥିସହ ପୁରୀ ଏସପିଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ମନ୍ଦିର ପରିଧିକୁ ଲାଗିଥିବା 200 ମିଟର ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି ।

ଅନ୍ୟପଟେ ମନ୍ଦିରରେ ସମସ୍ତ ରୀତିନୀତି ପାଳନ କରାଯିବ । ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵତନ୍ତ୍ର ଦେବନୀତି ନିର୍ଦ୍ଧାରଣ କରାଯାଇ ଥିବାବେଳେ ସେବାୟତମାନଙ୍କ ଦ୍ଵାରା ମଙ୍ଗଳ ଆରତୀ, ମର୍ଦନ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନ ମୋହନ ଭୋଗ ଆଦି ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.