ETV Bharat / state

ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

author img

By

Published : Aug 10, 2020, 8:07 PM IST

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା । ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଓ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ସଡକ ଓ କୋଠାବାଡି ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ।

Sanjay Dasverrma
ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା । ସ୍ଥାନୀୟ ସର୍କିଟ ହାଉସ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ଖୋର୍ଦ୍ଧା ଓ ପୁରୀ ଖଣ୍ଡର ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ସଡକ ଓ କୋଠାବାଡି ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଖୋର୍ଦ୍ଧା ଖଣ୍ଡ ଅଧିନରେ ଚାଲିଥିବା ଜହ୍ନିକୁଦା କୃଷ୍ଣପ୍ରସାଦ ରାସ୍ତା ନିର୍ମାଣ ଖୁବଶୀଘ୍ର ଶେଷ କରିବା, କୃଷ୍ଣପ୍ରସାଦ ଆଟିଆଇ ଶ୍ରେଣୀକକ୍ଷ ଓ ପ୍ରୟୋଗଶାଳା ଗୃହ ଚଳିତ ଆର୍ଥିକବର୍ଷରେ ଶେଷ କରିବା ଉପରେ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି ।

କୃଷ୍ଣପ୍ରସାଦ ମାଲୁଦଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ହସ୍ତାନ୍ତର କରିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପୁରୀ ଉପ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୁରୀ ପୂର୍ତ୍ତ ଖଣ୍ଡ ଅଧିନସ୍ଥ ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ହରପଦା ଛକ ରାସ୍ତା ଉନ୍ନତିକରଣ, ଗୌରିଘାଟ ସେତୁ ନିକଟ ଭାର୍ଗବୀ ହରଚଣ୍ଡି ରାସ୍ତା କାମ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିରୁଳି ମହାବୀର ରାସ୍ତା ଶେଷ କରିବା, କାକଟପୁର କୋଣାର୍କ ରାସ୍ତା, ଡେଲାଙ୍ଗ ବ୍ରହ୍ମଗିରି ରାସ୍ତା ପ୍ରଶସ୍ତିକରଣ, ପୁରୀ ସାତପଡା ରାସ୍ତାରୁ ଅତିବଡି ଜଗନ୍ନାଥ ଦାସଙ୍କ ଜନ୍ମପୀଠକୁ ସଂଲଗ୍ନ ସଡକ, ସୁନାମୁହିଁ ବରକୁଦି ରାସ୍ତା, ସତ୍ୟବାଦୀର କଳାପାହାଡ ଛକରୁ ବିଦ୍ୟାଧରପୁର ଓ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ରାସ୍ତା ଉନ୍ନତି ଓ ପ୍ରଶସ୍ତିକରଣ କାମ ଖୁବଶୀଘ୍ର ଆରମ୍ଭ ହେବ ।

ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ବ ଥିବା ଅଭଡା ଯୋଜନାରେ ହୋଟେଲ ପ୍ରାଚୀର ଠାରୁ ଷ୍ଟର୍ଲିଙ୍ଗ ରିଜର୍ଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ତୁରନ୍ତ ଆରମ୍ଭ କରିବା, ବିଭିନ୍ନ ପ୍ରକଳ୍ପ କାମ ଠିକଣା ସମୟରେ ଶେଷ କରିବା, ମଞ୍ଜୁର ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି । ସେହିଭଳି ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗର ଶେଷ ହୋଇଥିବା ସ୍ଥାନୀୟ ଏସିଏଏସ୍ ଓ ସରକାରୀ ମହିଳା ମହାବିଦ୍ୟାଳୟର 300 ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅବକାରୀ, ରାଜସ୍ବ,ଗୃହ, ପୂର୍ତ୍ତ, ହବିଶ୍ୟାଳୀ ଯୋଜନା କୋଠା, କ୍ରୀଡା ଆଦି ବିଭାଗର କୋଠା ନିର୍ମାଣ କାମର ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ପେଶାଲ ଇଞ୍ଜିନିୟର ଆଶିଷ କୁମାର ସୁବୁଦ୍ଧି, ପୁରୀ ଖଣ୍ଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ଖୋର୍ଦ୍ଧା ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀ, ଏସଡିଓ ନରେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.